Home ଖେଳ ଶେଷ ଓଭର ବୋଲିଂ ସଂପର୍କରେ ଶଙ୍କର କହିଲେ-ଏମିତି ଏକ ସୁଯୋଗର ଅପେକ୍ଷାରେ ଥିଲି

ଶେଷ ଓଭର ବୋଲିଂ ସଂପର୍କରେ ଶଙ୍କର କହିଲେ-ଏମିତି ଏକ ସୁଯୋଗର ଅପେକ୍ଷାରେ ଥିଲି

ନାଗପୁର : ଅଧିନାୟକ ବିରାଟ କୋହଲିଙ୍କ ଆକର୍ଷଣୀୟ ଶତକ ପରେ ଅଷ୍ଟ୍ରେଲିଆର ମଧ୍ୟମଭାଗ ଇନିଂସରେ ସ୍ପିନରଙ୍କ ଦବଦବା ଓ ଡେଥ ଓଭରରେ ପେସରଙ୍କ କମଲା ଫଳରେ ଭାରତ ରୋମାଞ୍ଚକର ମୁକାବିଲାରେ ଅଷ୍ଟ୍ରେଲିଆକୁ ୮ରନ ହରାଇ ଶୃଙ୍ଖଳାରେ ୨-୦ରେ ଆଗୁଆ ରହିଛି । ମ୍ୟାଚ ଶେଷରେ ବିଜୟ ଶଙ୍କର କହିଛନ୍ତି ଯେ, ଶେଷ ଓଭର ପାଇଁ ମୁଁ ଆଗରୁ ପ୍ରସ୍ତୁତ ଥିଲି । ସେ କହିଛନ୍ତି ଯେ, ମୁଁ ପ୍ରଥମ ଓଭର ମହଙ୍ଗା ସାବ୍ୟସ୍ତ ହୋଇଥିଲି ଓ ନିଜକୁ ସାବିତ କରିବା ପାଇଁ ଏକ ସୁଯୋଗ ଖୋଜୁଥିଲି । ଶଙ୍କର ନିଜର ପ୍ରଥମ ଓଭରରେ ୧୩ ରନ ଦେଇଥିଲେ । ଶଙ୍କର କହିଛନ୍ତି ଯେ, ମୁଁ ଏମିତି ଏକ ସୁଯୋଗ ଖୋଜୁଥିଲେ ଯେଉଁଠି ମୁଁ ମୋ ନିଜକୁ ପ୍ରମାଣିତ କରିବି ଓ ମୋ ଉପରେ ଟିମ ମ୍ୟାନେଜମ୍ୟାଣ୍ଟ ବିଶ୍ୱାସ ଜନ୍ମାଇବି । ମୁଁ କଠିନ ପରିସ୍ଥିତିରେ ବୋଲିଂ କରିବାକୁ ଚାହୁଁଥିଲି । ଶଙ୍କର କହିଛନ୍ତି ଯେ, ୪୩ତମ ଓଭରରୁ ହିଁ ମୁଁ ମୋ ନିଜକୁ ପ୍ରସ୍ତୁତ କରିସାରିଥିଲି ଯେ, ଶେଷ ଓଭର ବୋଲିଂ କରିବି । ମାନିସକ ଭାବେ ମଧ୍ୟ ମୁଁ ଦୃଢ ହୋଇଥିଲା । ମୁଁ ମୋର ବେସିକ୍ ଉପରେ ଧ୍ୟାନ ଦେଇ ଉଇକେଟ ଟୁ ଉଇକେଟ୍ ବୋଲିଂ କରିଥିଲେ ଓ କିଛିଟା ରିଭର୍ସ ସୁଇଙ୍ଗ ମିଳିଥିଲା । ଶେଷ ଓଭରର ପ୍ରଥମ ବଲରେ ଷ୍ଟୋନିସଙ୍କୁ ଏଲବିଡବ୍ଲୁ ଆଉଟି କରିଥିବା ବେଳେ ଦ୍ୱିତୀୟ ବଲରେ ୨ ରନ ଦେଇଥିଲେ । ସେହିପରି ତୃତୀୟ ବଲରେ ଅଷ୍ଟ୍ରେଲିଆ ଶେଷ ଉଇକେଟ ନେଇ ମ୍ୟାଚ୍ ଜିତାଇଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଧୋନୀ ଓ ରୋହିତଙ୍କ ସହ ମିଶି ବିରାଟ ଏହି ମାଷ୍ଟର ପ୍ଲାନ ରଚିଥିଲେ । ଶଙ୍କର ଶେଷ ଓଭର ବୋଲିଂ କରିବେ ବୋଲି ଓ ଏହାର ଫଳାଫଳ ମଧ୍ୟ ଭାରତର ସପକ୍ଷରେ ଯାଇଥିଲା ।

