Sports

ଇତିହାସ ରଚିଲେ ସିନ୍ଧୁ, ପ୍ରଥମ ଭାରତୀୟ ଭାବେ ବିଶ୍ୱ ଟୁର୍ ଫାଇନାଲ୍ସ ଜିତିଲେ

  •  
  • 20
  •  
  •  
  •  
  •  
  •  
    20
    Shares

ବେଜିଂ: ଭାରତର ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ପୁଣି ଇତିହାସ ରଚିଛନ୍ତି । ବିଶ୍ୱ ଟୁର୍ ଫାଇନାଲ୍ସରେ ଜବରଦସ୍ତ ପ୍ରଦର୍ଶନ ସେ ଚାମ୍ପିୟନ୍ ହୋଇଛନ୍ତି । ବିଶ୍ୱ ଟୁର୍ ଫାଇନାଲ୍ସ ଜିତିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ । ରବିବାର ଖେଳାଯାଇଥିବା ଏହି ଫାଇନାଲ୍ସର ମହିଳା ସିଙ୍ଗିଲ୍ସ ବର୍ଗରେ ଚାମ୍ପିୟନ୍ ହୋଇଛନ୍ତି ସିନ୍ଧୁ । ଜାପାନର ନୋଜୋମି ଓକୁହାରାଙ୍କୁ ସିଧାସଳଖ ସେଟରେ ହରାଇ ସେ ଏହି କୃତୀତ୍ୱ ହାସଲ କରିଛନ୍ତି । ଅନ୍ତିମ ରାଉଣ୍ଡରେ ସେ ତାଙ୍କୁ ୨୧-୧୯ ଓ ୨୧-୧୭ ସେଟରେ ପରାସ୍ତ କରିଥିଲେ । ଏହା ତାଙ୍କ କ୍ୟାରିୟରର ୧୪ତମ ଟାଇଟଲ୍ । ଫାଇନାଲ୍ ମ୍ୟାଚରେ ଉଭୟଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା । ଆରମ୍ଭରୁ ସିନ୍ଧୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ । ତେବେ ମ୍ୟାଚର ପ୍ରଥମ ପଏଣ୍ଟ ଓକୁହାରାଙ୍କ ହାତକୁ ଯାଇଥିଲା । ଏହାପରେ ସିନ୍ଧୁ ମ୍ୟାଚ୍କୁ ପ୍ରତ୍ୟାବର୍ତ୍ତନ କରିଥିଲେ । ସିନ୍ଧୁ ନିଜ ଉଚ୍ଚତାର ଫାଇଦା ଉଠାଇ ବହୁତ ଚମତ୍କାର ସଟ୍ ଖେଳିଥିଲେ । ଯାହାକି, ପ୍ରତିପକ୍ଷ ଖେଳାଳିଙ୍କୁ ଅଡୁଆରେ ପକାଇଥିଲା । ପ୍ରଥମ ଗେମ୍ରେ ଦୁଇ ଖେଳାଳି ପ୍ରବଳ ସଂଘର୍ଷ କରିଥିଲେ । କେହି କାହାକୁ ଛାଡ଼ିବା ମିଜାଜ୍ରେ ନଥିଲେ । ଦ୍ୱିତୀୟ ସେଟ୍ ଆରମ୍ଭରୁ ସିନ୍ଧୁ ତାଙ୍କ ପ୍ରତିପକ୍ଷଙ୍କ ଉପରେ ଚାପ ପକାଇଥିଲେ । ଯେଉଁଥିପାଇଁ ପ୍ରତିପକ୍ଷ ଖେଳାଳି ୩ ପଏଣ୍ଟ ହରାଇଥିଲେ । ତେବେ ପରବର୍ତ୍ତୀ ଖେଳରେ ଏହି ଜାପାନୀ ଖେଳାଳି ଖେଳକୁ ପତ୍ୟାବର୍ତ୍ତନ କରିଥିଲେ ଏବଂ ସିନ୍ଧୁଙ୍କୁ କଡ଼ା ଟକ୍କର ଦେଇଥିଲେ । ତେବେ ଶେଷ ମୁହୂର୍ତ୍ତରେ ସିନ୍ଧୁ ଉନ୍ନତ ପ୍ରଦର୍ଶନ ସହ ଗେମ୍ ଜିତି ତାଙ୍କ ପ୍ରତିପକ୍ଷଙ୍କୁ ହରାଇଥିଲେ । ବିଶ୍ୱ ଟୁର୍ ଫାଇନାଲ୍ସରେ ପ୍ରଥମ ଥର ପାଇଁ ସିନ୍ଧୁ ଚାମ୍ପିୟନ୍ସ ହୋଇଥିବାରୁ ଭାରତ ସରକାର ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

  •  
    20
    Shares
  •  
  • 20
  •  
  •  
  •  
  •  
Loading...

Join The Discussion

Loading...