Home ଖେଳ "ଉମେଶଙ୍କ ଉପରେ ଭରସା ରହିଛି'

“ଉମେଶଙ୍କ ଉପରେ ଭରସା ରହିଛି’

ହାଇଦ୍ରାବାଦ୍ : କ୍ରିକେଟକୁ ଯେପରି ଏକ ଅନିଶ୍ଚିୟତାର ଖେଳ ଭାବେ ଗ୍ରହଣ କରାଯାଇଥାଏ, ଠିକ ସେହିପରି ଭାରତୀୟ କ୍ରିକେଟ ଦଳରେ କିଏ ସାମିଲ ହେବେ ବା କିଏ ବାଦ୍ ପଡ଼ିବେ ତାହା କହିବା ମୁସ୍କିଲ । ଏ ସମ୍ପର୍କରେ କଡା ମନ୍ତବ୍ୟ ଦେଇ ଭାରତୀୟ ଦଳର ବୋଲିଂ କୋଚ୍ ଭରତ ଅରୁଣ କହନ୍ତି, ଓପନର ଲୋକେଶ ରାହୁଲ ଜଣେ ପ୍ରତିଭାବାନ ଖେଳାଳି । କିନ୍ତୁ ସେ ଖେଳିଥିବା ୧୬ଟି ମ୍ୟାଚରୁ ୧୪ଟି ବିଫଳ ହୋଇଥିଲେ ମଧ୍ୟ ତାଙ୍କୁ ଏଠାରେ ୱେଷ୍ଟଇଣ୍ଡିଜ୍ ସହ ହେବାକୁ ଯାଉଥିବା ଦ୍ୱିତୀୟ ଟେଷ୍ଟରେ ଖେଳିବା ସୁଯୋଗ ମିଳିଛି । ଭୁବନେଶ୍ୱର କୁମାର ଏବଂ ଯଶପ୍ରୀତ୍ ବୁମରା ଦଳରେ ସାମିଲ ହେଲେ ଉମେଶଙ୍କୁ ବାଦ୍ ଦିଆଯାଉଛି । ଏହା ତାଙ୍କ ଦୁର୍ଭାଗ୍ୟଛଡା ଆଉ କିଛି ନୁହେଁ । ସାଉଥ୍ ଆଫ୍ରିକା ଏବଂ ଇଂଲଣ୍ଡରେ ଉମେଶଙ୍କୁ ଖେଳିବା ଲାଗି ବିଶେଷ ସୁଯୋଗ ମିଳି ନାହିଁ । କିନ୍ତୁ ତାଙ୍କ ସ୍ଥାନରେ ଖେଳିଥିବା ବୋଲରମାନେ ଅତ୍ୟନ୍ତ ଚମକ୍ରାର ଖେଳ ପ୍ରଦର୍ଶନ କରିଥିଲେ । ଭାରତ ଭଳି ପିଚ୍ରେ କ୍ରମାଗତ ଭଲ ପ୍ରଦର୍ଶନ କରି ମଧ୍ୟ ତାଙ୍କୁ ସୁହାଉଥିବା ପିଚ୍ରେ ଖେଳିବାକୁ ସୁଯୋଗ ପାଉ ନାହାନ୍ତି । ଏହା ଦୁର୍ଭାଗ୍ୟଛଡା ଆଉ କ’ଣ ବୋଲି ଅରୁଣ ପ୍ରଶ୍ନ କରିଛନ୍ତି । ଉମେଶଙ୍କ ଭଳି ଜଣେ ଦ୍ରୁତଗତିର ବୋଲର ଆମ ଲାଗି ନିହାତି ଆବଶ୍ୟକ । କିନ୍ତୁ ଆମକୁ ମଧ୍ୟ ରୋଟେସନ ପଲିସି ଏବଂ ଖେଳାଳିଙ୍କ ଆବଶ୍ୟକତାକୁ ଗୁରୁତ୍ୱ ଦେବାକୁ ପଡ଼ିବ । ଏହା ଫଳରେ ଉମେଶ ଖେଳିବା ସୁଯୋଗ ପାଉ ନାହାନ୍ତି । ଅଷ୍ଟ୍ରେଲିଆ ଟୁରରେ ସେ ଜଣେ ଉପଯୋଗୀ ବୋଲର ସାବ୍ୟସ୍ତ ହେବେ । ସେହିପରି ରାହୁଲଙ୍କ ସମ୍ପର୍କରେ ତାଙ୍କୁ ପଚରାଯିବାରୁ ଅରୁଣ କହନ୍ତି ରାହୁଲ ଜଣେ ଅତ୍ୟନ୍ତ ଚମକ୍ରାର ଖେଳାଳି । ଭାରତୀୟ କୋଚ ରବି ଶାସ୍ତ୍ରୀ ଏବଂ ବ୍ୟାଟିଂ କୋଚ୍ ସଞ୍ଜୟ ବାଙ୍ଗରଙ୍କ ମତରେ ରାହୁଲ ହେଉଛନ୍ତି ଲଙ୍ଗ ଟର୍ମ ଇନ୍ଭେଷ୍ଟମେଣ୍ଟ । ଭବିଷ୍ୟତରେ ସେ ଜଣେ ସୁପର ବ୍ୟାଟ୍ସମ୍ୟାନ ହୋଇପାରିବେ । ଏଣୁ ତାଙ୍କୁ ଏଠାରେ ଡ୍ରପ୍ କରିବା ପ୍ରଶ୍ନ ଉଠୁନାହିଁ । ଏପରି ସମୟରେ ମ୍ୟାନେଜମେଣ୍ଟ ଆଉ ପରୀକ୍ଷା ନିରୀକ୍ଷା କରିବା ସପକ୍ଷରେ ନାହାନ୍ତି । ଏଣୁ ମୟଙ୍କ ଅଗ୍ରୱାଲ ଯେ ଡେବ୍ୟୁ କରିପାରିବେ ନାହିଁ ତାହା ଅରୁଣଙ୍କ କଥାରୁ ସ୍ପଷ୍ଟ ହୋଇଯାଉଛି । କିନ୍ତୁ ସେ ଆହୁରି କହନ୍ତି ଦଳରେ ସ୍ଥାନ ପାଇଥିବା ୧୬ ଖେଳାଳି ଖେଳିପାରିବେ । ସେଥିଲାଗି ସେମାନଙ୍କୁ ଚୟନ କରାଯାଇଛି । ସେହିପରି ପୃଥ୍ୱୀ ଶ’ଙ୍କ ଟେମ୍ପରାମେଣ୍ଟକୁ ସେ ଭୂୟସୀ ପ୍ରଶଂସା କରିଥିଲେ । ସେ ଖୁବ ଶୀଘ୍ର ନିଜ ତ୍ରୁଟିକୁ ସୁଧାରି ନେଉଛନ୍ତି ଏବଂ ତାଙ୍କ ଭବିଷ୍ୟତ ଉଜ୍ଜ୍ୱଳ ବୋଲି ସେ କହିଛନ୍ତି ।

