Sports

କୋହଲିଙ୍କୁ ଅଯଥାରେ ଟାର୍ଗେଟ୍ କରାଯାଉଛି: କୈଫ

  •  
  • 4
  •  
  •  
  •  
  •  
  •  
    4
    Shares

ନୂଆଦିଲ୍ଲୀ : ପ୍ରଶଂସକମାନଙ୍କ ଉଦ୍ଦେଶ୍ୟରେ ବିରାଟ କୋହଲି ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ଏବେ ଝଡ଼ ସୃଷ୍ଟି ହୋଇଛି । ବୁଧବାର ଏହି ଝଡ଼ ସୃଷ୍ଟି ହୋଇଥିଲା । କୋହଲି କହିଥିଲେ, ଯେଉଁମାନେ ଅନ୍ୟ ଦେଶକୁ ଭଲ ପାଉଛନ୍ତି, ସେମାନେ ଭାରତ ଛାଡ଼ି ଚାଲିଯାଆନ୍ତୁ । ଏଭଳି ମନ୍ତବ୍ୟ ପରେ ସୋଶିଆଲ୍ ମିଡ଼ିଆରେ କୋହଲି ତୀବ୍ର ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି । ତେବେ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍ ମହମ୍ମଦ କୈଫ ତାଙ୍କୁ ଦୃଢ଼ ସମର୍ଥନ ଜଣାଇଛନ୍ତି । କୈଫ କହିଛନ୍ତି ଯେ, କୋହଲିଙ୍କୁ ଅଯଥାରେ ଟାର୍ଗେଟ୍ କରାଯାଉଛି । ଏହାକୁ ଏକ ବଦମାସୀ କାର୍ଯ୍ୟ ବୋଲି କୁହାଯାଇପାରେ । ଏହା ଏକ ସାମୟିକ ଝଡ଼ । କୋହଲି ଏଥିରେ ବିଚଳିତ ନହୋଇ ଖେଳ ଉପରେ ଧ୍ୟାନ ଦିଅନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି । ପ୍ରକାଶଥାଉକି, ସୋଶିଆଲ୍ ମିଡ଼ିଆରେ ପୋଷ୍ଟ ହୋଇଥିବା ଜଣେ ପ୍ରଶସଂକଙ୍କ ମନ୍ତବ୍ୟ ଉପରେ ଜବାବ ରଖି କୋହଲି କହିଥିଲେ ଆପଣ ଭାରତରେ ଆଉ ରହିବା ଉଚିତ୍ ହେବ ନାହିଁ ବୋଲି ମୁଁ ମନେ କରୁଛି । ଆପଣ ଭାରତ ଛାଡ଼ି ଦିଅନ୍ତୁ ଏବଂ ଅନ୍ୟ କେଉଁ ଦେଶରେ ଯାଇ ରୁହନ୍ତୁ । ଆମ ଦେଶରେ ରହି ଆପଣ ଅନ୍ୟ ଦେଶଗୁଡ଼ିକୁ କିପରି ଅଧିକ ଗୁରୁତ୍ୱ ଦେଉଛନ୍ତି ? ଆପଣ ମୋତେ ପସନ୍ଦ କରନ୍ତୁ, କି ନକରନ୍ତୁ ସେଥିରେ ମୋର କିଛି ଯାଏଆସେ ନାହିଁ । କିନ୍ତୁ ଆପଣ ଯେଭଳି ବିଚାରଧାରା ପୋଷଣ କରିଛନ୍ତି ସେ ଦୃଷ୍ଟିରୁ ଆମ ଦେଶରେ ଆପଣ ରହିବା ଆଉ ଠିକ୍ ହେବ ନାହିଁ ବୋଲି କୋହଲି କହିଥିଲେ ।

  •  
    4
    Shares
  •  
  • 4
  •  
  •  
  •  
  •  
Loading...

Join The Discussion

Loading...