Home ଖେଳ ବିଶ୍ୱକପ୍‌ ଥିମ୍‌ ସଙ୍ଗ୍‌ ଟିଜର ଟୁଇଟ୍‌ କଲେ ରହମନ

ବିଶ୍ୱକପ୍‌ ଥିମ୍‌ ସଙ୍ଗ୍‌ ଟିଜର ଟୁଇଟ୍‌ କଲେ ରହମନ

ନୂଆଦିଲ୍ଲୀ :ବଲିଉଡ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ଏ.ଆର. ରହମନ ହକି ବିଶ୍ୱକପ୍‌ର ଅଫିସିଆଲ ସଙ୍ଗ ବା ଥିମ୍‌ ସଙ୍ଗର ଟିଜର ଭିଡିଓକୁ  ଟୁଇଟ୍‌ କରିଛନ୍ତି। ରବିବାର ସେ ୪୬ ସେକେଣ୍ଡର ଏହି ଗୀତର ଟିଜର ଭିଡିଓ ଟୁଇଟରରେ ଅପଲୋଡ କରିଛନ୍ତି। ଏହି ଭିଡିଓରେ ବଲିଉଡ ସୁପରଷ୍ଟାର ଶାହରୁଖ ଖାଁଙ୍କୁ ଦେଖିବାକୁ ମିଳିବ। ବଲିଡଡ ଗୀତିକାର ଗୁଲଜାରଙ୍କ ସହ ସାଥି ହୋଇ ରହମନ ‘ଜୟ ହିନ୍ଦ୍‌, ଜୟ ଇଣ୍ଡିଆ’ ଶୀର୍ଷକ ଏହି ଟାଇଟଲ ଟ୍ରାକ ପ୍ରସ୍ତୁତ କରିଛନ୍ତି। ଏହି ଟିଜର ଭିଡିଓ ଟୁଇଟ୍‌ ହେବା ପରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ପ୍ରଶଂସା କରି ରହମନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦେଶ ବ୍ୟାପୀ ହକି ପ୍ରଶଂସକଙ୍କ ଉତ୍ସାହ ଓ ଉଦ୍ଦୀପନାକୁ ଏହି ଟିଜର ଭିଡିଓ ଦେଖିବାକୁ ମିଳିଛି ଓ ଏହା ବେଶ୍‌ ଆକର୍ଷଣୀୟ ହୋଇଛି ବୋଲି ନବୀନ ଟୁଇଟ କରି ଉଲ୍ଲେଖ କରିଛନ୍ତି। ଏବେ ପୂରା ଭିଡିଓ ଦେଖିବାକୁ ଓ ରହମନଙ୍କ ଲାଇଭ ପରଫର୍ମାନ୍ସ ଦେଖିବାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି ବୋଲି ସେ କହିଛନ୍ତି। ଏହି ଟିଜରକୁ ସୋସିଆଲ ମିଡିଆରେ ବହୁ ସଂଖ୍ୟାରେ ଶେୟାର କରାଯାଉଛି। ରହମନଙ୍କ ଏହି ଟିଜର ଭିଡିଓକୁ ହକି ଇଣ୍ଡିଆ ତରଫରୁ ମଧ୍ୟ ପ୍ରଶଂସା କରାଯାଇଛି। ଉଲ୍ଲେଖଥାଉ କି, ୨୭ ତାରିଖ ଦିନ କଳିଙ୍ଗ ଷ୍ଟାଡିୟମରେ ରହମନ ଓ ଶାହୁରଖ ମିଳିତ ଭାବେ ବିଶ୍ୱକପ ଉଦ୍‌ଘାଟନୀ ମ୍ୟାଚ୍‌ରେ ଅଂଶଗ୍ରହଣ କରି ଦର୍ଶକଙ୍କ ମନୋରଞ୍ଜନ କରିବେ।

ରାଜ୍ୟର ଖବର

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

୫ଜଣଙ୍କ ଜୀବନ ନେଲା ହାତୀ

ଅନଗୁଳ: ଗୁରୁବାର ମଧ୍ୟ ରାତ୍ରୀରେ ଅନୁଗୋଳ ଜିଲ୍ଲା ତାଳଚେରରେ ହାତୀ ଆକ୍ରମଣରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ତାଳଚେର ଅନ୍ତର୍ଗତ ଷଣ୍ଢଗାଁରେ ମଧ୍ୟରାତ୍ରରେ ପଲେ ହାତୀ ପଶି ଗୋଟିଏ ଗ୍ରାମର ୪ ଜଣ...

୬ ବୁଥ୍ ରେ ସାନି ମତଦାନ ପାଇଁ ସୁପାରିଶ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ସମୟରେ ୬ଟି ବୁଥରେ ପରି·ଳନାଗତ ତ୍ରୁଟି ଦେଖା ଦେଇଛି । ବଣାଇର ୧୨୯ ନଂ ବୁଥ୍ , ସୁନ୍ଦରଗଡର ୨୧୩ ନମ୍ବର...

ଦେଶ-ବିଦେଶ

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...

ବିଏସପି ସମର୍ଥକ ଭୋଟ୍ ଦେଲେ ବିଜେପିରେ, ପଶ୍ଚାତାପ କରି ନିଜ ଅଙ୍ଗୁଳି କାଟିଲେ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବୁଲନ୍ଦସହରରେ ଘଟିଛି ଏକ ଅଭାବନୀୟ ଘଟଣା। ଭୁଲରେ ଭାଜପାକୁ ଭୋଟ ଦେଇଥିବାରୁ ନିର୍ବାଚନ ଚିହ୍ନ ଲାଗିଥିବା ଅଙ୍ଗୁଳିକୁ କାଟିଦେଇଛନ୍ତି ଜଣେ ଯୁବକ। ସୂଚନାଯୋଗ୍ୟ, ବୁଳନ୍ଦସହରର ଶିକାରପୁର ଅଞ୍ଚଳର ଜଣେ ଦଳିତ...