Sports

ରିତିକାଙ୍କୁ ୬ ବର୍ଷ ଧରି ପ୍ରେମ କରୁଥିଲେ ରୋହିତ

  •  
  •  
  •  
  •  
  •  
  •  
  •  

ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ କ୍ରିକେଟ କ୍ୟାରିଅର ଯେତିକି ଚର୍ଚ୍ଚାର ବିଷୟ ତାଙ୍କର ଜୀବନଶୈଳୀ ମଧ୍ୟ ସେତିକି ରୋମାଞ୍ଚକର । ଆସନ୍ତୁ ଆଜି ଜାଣିବା ରୋହିତ ଶର୍ମାଙ୍କ ଲଭ୍ଷ୍ଟୋର ବିଷୟ ।
ରୋହିତ ଶର୍ମାଙ୍କ ଲଭଷ୍ଟୋରୀ କୌଣସି ଫିଲ୍ମ ଷ୍ଟୋରୀଠାରୁ କମ୍ ନୁହେଁ । ସେ ରିତିକାଙ୍କୁ ଦୀର୍ଘ ୬ ବର୍ଷ ଧରି ଡେଟିଂ କରିଥିଲେ । କିନ୍ତୁ ଏକଥା କେହି ଜାଣିପାରିନଥିଲେ । ଆପଣମାନଙ୍କ ଅଛପା ନାହିଁ ଯେ, ରୋହିତ ଶର୍ମା ରିତିକାଙ୍କୁ ବିବାହ କରିଛନ୍ତି । ତାଙ୍କର ବୈବାହିକ ଜୀବନ ମଧ୍ୟ ଖୁବ୍ ହସଖୁସିରେ ଚାଲିଛି ।

Loading...

ରିତିକା କିଏ ?
ରୋହିତ ଶର୍ମାଙ୍କ ପତ୍ନୀ ରିତିକା ସଜଦେହ ସ୍ପୋର୍ଟସ ଇଭେଣ୍ଟର ଜଣେ ମ୍ୟାନଜର । ଉଭୟେ ପାଖାପାଖି ୬ ବର୍ଷ ଧରି ପ୍ରେମ ସଂପର୍କରେ ଥିଲେ କିନ୍ତୁ ଏହି ଖବର କାହା ପାଖରେ ନଥିଲା । ରୀତିକା ହେଲେ ଯୁବରାଜ ସିଂଙ୍କ ସପର୍କୀୟ ଭଉଣୀ । ଯୁବରାଜ ଏକ ଫଟୋ ସେୟାର କରିଥିଲେ ଯେଉଁଥିରେ କି ରିତିକା ତାଙ୍କୁ ରାକ୍ଷୀ ବାନ୍ଧୁଛନ୍ତି । ରିତିକା ଜଣେ କୁକୁରୀ ପ୍ରେମୀ ଓ ପେଟା ଇଣ୍ଡିଆର ମଧ୍ୟ ସଦସ୍ୟ ଅଛନ୍ତି ।

କେମିତି ଜଣା ପଡିଲା ରିତିକା-ରୋହିତଙ୍କ ପ୍ରେମକାହାଣୀ
ରୋହିତ ଶର୍ମା ୨୦୧୫ ବିଶ୍ୱକପ୍ ସମୟରେ “ମିଷ୍ଟ୍ରି ଗାର୍ଲ’କୁ ନେଇ ଚର୍ଚ୍ଚାରେ ଥିଲେ । ଏହି “ମିଷ୍ଟ୍ରିଗାର୍ଲ’ ହେଲେ ରିତିକା । ରିତିକା ଟିମ୍ ଇଣ୍ଡିଆର ହୋଟେଲ ପାଖ ଅନ୍ୟ ଏକ ହୋଟେଲରେ ରହୁଥିଲେ । ଏହି ସମୟରେ ଯେତେବେଳେ ରିତିକ-ରୋହିତ ବାହାରକୁ ବାହାରୁଥିଲେ ସେହି ସମୟରେ ତାଙ୍କର ଫଟୋ ଗଣମାଧ୍ୟମର କ୍ୟାମେରାରେ ଧରାପଡିଯାଇଥିଲା । ନିଜର ପ୍ରେମିକା ରିତିକାଙ୍କୁ ରୋହିତ ଶର୍ମା ଖାସ୍ ଆନ୍ଦାଜରେ ପ୍ରପୋଜ କରିଥିଲେ ।

ରୋହିତ୍ କେମିତି ପ୍ରପୋଜ କଲେ
ରୋହିତ ଶର୍ମା ଫିଲ୍ମ ଷ୍ଟାଇଲରେ ଗାର୍ଲଫ୍ରେଣ୍ଡ ରିତିକାଙ୍କୁ ପ୍ରପୋଜ କରିଥିଲେ । ୨୮ ଅପ୍ରେଲରେ ରୋହିତ ବୋରିବଲି ସ୍ପୋର୍ଟ୍ସ କ୍ଲବ ପଡିଆରେ ରିତିକାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ । ଏହି ପଡିଆ ରୋହିତଙ୍କ ପାଇଁ ଲକି । କାରଣ ସେ ଏହି ପଡିଆରେ କ୍ରିକେଟ କ୍ୟାରିଅର ଆରମ୍ଭ କରିଥିଲେ । ୧୧ ବର୍ଷ ବୟସରୁ ରୋହିତ ପ୍ରଥମ କ୍ରିକେଟ ମ୍ୟାଚ ଏହି ପଡିଆରେ ହିଁ ଖେଳିଥିଲେ ।

  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...