Home ଖେଳ "ଡିନର' ପାଇଁ ଧୋନୀଙ୍କ ଫାର୍ମହାଉସରେ ଟିମ ଇଣ୍ଡିଆ

“ଡିନର’ ପାଇଁ ଧୋନୀଙ୍କ ଫାର୍ମହାଉସରେ ଟିମ ଇଣ୍ଡିଆ

ରାଞ୍ଚି : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୫ ମ୍ୟାଚ୍ ସିରିଜର ତୃତୀୟ ମୁକାବିଲା ଜିଏସ୍ସିଏ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ ରାଞ୍ଚରେ ଖେଳାଯିବ । ଏଠାରେ ଟିମ୍ ଇଣ୍ଡିଆ ସିରିଜ ଜିତିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ । ଏଇଥି ପାଇଁ ଗତକାଲିଠାରୁ ଖେଳାଳିମାନେ ରାଞ୍ଚିରେ ପହଞ୍ଚି ସାରିଲେଣି । ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ରାଞ୍ଚିରେ ଥିବା ନିଜର ଫାର୍ମହାଉସକୁ ଡିନର ପାଇଁ ସମସ୍ତ ଖେଳାଳିଙ୍କୁ ଡାକିଥିଲେ । ଏହି ଡିନର ପାର୍ଟିରେ ଅଧିନାୟକ ବିରାଟ କୋହଲି, କୋଚ ରବି ଶାସ୍ତ୍ରୀଙ୍କ ସମେତ ସମସ୍ତ ଭାରତୀୟ ଖେଳାଳି ପହଞ୍ଚିଥିଲେ ।
ପ୍ରଥମ ଥର ପାଇଁ ଧୋନୀ ଏମିତି କରିନାହାନ୍ତି । ପୂର୍ବରୁ ମଧ୍ୟ ଯେବେ ରାଞ୍ଚି ଖେଳିବାକୁ ଟିମ୍ ଇଣ୍ଡିଆ ଆସେ ସେ ଡିନର ହେଉ ଅବା ଲଞ୍ଚ ପାଇଁ ସାଥୀ ଖେଳାଳିଙ୍କୁ ନିଜ ଫାର୍ମ ହାଉସକୁ ଡାକିଥାନ୍ତି । ଡିନରରେ ଧୋନୀଙ୍କ ପତ୍ନୀ ରାକ୍ଷୀ ମଧ୍ୟ ସାମିଲ ଥିଲେ । ଏହି ଡିନର ପାର୍ଟରେ ଟିମ ଇଣ୍ଡିଆର ଖେଳାଳିମାନେ ଖୁବ୍ ମଜାମଜଲିସ୍ କରିଥିଲେ । ରାଞ୍ଚ ସହରଠାରୁ ୧୫ କିଲୋମିଟର ଦୂର ସିମଳିଆ ସ୍ଥିତ ମହେନ୍ଦ୍ର ସିଂ ଧୋନୀଙ୍କ ଫାର୍ମ ହାଉସ୍ “କୈଳାଶପତି’ ଏହି ଡିନରର ଆୟୋଜନ କରାଯାଇଥିଲା ।

ରାଜ୍ୟର ଖବର

ବିଜେପି ରାଜ୍ୟରେ ଏକ ତରଫା ଭାବେ ସରକାର ଗଢିବ : ଅରୁଣ ସିଂ

ଭୁବନେଶ୍ୱର:ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ବିଜେପି ପ୍ରଭାରୀ ଅରୁଣ ସିଂହ ପ୍ରତିକ୍ରିୟା ଦେଇ ଚଳିତ ନିର୍ବାଚନରେ ବିଜେପି ଜିତି ସରକାର ଗଢିବ ବୋଲି କହିଛନ୍ତି ।ଭୁବନେଶ୍ୱରରେ  ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ...

ପାଟକୁରା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ

ଭୁବନେଶ୍ୱର: ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କର ଶନିବାର ପୂର୍ବାହ୍ନରେ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ...

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

ଦେଶ-ବିଦେଶ

ପୁଣି ଉଡାଇବେ ଯୁଦ୍ଧ ବିମାନ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଖୁବ୍‌ଶୀଘ୍ର ଯୁଦ୍ଧ ବିମାନ ଉଡାଇ ପାରିବେ ବୋଲି ସୂଚନା ମିଳିଛି। ଏଥିପାଇଁ ତାଙ୍କୁ ବେଙ୍ଗାଲୁରରେ ଥିବା ଇନଷ୍ଟିଚ୍ୟୁଟ ଅଫ୍‌ ଏରୋସ୍ପେଶ ମେଡିସିନ(ଆଇଏଏମ୍‌)ର...

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...