Sports

ସିଜିନର ପ୍ରଥମ ବିଜୟ ସ୍ୱାଦ ଚାଖିଲା ଓଡିଶା

  •  
  • 7
  •  
  •  
  •  
  •  
  •  
    7
    Shares

ଗୌହାଟୀ: ଏଠାରେ ଚାଲିଥିବା ଆସାମ୍ ବିପକ୍ଷ ରଣଜୀ ଟ୍ରଫିରେ ଓଡ଼ିଶା ୯ ୱିକେଟରେ ବିଜୟଲାଭ କରିଛି । ପ୍ରଥମ ଇଂନିସ୍ ଭଳି ଦ୍ୱିତୀୟ ଇଂନିସ୍ରେ ମଧ୍ୟ ରାଜେଶ ମହାନ୍ତିଙ୍କ ବୋଲିଂର ଚମତ୍କାରିତା ଦେଖିବାକୁ ମିଳିଥିଲା । ଫଳରେ ଆସାମ ଦ୍ୱିତୀୟ ଇଂନିସରେ ୧୩୨ ରନ୍ରେ ଅଲଆଉଟ୍ ହୋଇଯାଇଥିଲା । ୧୪ ରନ୍ର ଏହି ଟାର୍ଗେଟକୁ ବିନା କୌଣସି କ୍ଷତିରେ ହାସଲ କରିବା ପାଇଁ ପ୍ରୟାସ କରିଥିଲେ ହେଁ ଅନୁରାଗ ଷଡ଼ଙ୍ଗୀ ୫ ରନ୍ କରି ଆଉଟ୍ ହେବାରୁ ଏହା ସମ୍ଭବ ହୋଇପାରି ନଥିଲା । ଏହି ଛୋଟିଆ ଟାର୍ଗେଟ୍କୁ ