Sports

କୋହଲିଙ୍କ ଏହି ମନୋଭାବ ଯୋଗୁଁ ରହୁନ୍ତି ଖୁବ୍ ଚର୍ଚ୍ଚାରେ, ଇଂଲଣ୍ଡ ପୂର୍ବତନ ଅଧିନାୟକ ହେଲେ ଖୁସି

  •  
  • 5
  •  
  •  
  •  
  •  
  •  
    5
    Shares

ନୂଆଦିଲ୍ଲୀ : ଭାରତୀୟ ଅଧିନାୟକ ବିରାଟ କୋହଲି ଖେଳ ପ୍ରତି କେତେ ସିରିୟସ ତାହାର ଉତ୍ତର ପଡିଆରେ ତାଙ୍କର ଆକ୍ରମଣତ୍ମକ ଶୈଳୀକୁ ଦେଖି ପାଇଯିବେ । ବିଶ୍ୱରେ ଟି-୨୦ କ୍ରିକେଟ୍ ଖେଳିବା ପାଇଁ ପ୍ରାୟ ପ୍ରତ୍ୟେକ ଖେଳାଳି ଚାହୁଁଥିବା ବେଳେ ବିରାଟ କୋହଲି କିନ୍ତୁ ଟେଷ୍ଟ କ୍ରିକେଟ ସର୍ବଶ୍ରେଷ୍ଠ ଫର୍ମାଟ୍ ବୋଲି ମାନନ୍ତି । ଏହି କାରଣରୁ ତାଙ୍କର ବହୁ ଚର୍ଚ୍ଚା ହୋଇଥାଏ । ଏବେ ଇଂଲଣ୍ଡର ପୂର୍ବତନ ଅଧିନାୟକ ଡେବିଡ ଗାବର ମଧ୍ୟ କୋହଲିଙ୍କ ଏହି ମନୋଭାବକୁ ପସନ୍ଦ କରିଛନ୍ତି । ଗାବର ମନେକରନ୍ତି ଯେ, କୋହଲି ଟେଷ୍ଟ କ୍ରିକେଟକୁ ସମର୍ଥନ ଦେଉଥିବାରୁ ଏହାର ଭବିଷ୍ୟତ ଉଜ୍ୱଳ ବୋଲି ସେ କହିଛନ୍ତି ।

virat-kohli-backing-gives-david-gower-hope-for-test-cricket-future

Loading...

ଟି-୨୦ କ୍ରିକେଟ ଆରମ୍ଭ ହେବା ପରେ ବହୁ ଲିଗ୍ ମ୍ୟାଚ୍ ମଧ୍ୟ ଆୟୋଜନ କରାଯାଉଛି । ସେଥିମଧ୍ୟରୁ ଆଇପିଏଲ୍ ଅନ୍ୟତମ । ଯେଉଁଥିରେ ଯୁବ ଖେଳାଳିମାନେ ବହୁ ଟଙ୍କା ଅର୍ଜନ କରିବା ନିଶାର ଟେଷ୍ଟ କ୍ରିକେଟକୁ ଭୁଲି ଯାଉଛନ୍ତି । କିନ୍ତୁ ବିରାଟ କୋହଲି ଏମିତି ଜଣେ ଖେଳାଳି ଯେ, ସେ ଟେଷ୍ଟ କ୍ରିକେଟକୁ ସର୍ବଶ୍ରେଷ୍ଠ କହନ୍ତି । ଟି-୨୦ ମ୍ୟାଚରେ ବେଳେ ଦର୍ଶକ ଷ୍ଟାଡିୟମରେ ଖଚାଖଚ୍ ରହୁଥିବା ବେଳେ ଟେଷ୍ଟ ମ୍ୟାଚ୍ ବେଳେ ତାହା ଦେଖିବାକୁ ମିଳେ ନାହିଁ । କେବଳ ଇଂଲଣ୍ଡ ଓ ଅଷ୍ଟ୍ରେଲିଆରେ ଟେଷ୍ଟ ମ୍ୟାଚବେଳେ ଦର୍ଶକ ଭରପୁର ରହିଥାନ୍ତି । ଏକ ସାକ୍ଷାତକାର ଅବସରରେ କହିଛନ୍ତି ଯେ, ଯଦି କହଲି ତାଙ୍କୁ ଟେଷ୍ଟ କ୍ରିକେଟ ସଂପର୍କରେ କିଛି ଉପଦେଶ ମାଗନ୍ତେ ତେବେ ମୁଁ ତାଙ୍କୁ ଦିଅନ୍ତି । ବହୁ ଖେଳାଳି ତାଙ୍କୁ ଠାରୁ ଉପଦେଶ ନେଇଥିବା ନଜର ରହିଛି । ଆଗାମୀ ବର୍ଷ ହେବାକୁ ଥିବା ଟେଷ୍ଟ ଚମ୍ପିୟନସିପ୍ ଟେଷ୍ଟ କ୍ରିକେଟକୁ ଲୋକପ୍ରିୟତାରେ ପହଞ୍ଚାଇବା ବୋଲି ସେ ଆଶା କରିଛନ୍ତି ।

  •  
    5
    Shares
  •  
  • 5
  •  
  •  
  •  
  •  
Loading...

Join The Discussion

Loading...