Sports

ଅଷ୍ଟ୍ରେଲିଆର ସହାୟକ କୋଚ ପଣ୍ଟିଂ

  •  
  • 7
  •  
  •  
  •  
  •  
  •  
    7
    Shares

ମେଲବୋର୍ନ : ପୂର୍ବତନ ଅଷ୍ଟ୍ରେଲିଆନ ଅଧିନାୟକ ରିକି ପଣ୍ଟିଂଙ୍କୁ ଜାତୀୟ ଦଳର ସହାୟକ କୋଚ୍‌ ପଦରେ ନିଯୁକ୍ତ କରାଯାଇଛି। ଆଗାମୀ ଆଇସିସି ବିଶକପ୍‌ ପାଇଁ ତାଙ୍କୁ ଦାୟିତ୍ୱ ଦିଆଯାଇଛି। ୪୪ ବର୍ଷୀୟ ପୂର୍ବତନ କ୍ରିକେଟର ମୁଖ୍ୟ କୋଚ୍‌ ଜଷ୍ଟିନ ଲାଙ୍ଗରଙ୍କ ଟିମ୍‌ରେ କାର୍ଯ୍ୟ କରିବେ। ଦିନିକିଆ ଫର୍ମାଟରେ ଦଳର ବ୍ୟାଟିଂକୁ ପଣ୍ଟିଂ ଅଧିକ ଗୁରୁତ୍ୱ ପ୍ରଦାନ କରିବେ। ନିୟମିତ ବ୍ୟାଟିଂ କୋଚ ପଦରେ ଗ୍ରେମ ହିକ ରହିଛନ୍ତି। ଦଳର ବୋଲିଂ କୋଚ୍‌ ଡେଭିଡ ସକେରଙ୍କ ଇସ୍ତଫା ଦେବା ଯୋଗୁ ସୃଷ୍ଟି ହୋଇଥିବା ଖାଲି ସ୍ଥାନକୁ ପୂରଣ କରିବା ପାଇଁ ପଣ୍ଟିଂଙ୍କୁ ନିଯୁକ୍ତ କରାଯାଇଛି। ବିଶ୍ୱକପ୍‌ ପୂର୍ବରୁ ବ୍ରିସବେନଠାରେ ମେ’ ଆରମ୍ଭରୁ ଅଷ୍ଟ୍ରେଲିଆ ଦଳ ଅଭ୍ୟାସ କରିବ। ଡିଫେଣ୍ଡିଂ ଚାମ୍ପିୟନ ଦଳ ଜୁନ ୧ ତାରିଖରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରୁ ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବ। ମୁଁ ଅଷ୍ଟ୍ରେଲିଆର ବିଶ୍ୱକପ୍‌ ଦଳରେ ଯୋଡ଼ି ହେବାକୁ ଉତ୍ସାହିତ। ପୂର୍ବରୁ ଦଳ ସହ ମିଳିଥିବା ଛୋଟିଆ ଦାୟିତ୍ୱର ମୁଁ ଆନନ୍ଦ ଉଠାଇଛି ବୋଲି ପଣ୍ଟିଂ ନିଯୁକ୍ତି ପାଇବା ପରେ କହିଛନ୍ତି। ଏହି ପୂର୍ବତନ ବିଶ୍ୱକପ ଚାମ୍ପିୟନ ଅଧିନାୟକ ପୂର୍ବରୁ ୨୦୧୭ ଓ ୨୦୧୮ରେ ଅଷ୍ଟ୍ରେଲିଆ ଟି୨୦ ଦଳର ସହାୟକ କୋଚ୍‌ ଥିଲେ।

  •  
    7
    Shares
  •  
  • 7
  •  
  •  
  •  
  •  
Loading...

Join The Discussion

Loading...