Sports

ପ୍ରଥମ ଉଇକେଟ କିପର ବ୍ୟାଟ୍ସମ୍ୟାନ ଭାବେ ଦୁଇଟି ଦ୍ୱିଶତକ ଅର୍ଜନ କଲେ ଏହି ଖେଳାଳି

  •  
  • 11
  •  
  •  
  •  
  •  
  •  
    11
    Shares

ଢାକା : ଟେଷ୍ଟ କ୍ରିକେଟ ଇତିହାସରେ ବାଂଲାଦେଶର ମୁସ୍‌ଫିକର ରହିମ ପ୍ରଥମ ଉଇକେଟକିପର ବ୍ୟାଟ୍ସମ୍ୟାନ ହିସାବରେ ଦୁଇଟି ଦ୍ୱିଶତକ ହାସଲ କରି ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ଢାକାଠାରେ ଚାଲିଥିବା ଜିମ୍ବାଓ୍ବେ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ସେ ଏହି ସଫଳତା ହାସଲ କରିଛନ୍ତି। ମୁସ୍‌ଫିକର ୨୧୯ ରନ କରି ଅପରାଜିତ ରହିଥିବାବେଳେ ବାଂଲାଦେଶ ସୋମବାର  ଦ୍ୱିତୀୟ ଦିବସରେ ୫୨୨/୭ ସ୍କୋରରେ ଏହାର ପ୍ରଥମ ଇନିଂସ ଘୋଷଣା କରିଛି।  ଜବାବରେ ଜିମ୍ବାଓ୍ବେ ଷ୍ଟମ୍ପ ଅପସାରଣ ବେଳକୁ ୧ଉଇକେଟ ବିନିମୟରେ ୨୫ ରନ କରିପାରିଛି। ବ୍ରାଏନ ଚାରି ୧୦ ଏବଂ ଡୋନାଲ୍‌ଡୋ ଟିରିପାନୋ ବିନା କୌଣସି ରନରେ ଅପରାଜିତ ରହିଛନ୍ତି। ତାଇଜୁଲ ଇସ୍‌ଲାମ ବାଂଲାଦେଶ ତରଫରୁ ପ୍ରଥମ ବ୍ରେକ୍‌ ଥ୍ରୁ ଆଣିଥିଲେ। ସେ ଜିମ୍ବାଓ୍ବେ ଅଧିନାୟକ ହାମିଲଟନ ମାସ୍‌କାଡ୍‌ଜାଙ୍କୁ ମେହିଦି ହସନଙ୍କ ଦ୍ୱାରା କ୍ୟାଚ ଆଉଟ କରିଦେଇଛନ୍ତି। ଜିମ୍ବାଓ୍ବେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ରହିଛି। ଏହି ମ୍ୟାଚ  ଅତିକମ୍‌ରେ ଡ୍ର ରଖିପାରିଲେ ୭ ବର୍ଷରେ ପ୍ରଥମ ଥର ଏକ ଟେଷ୍ଟ ସିରିଜରେ ବିଜୟୀ ହୋଇପାରିବ।

  •  
    11
    Shares
  •  
  • 11
  •  
  •  
  •  
  •  
Loading...

Join The Discussion

Loading...