ରାଜ୍ୟର ଖବର

୬ ବୁଥ୍ ରେ ସାନି ମତଦାନ ପାଇଁ ସୁପାରିଶ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ସମୟରେ ୬ଟି ବୁଥରେ ପରି·ଳନାଗତ ତ୍ରୁଟି ଦେଖା ଦେଇଛି । ବଣାଇର ୧୨୯ ନଂ ବୁଥ୍ , ସୁନ୍ଦରଗଡର ୨୧୩ ନମ୍ବର...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ : ମେ ୨୩କୁ ଅପେକ୍ଷା

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ସନ୍ଧ୍ୟା ୫ଟା ସୁଦ୍ଧା ଓଡିଶାରେ ୬୪ ପ୍ରତିଶତ ମତଦାନ ହୋଇଛି । ତେବେ ସଂଧ୍ୟା ୬ଟା ସୁଦ୍ଧା ଯେଉଁମାନେ...

ମେ ୨୩ରେ ବିଜେପିର ମେନ୍ ଇଂଜିନ୍ ଲାଇନଚ୍ୟୁତ ହେବ: ନବୀନ

ଭୁବନେଶ୍ୱର : ବିଜେପିର ଡବଲ ଇଂଜିନ୍ ରୁ ୫ଟି ଇଂଜିନ୍ ଲାଇନ୍ଚ୍ୟୁତ ହୋଇଗଲାଣି । ମଧ୍ୟପ୍ରଦେଶ,ରାଜସ୍ଥାନ ,ଛତିଶଗଡ, ପଂଜାବ ଏବେ ସିଙ୍ଗଲ ଇଂଜିନ୍ । ମେ ୨୩ ତାରିଖରେ ବିଜେପିର ମେନ୍ ଇଂଜିନ୍...

ଦେଶ-ବିଦେଶ

ମୋଦିଙ୍କର ପତ୍ନୀ କି ପିଲା ନାହାନ୍ତି, ତେଣୁ ସେ ପରିବାରର ଗୁରୁତ୍ୱ ବୁଝି ପାରିବେ କେମିତି ?

ମୁମ୍ବାଇ :ଏନ୍ସିପି ମୁଖ୍ୟ ଶରଦ ପାଓ୍ଵାର ଏମିତି କିଛି କହିଛନ୍ତି ଯାହା ହୁଏତ ମୋଦି ପ୍ରେମୀଙ୍କୁ ବାଧି ପାରେ । ହେଲେ ପାଓ୍ଵାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖାଲି ଜବାବ ଦେଇଛନ୍ତି ।...

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ : ୯୭ ଲୋକସଭା ଆସନ ପାଇଁ ହେବ ଭୋଟ ଗ୍ରହଣ

ନୂଆଦିଲ୍ଲୀ: ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ମତଦାନ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୬ ଆସନରେ ଭୋଟଗ୍ରହଣ କରାଯିବ। ତାମିଲନାଡୁର ଭେଲୋର ଆସନକୁ...

ମୋତେ ଗାଳି କରିବା କଂଗ୍ରେସର ଏକ ଅଭ୍ୟାସରେ ପରିଣତ ହୋଇଛି : ମୋଦି

ସୋଲାପୁର: ଗତକାଲି ଓଡ଼ିଶାରେ ମାରାଥନ୍ ପ୍ରଚାର କରିବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରରେ ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭାରେ ଯୋଗ ଦେଇ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି...