Sports

ଶୀର୍ଷ ସ୍ଥାନ ବଜାୟ ରଖିଲେ ବିରାଟ କୋହଲି

  •  
  •  
  •  
  •  
  •  
  •  
  •  
ଦୁବାଇ:ଭାରତୀୟ ଅଧିନାୟକ ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପୂର୍ବରୁ  ଆଇସିସି ଟେଷ୍ଟ ବ୍ୟାଟସମ୍ୟାନ ମାନ୍ୟତାରେ ଏକ ନମ୍ବର ସ୍ଥାନରେ ଅଛନ୍ତି। ଅନ୍ୟ ପଟେ  ଦକ୍ଷିଣ ଆଫ୍ରିକାର କାଗିସୋ ରାବାଡ଼ା ପୁଣି ଥରେ ଏକ ନମ୍ବର ଟେଷ୍ଟ ବୋଲର ହୋଇଛନ୍ତି।ଆଇସିସି ପକ୍ଷରୁ ବୁଧବାତ ଜାରି ସଦ୍ୟତମ ମାନ୍ୟତା ଅନୁଯାୟୀ କୋହଲି ୯୩୫ ପଏଣ୍ଟ ସହ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ସେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ  ନିଜର ରେଣ୍ଟିଂ ପଏଣ୍ଟରେ ଅଧିକ ସୁଧାର କରିବାକୁ ଚେଷ୍ଟା କରିବେ। କୋହଲିଙ୍କ ଶୀର୍ଷ ମାନ୍ୟତା ପ୍ରତି ଏବେ କୌଣସି ବିପଦ ନାହିଁ। କାରଣ ଦ୍ଵିତୀୟରେ ଥିବା ଷ୍ଟିଭ ସ୍ମିଥ(୯୧୦) କ୍ରିକେଟରୁ ଏକ ବର୍ଷ ପର୍ଯ୍ୟନ୍ତ ନିଲମ୍ବିତ ଅଛନ୍ତି।  ଏବେ ସେ କ୍ରିକେଟ୍ ଖେଳୁ ନଥିବାରୁ ତାଙ୍କର ରେଟିଂ ପଏଣ୍ଟ ୯୦୦ ତଳକୁ ଖସି ଯିବ। ଭାରତୀୟ ବ୍ୟାଟସମ୍ୟାନ କୋହଲିଙ୍କ ବ୍ୟତୀତ କେବଳ ଚେତେଶ୍ଵର ପୂଜାରା(ଷଷ୍ଠ)ଶୀର୍ଷ ୧୦ରେ ସାମିଲ। ଶୀର୍ଷ ୧୦ ବ୍ୟାଟସମ୍ୟାନ କ୍ରମରେ କେବଳ ଗୋଟିଏ ପରିବର୍ତ୍ତନ ହୋଇଛି। ଦିନେଶ ଚାନ୍ଦିମାଲଙ୍କ ଜାଗାରେ ଉସମାନ ଖ୍ଵାଜା ଦଶମରେ ଅଛନ୍ତି। ଆଜିଙ୍କ୍ୟ ରାହାଣେ ଦୁଇଟି ସ୍ଥାନ ତଳକୁ ଖସି ୧୯ମ ସ୍ଥାନରେ ପହଞ୍ଚିଛନ୍ତି। ବୋଲିଂ ମାନ୍ୟତାରେ ଶୀର୍ଷ ସ୍ଥାନରେ ପରିବର୍ତ୍ତନ ହୋଇଛି। ଏଥିରେ ରାବାଡ଼ା ପୁଣି ଥରେ ଏକ ନମ୍ଵର ସ୍ଥାନକୁ ଫେରିଛନ୍ତି। ସେ ଇଂଲଣ୍ଡର ଜେମ୍ସ ଆଣ୍ଡରସନଙ୍କୁ ପଛରେ ପକାଇ ଏହି ସ୍ଥାନ ହାସଲ କରିଛନ୍ତି। ଜେମ୍ସ ଆଣ୍ଡରସନ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ମ୍ୟାଚ୍ ଖେଳିନଥିବାରୁ ତାଙ୍କର ମାନ୍ୟତା ପ୍ରଭାବିତ ହୋଇଛି। ଏଥିରେ ଆଣ୍ଡରସନଙ୍କୁ ୯ ପଏଣ୍ଟ କ୍ଷତି ସହିବାକୁ ପଡ଼ିଛି। ଏବେ ସେ ରାବାଡ଼ାଙ୍କଠୁ ୮ ପଏଣ୍ଟ ପଛରେ ଅଛନ୍ତି। ଭାରତର ରବି ଚନ୍ଦ୍ରନ ଅଶ୍ଵିନ ମଧ୍ୟ ଗୋଟିଏ ସ୍ଥାନ ଉପରକୁ ଉଠି ସପ୍ତମ ସ୍ଥାନରେ ପହଞ୍ଚିଛନ୍ତି। ରବି ଚନ୍ଦ୍ରନ ମାନ୍ୟତାର ପଞ୍ଚମରେ ଅଛନ୍ତି। ପାକିସ୍ତାନର ୟାସିର ଶାହ ନ୍ୟୁଜିଲାଣ୍ଡ ବିପକ୍ଷରେ ୨୪ ଓ୍ଵିକେଟ୍ ନେଇ ମାନ୍ୟତାରେ ବହୁତ ବଡ଼ ଉପରକୁ ଉଠିଛନ୍ତି। ଏବେ ସେ ଦଶମରେ ପହଞ୍ଚିଛନ୍ତି। ବାଂଲାଦେଶର ତାଇଜୁଲ ଇସଲାମ ନିଜ କ୍ୟାରିୟରର ସର୍ବଶ୍ରେଷ୍ଠ ୨୧ମ ସ୍ଥାନରେ ପହଞ୍ଚିଛନ୍ତି।
  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...