Sports

ପୁଣି ବ୍ୟାଟ ଧରିଲେ ସଚିନ

ମୁମ୍ବାଇ : କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ପୁଣି ଥରେ ବ୍ୟାଟ୍‌ ଧରିଛନ୍ତି। ଭୁଟାନ ଗସ୍ତରେ ଯାଇଥିବା ସଚିନ ହିମାଳୟଠାରେ ସ୍କୁଲ ଛାତ୍ରୀଛାତ୍ରଙ୍କ ସହ  ଖେଳିଛନ୍ତି। ୟୁନିସେଫ ଆମ୍ବାସାଡାର ଭାବେ ସେ ଭୁଟାନ ଗସ୍ତ କରିଛନ୍ତି। ସଚିନ ସ୍କୁଲ ଛାତ୍ରୀଛାତ୍ରଙ୍କୁ ହାତ ଧୋଇବା ସମ୍ପର୍କରେ ସଚେତନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ସେଠାରେ ସେ ଉଭୟ ଫୁଟ୍‌ବଲ ଓ କ୍ରିକେଟ ଖେଳିଛନ୍ତି। ଏ ନେଇ ସେ ଟୁଇଟରରେ ସୂଚନା ଦେବା ସହ ହାତ ଧୋଇବାର ଗୁରୁତ୍ୱ ସମ୍ପର୍କରେ ସଚେତନ କରିଛନ୍ତି। ଏଥିସହ ସର୍ବାଧିକ ସଂଖ୍ୟକ ମାରିଥିବା ବିଶ୍ୱ ରେକର୍ଡଧାରୀ ସଚିନ ଭୁଟାନର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଦାଶୋତଶେରିଂ ଓ୍ବାଙ୍ଗଚୁକଙ୍କ ସହ ଭେଟ କରିଛନ୍ତି। ଉଲ୍ଲେଖଥାଉ କି, ୨୦୧୩ରେ କ୍ରିକେଟରୁ ଅବସର ନେଇଥିବା ସଚିନ ଉଭୟ ଦିନିକିଆ ଓ ଟେଷ୍ଟ କ୍ରିକେଟର ସର୍ବାଧିକ ରନ୍‌ ସ୍କୋରର ହୋଇ ରହିଛନ୍ତି।

Loading...

Join The Discussion

Loading...