Home ଖେଳ ପନ୍ତଙ୍କ ପ୍ରତି ଅନ୍ୟାୟ ହୋଇଛି : ଆଝାର

ପନ୍ତଙ୍କ ପ୍ରତି ଅନ୍ୟାୟ ହୋଇଛି : ଆଝାର

ନୂଆଦିଲ୍ଲୀ: ବିଶ୍ୱକପ୍-୨୦୧୯ ପାଇଁ ଦଳ ଚୟନ ହୋଇଛି । ପନ୍ଥଙ୍କୁ କିଭଳି ଉପେକ୍ଷା କରାଯାଇପାରିଲା ବୋଲି ସେ କହିଛନ୍ତି । ଭାରତର ଏହି ପୂର୍ବତନ ସ୍କିପର ଆଝାରୁଦ୍ଦିନ୍ କହିଛନ୍ତି ଯେ, ପନ୍ତଙ୍କୁ ବିଶ୍ୱକପ୍ ଟିମ୍ରୁ ବାଦ୍ ଦିଆଯିବା ଆଦୌ ସମୀଚିନ ହୋଇନାହିଁ । ଏହି ନିଷ୍ପତ୍ତି ଆଦୌ ଯଥାର୍ଥ ନୁହେଁ, ଏପରି କରି ତାଙ୍କ ପ୍ରତି ଅନ୍ୟାୟ କରାଯାଇଛି । କେତେକ ସମୀକ୍ଷକ କହିଛନ୍ତି ଯେ, ରିଷଭ ପନ୍ଥଙ୍କୁ ଉପେକ୍ଷା କରିବା ଦଳ ପାଇଁ ମହଙ୍ଗା ପଡ଼ିପାରେ । ଏଭଳି ଏକ ପଦକ୍ଷେପ ନେଇ ଚୟନ କମିଟି ଏକ ଗୁରୁତର ଭୁଲ୍ କରିଛି ବୋଲି ସେମାନେ ହୃଦ୍ବୋଧ କରୁଛନ୍ତି । ଜଣାଶୁଣା ସମୀକ୍ଷକ କେ ଶ୍ରୀନିବାସ ରାଓ କହିଛନ୍ତି ଯେ, ବିସିସିଆଇ କେବଳ ଜଣେ ଯୁବ ପ୍ରତିଭାସମ୍ପନ୍ନ କ୍ରିକେଟରଙ୍କୁ ଉପେକ୍ଷା କରିନାହିଁ, ବରଂ ଏକ ଭଲ ସୁଯୋଗକୁ ହାତଛଡ଼ା କରିଛି । ଚୟନ କମିଟିର ସଂଖ୍ୟାଗରିଷ୍ଠ ସଦସ୍ୟ ପନ୍ଥଙ୍କୁ ସାମିଲ୍ କରିବାକୁ ଚାହୁଁଥିଲେ । କିନ୍ତୁ କେତେକ ପ୍ରଭାବଶାଳୀ ସଦସ୍ୟଙ୍କ ଜିଦ୍ ଯୋଗୁଁ ପନ୍ଥ ବାଦ୍ ପଡ଼ିଲେ । ପନ୍ଥଙ୍କଠାରେ ସାମର୍ଥ୍ୟ ଓ ପ୍ରତିଭାର ଅଭାବ ନାହିଁ, ଏକଥା କମିଟି ସଦସ୍ୟମାନେ ଭଲ ଭାବେ ଜାଣନ୍ତି । ଏହି ଯୁବ ଖେଳାଳିଙ୍କୁ ବାଦ୍ ଦେଇ ବିସିସିଆଇ ଦଳର ବିଜୟ ସମ୍ଭାବନା ଉପରେ ପ୍ରଶ୍ନଚିହ୍ନ ଲଗାଇଛି । ଉଭୟ ବ୍ୟାଟିଂ ଓ ବୋଲିଂରେ ଉନ୍ନତି କରୁଥିବା ପନ୍ତଙ୍କୁ ଇଂଲଣ୍ଡ ଗସ୍ତରେ ସାମିଲ କରାଯିବା ଆବଶ୍ୟକ ରହିଥିଲା । ପନ୍ତ ଜଣେ ବାମହାତୀ ବ୍ୟାଟ୍ସମ୍ୟାନ୍ । ବିପକ୍ଷ ଦଳ ପାଇଁ ମଧ୍ୟମକ୍ରମରେ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଧିକାଂଶ ସମୟ ସମସ୍ୟା ସୃଷ୍ଟି କରିଥାନ୍ତି । ଏକ୍ଷେତ୍ରରେ ପନ୍ତଙ୍କୁ ଦଳରେ ସାମିଲ କରାଯିବା ଉଚିତ୍ ରହିଥିଲା ବୋଲି ଗାଭାସ୍କର କହିଛନ୍ତି । ଅନ୍ୟପକ୍ଷରେ ଦିନେଶ କାର୍ତ୍ତିକଙ୍କ ଚୟନକୁ ନେଇ କହିଛନ୍ତି କି, ପନ୍ତଙ୍କ ଅପେକ୍ଷା କାର୍ତ୍ତିକଙ୍କ କିପିଂ ଦକ୍ଷତା ଅଧିକ । ଏଥିପାଇଁ ତାଙ୍କୁ ଦଳରେ ସୁଯୋଗ ଦେବା ସ୍ୱାଗତଯୋଗ୍ୟ ।

ରାଜ୍ୟର ଖବର

ବିଜେପି ରାଜ୍ୟରେ ଏକ ତରଫା ଭାବେ ସରକାର ଗଢିବ : ଅରୁଣ ସିଂ

ଭୁବନେଶ୍ୱର:ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ବିଜେପି ପ୍ରଭାରୀ ଅରୁଣ ସିଂହ ପ୍ରତିକ୍ରିୟା ଦେଇ ଚଳିତ ନିର୍ବାଚନରେ ବିଜେପି ଜିତି ସରକାର ଗଢିବ ବୋଲି କହିଛନ୍ତି ।ଭୁବନେଶ୍ୱରରେ  ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ...

ପାଟକୁରା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ

ଭୁବନେଶ୍ୱର: ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କର ଶନିବାର ପୂର୍ବାହ୍ନରେ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ...

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

ଦେଶ-ବିଦେଶ

ପୁଣି ଉଡାଇବେ ଯୁଦ୍ଧ ବିମାନ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଖୁବ୍‌ଶୀଘ୍ର ଯୁଦ୍ଧ ବିମାନ ଉଡାଇ ପାରିବେ ବୋଲି ସୂଚନା ମିଳିଛି। ଏଥିପାଇଁ ତାଙ୍କୁ ବେଙ୍ଗାଲୁରରେ ଥିବା ଇନଷ୍ଟିଚ୍ୟୁଟ ଅଫ୍‌ ଏରୋସ୍ପେଶ ମେଡିସିନ(ଆଇଏଏମ୍‌)ର...

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...