Sports

ରୋହିତଙ୍କ ନାମରେ ଏକାଧିକ ରେକର୍ଡ

  •  
  •  
  •  
  •  
  •  
  •  
  •  

ମୁମ୍ବାଇ :ଟିମ୍ ଇଣ୍ଡିଆ ଓପନର ରୋହିତ ଶର୍ମା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଚତୁର୍ଥ ଦିନିକିଆରେ ନିଜର ୨୧ତମ ଶତକ ହାସଲ କରିଛନ୍ତି । ନିଜର ଏହି ଶତକୀୟ ଇନିଂସ୍ ମଧ୍ୟରେ ରୋହିତ ସଚିନ ତେନ୍ଦୁଲକର ଓ ସୌରଭ ଗାଙ୍ଗୁଲିଙ୍କ ଭଳି ଅଭିଜ୍ଞ କ୍ରିକେଟରଙ୍କୁ ପଛରେ ପକାଇ ଦେଇଛନ୍ତି । ରୋହିତ ମାତ୍ର ୧୮୬ ଇନିଂସ୍ରେ ୨୧ ଶତକ ପୂରଣ କରିଛନ୍ତି । ରୋହିତ ସଚିନ ଓ ଗାଙ୍ଗୁଲିଙ୍କଠାରୁ ଦ୍ରୁତ ୨୧ତମ ଶତକ ମାରିଛନ୍ତି । ସଚିନ ୨୦୦ ଏବଂ ଗାଙ୍ଗୁଲି ୨୧୭ ଇନିଂସ୍ରେ ୨୧ ଶତକ ପୂରଣ କରିଥିଲେ । ରୋହିତଙ୍କ ଆଗରେ ସାଉଥ ଆଫ୍ରିକାର ଏବି ଡି’ଭିଲିୟର୍ସ ଅଛନ୍ତି, ଯିଏ ୧୮୩ ଇନିଂସ୍ରେ ୨୧ ଶତକ ପୂରଣ କରିଥିଲେ । ତେବେ ଦିନିକିଆରେ ଦ୍ରୁତ ୨୧ତକ ଶତକ ସାଉଥ୍ ଆଫ୍ରିକାର ହାସିମ୍ ଆମ୍ଲାଙ୍କ ନାମରେ ଅଛି । ଆମ୍ଲା ମାତ୍ର ୧୧୬ ଇନିଂସ୍ ଏବଂ ତାଙ୍କ ପରକୁ ବିରାଟ କୋହଲି ୧୩୮ ଇନିଂସ୍ରେ ଏହି ରେକର୍ଡ ହାସଲ କରିଥିଲେ । ଓପନର ଭାବେ ରୋହିତ ୧୯ ଶତକ ମାରି ଗାଙ୍ଗୁଲିଙ୍କ ସମକକ୍ଷ ହୋଇଛନ୍ତି । ଓପନର ଭାବେ ସର୍ବାଧିକ ଶତକ ସଚିନ (୪୫)ଙ୍କ ନାମରେ ରହିଛି । ଏହାଛଡ଼ା ରୋହିତ ଶିଖର ଧାୱନଙ୍କ ସହ ମିଶି ଆଉ ଏକ ରେକର୍ଡ କରିଛନ୍ତି । ଦୁହେଁ ଭାରତର ଦ୍ୱିତୀୟ ସଫଳ ଓପନିଂ ଯୋଡ଼ି ହୋଇଛନ୍ତି । ଏହି ମାମଲାରେ ସେମାନେ ସଚିନ ଓ ବୀରେନ୍ଦ୍ର ସେହ୍ୱାଗଙ୍କୁ ପଛରେ ପକାଇ ଦେଇଛନ୍ତି । ରୋହିତ ଓ ଧାୱନ୍ ୯୩ଟି ଦିନିକିଆରେ ୪୨.୧୩ ହାରରେ ୩୯୧୯ ରନ୍ କରିଛନ୍ତି । ସେମାନଙ୍କ ମଧ୍ୟରେ ୧୨ ଶତକୀୟ ଏବଂ ୧୮ ଅର୍ଦ୍ଧଶତକୀୟ ଭାଗୀଦାରୀ ହୋଇଛି । ଅନ୍ତର୍ଜାତୀୟ ଦିନିକିଆରେ ସବୁଠାରୁ ସଫଳ ଓପନିଂ ଯୋଡ଼ିର ରେକର୍ଡ ମଧ୍ୟ ଭାରତ ନାମରେ ଅଛି । ସଚିନ ଓ ଗାଙ୍ଗୁଲିଙ୍କ ଯୋଡ଼ି ୧୩୬ଟି ଦିନିକିଆରେ ୬୬୦୯ ରନ୍ କରିଛନ୍ତି । ଏହି ଯୋଡ଼ି ୨୧ ଶତକୀୟ ଏବଂ ୨୩ ଅର୍ଦ୍ଧଶତୀୟ ଭାଗୀଦାରୀ କରିଛନ୍ତି । ଭାରତର ତୃତୀୟ ସଫଳ ଓପନିଂ ଯୋଡ଼ି ସେହ୍ୱାଗ ଓ ଗମ୍ଭୀର ୩୮ ମ୍ୟାଚ୍ରେ ୫୦.୫୪ ହାରରେ ୧୮୭୦ ରନ୍ କରିଛନ୍ତି । ବିଶ୍ୱସ୍ତରରେ ଅଷ୍ଟ୍ରେଲିଆର ମାଥ୍ୟୁ ହେଡେଲ ଓ ଆଡାମ ଗିଲଖ୍ରୀଷ୍ଟ ୧୧୪ ଇନିଂସ୍ରେ ୫୩୭୨ ରନ୍ ସହ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ୱେଷ୍ଟଇଣ୍ଡିଜ୍ର ଡେସମଣ୍ଡ ହେନ୍ସ ଓ ଗର୍ଡନ୍ ଗ୍ରୀନିଜ୍ ତୃତୀୟ ସଫଳ ଓପନିଂ ଯୋଡ଼ି ଭାବେ ୧୦୨ ଇନିଂସ୍ରେ ୫୧୫୦ ରନ୍ କରିଛନ୍ତି ।

  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...