ରାଜ୍ୟର ଖବର

ବିଜେପି ରାଜ୍ୟରେ ଏକ ତରଫା ଭାବେ ସରକାର ଗଢିବ : ଅରୁଣ ସିଂ

ଭୁବନେଶ୍ୱର:ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ବିଜେପି ପ୍ରଭାରୀ ଅରୁଣ ସିଂହ ପ୍ରତିକ୍ରିୟା ଦେଇ ଚଳିତ ନିର୍ବାଚନରେ ବିଜେପି ଜିତି ସରକାର ଗଢିବ ବୋଲି କହିଛନ୍ତି ।ଭୁବନେଶ୍ୱରରେ  ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ...

ପାଟକୁରା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ

ଭୁବନେଶ୍ୱର: ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କର ଶନିବାର ପୂର୍ବାହ୍ନରେ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ...

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

ଦେଶ-ବିଦେଶ

ପୁଣି ଉଡାଇବେ ଯୁଦ୍ଧ ବିମାନ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଖୁବ୍‌ଶୀଘ୍ର ଯୁଦ୍ଧ ବିମାନ ଉଡାଇ ପାରିବେ ବୋଲି ସୂଚନା ମିଳିଛି। ଏଥିପାଇଁ ତାଙ୍କୁ ବେଙ୍ଗାଲୁରରେ ଥିବା ଇନଷ୍ଟିଚ୍ୟୁଟ ଅଫ୍‌ ଏରୋସ୍ପେଶ ମେଡିସିନ(ଆଇଏଏମ୍‌)ର...

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...