Sports

ରୋହିତ କହିଲେ ଏହି ଖେଳାଳି ପାଇଁ ମିଳିଲା ବିଜୟ, ମନାଇବା ଶୁଭ ଦୀପାବଳି

  •  
  • 1
  •  
  •  
  •  
  •  
  •  
    1
    Share

ଲକ୍ଷେ୍ନା÷÷ : ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ଖେଳାଯାଇଥିବା ଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦କୁ ଭାରତ ଅତି ସହଜ ଜିତି ସିରିଜକୁ ନିଜ ନାମ କରିପାରିଛି । ଏହି ବିଜୟ ପରେ କାମଚଳା ଅଧିନାୟକ ରୋହିତ ଶର୍ମା କହିଛନ୍ତି ଯେ, ଆମେ ଆମର ଇନିଂସ ଆରମ୍ଭରୁ ପିଚକୁ ଦେଖି ସତର୍କତାର ସହ ବ୍ୟାଟିଂ କରିଥିଲୁ । ଏହି ସମୟରେ ଧାୱନ ଇଣ୍ଡିଜ ବୋଲରଙ୍କୁ ପେସର ରଖିବାରେ ସକ୍ଷମ ହୋଇଥିଲେ । ଏହି ଷ୍ଟାଡିୟମ ନୂଆ ହୋଇଥିବାରୁ ଏହା କାହା ସପକ୍ଷରେ ଜଣାନଥିଲା, ତେଣୁ ଆମେ ପ୍ରଥମେ ପିଚ୍କୁ ପରଖିଥିଲୁ । ସେହିପରି ଖଲିଲ୍ ଅହମ୍ମଦଙ୍କ ବିଷୟରେ କହିଛନ୍ତି ଯେ, ସେ ନୂଆ ବୋଲରେ ଯେପରି ବୋଲିଂ କରୁଛନ୍ତି ତାହା ଅବିଶ୍ୱସନୀୟ । ସେ ଆହୁରି କହିଛନ୍ତି ଯେ, ଯେଉଁ ଦଳରେ ବୁମରାଙ୍କ ପରି ବୋଲର ଥିଲେ ସେହି ଦଳର ଅଧିନାୟକଙ୍କୁ ବେଶି କିଛି ଚିନ୍ତା କରିପାକୁ ପଡିନେ । ସେ ଛୋଟ ଫର୍ମାଟରେ ଜଣେ ବିଚକ୍ଷଣ ବୋଲର ବୋଲି କହିଛନ୍ତି । ଏହି ମ୍ୟାଚରେ ଭାରତ ପ୍ରଥମ ବ୍ୟାଟିଂ କରି ରୋହିତ ଶର୍ମାଙ୍କ ଅପରାଜିତ ଶତକ ସହ ୧୯୫ ରନ କରିଥିଲା । ଇଣ୍ଡିଜ ଦଳ ମାତ୍ର ୧୨୪ରନ କରି ପରାଜିତ ହୋଇଥିଲା ।

  •  
    1
    Share
  •  
  • 1
  •  
  •  
  •  
  •  
Loading...

Join The Discussion

Loading...