Sports

ବିଶ୍ୱ ଟୁର୍ ଫାଇନାଲ୍ସରେ ସିଦ୍ଧୁଙ୍କୁ ପ୍ରାରମ୍ଭିକ ସଫଳତା

ଦୁବାଇ : ଅଲମ୍ପିକ୍ ରୌପ୍ୟ ବିଜେତା ପିଭି ସିଦ୍ଧୁ ବିଶ୍ୱ ଟୁର୍ ଫାଇନାଲ୍ସରେ ମହିଳା ସିଙ୍ଗିଲ୍ସ ପ୍ରତିଯୋଗିତାର ପ୍ରଥମ ଦିନରେ କମାଲ ଦେଖାଇଛନ୍ତି । ସେ ତାଙ୍କର ପ୍ରଥମ ମୁକାବିଲାରେ ଆକାନେ ୟାମି ଗୁଞ୍ଚିଙ୍କୁ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡକୁ ପରାସ୍ତ କରିଛନ୍ତି । ମହିଳା ସିଙ୍ଗିଲ୍ସ ଗ୍ରୁପ୍ ଏ ର ଏକ ମ୍ୟାଚରେ ସେ ଏଭଳି ସଫଳତା ପାଇଛନ୍ତି । ସେ ଏହି ମୁକାବିଲାରେ ତାଙ୍କ ପ୍ରତିପକ୍ଷଙ୍କୁ ୨୪-୨୨ ଓ ୨୧-୧୫ରେ ପରାସ୍ତ କରିଛନ୍ତି । ପ୍ରତିଯୋଗିତାରେ ସିଦ୍ଧୁ ଆରମ୍ଭରୁ ସମସ୍ତ ଗେମକୁ ଯୋଜନାବଦ୍ଧ ଭାବେ ସାମ୍ନା କରିଥିଲେ । ପ୍ରଥମ ଗେମ୍ ୨୭ ମିନିଟରେ ଶେଷ ହୋଇଥିଲା । ପରେ ସିଦ୍ଧୁ ଦ୍ୱିତୀୟ ଗେମ୍ରେ ଜବରଦସ୍ତ ସଟ୍ ଖେଳି ସଫଳ ହୋଇଥିଲେ । ଏଥି ସହ ସେ ତାଙ୍କ ପ୍ରତିପକ୍ଷଙ୍କୁ ପରାସ୍ତ କରି ଦ୍ୱିତୀୟ ପର୍ଯ୍ୟାୟରେ ପହଞ୍ଚିବାକୁ ସଫଳ ହୋଇଛନ୍ତି ।

Loading...

Join The Discussion

Loading...