Sports

ଡିସେମ୍ବର ୧୬ ହିଁ ବିବାହ ପାଇଁ ପ୍ରକୃଷ୍ଟ ତାରିଖ : ସାଇନା

  •  
  •  
  •  
  •  
  •  
  •  
  •  

ପୁନେ : ପରୁପାଲି କାଶ୍ୟପଙ୍କ ସହ ଦଶ ବର୍ଷର ପ୍ରେମ ସମ୍ପର୍କ ପରେ ନିକଟରେ ବିଭିନ୍ନ ସୋଶିଆଲ୍ ମିଡ଼ିଆ ଓ ଖବରକାଗଜରେ ଖବର ପ୍ରକାଶ ପାଇବା ପରେ ଏବେ ସାଇନା ନେହୱାଲ୍ ଓ ପରୁପାଲି କାଶ୍ୟପଙ୍କ ବିବାହ ପକ୍କା ହୋଇଯାଇଛି । ନିଜର ଖେଳ ବ୍ୟସ୍ତତା ଓ କାର୍ଯ୍ୟସୂଚୀକୁ ଆଖି ଆଗରେ ରଖି ନିଜେ ସାନିଆ ଡିସେମ୍ବର ୧୬କୁ ନିଜର ବିବାହ କାର୍ଯ୍ୟ କରିଲେ ଭଲ ହେବ ବୋଲି କହିଛନ୍ତି । ସେ କହିଛନ୍ତି ଯେ, ତା’ପରେ ଅର୍ଥାତ୍ ଡିସେମ୍ବର ୨୦ ତାରିଖରୁ ପ୍ରିମିୟର ବ୍ୟାଡମିଣ୍ଟନ୍ ଲିଗ୍ ଅରମ୍ଭ ହେଉଥିବା ବେଳେ ତା’ପରେ ଟୋକିଓ ଗେମ୍ସ ମଧ୍ୟ ଆରମ୍ଭ ହୋଇଯାଉଛି । ଏଭଳି ବ୍ୟସ୍ତବହୁଳ କାର୍ଯ୍ୟସୂଚୀକୁ ଆଖିଆଗରେ ରଖି ଡିସେମ୍ବର ୧୬ରେ ବିବାହ କାର୍ଯ୍ୟକ୍ରମ ହେଲେ ଭଲ ହେବ ବୋଲି ଏଠାରେ ସାମ୍ବାଦିକଙ୍କୁ ସାଇନା ସୂଚନା ଦେଇଛନ୍ତି । ସେ ପୁଣି କହିଛନ୍ତି ଯେ, ଆମ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଗତ ୨୦୦୭ ମସିହାରୁ ଚାଲି ଆସିଲାଣି । ଏକଥା ଗତ ମାସରେ ବିଭିନ୍ନ ଖବରକାଗଜ ଓ ସୋଶିଆଲ୍ ମିଡ଼ିଆରେ ପ୍ରକାଶ ପାଇଥିଲା । ଆମେ ଦୁହେଁ ସେହି ଦିନଠାରୁ ଏକାଠି ଟୁର୍ଣ୍ଣାମେଣ୍ଟ ଖେଳୁଥିଲୁ, ଏକାଠି ତାଲିମ୍ ମଧ୍ୟ ନେଉଥିଲେ । ତା’ପରେ ପରେ ଧିରେ ଧିରେ ସଂପର୍କ ନୀବିଡ଼ ହୋଇଉଠିଥିଲା । ଏଭଳି ବ୍ୟସ୍ତବହୁଳ ଜୀବନରେ ବିବାହ ହେବାକୁ ସମୟ ବି ନଥିଲା ବୋଲି ସେ କହିଛନ୍ତି । ଜଣେ ମା’ ନିଜ ସନ୍ତାନକୁ ଲାଳନପାଳନ କରେ ଠିକ୍ ସେହିପରି ମୁଁ ଖେଳକୁ ଭଲ ପାଏ ଏବଂ ବହୁ ମ୍ୟାଚ୍ରେ ଜିତିବାର ସୁଯୋଗ ମଧ୍ୟ ପାଏ । କିନ୍ତୁ ବିବାହ ପରେ ଏହା ସମ୍ଭବ ହେବ କି ନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ବୋଲି ସେ କହିଛନ୍ତି ।

  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...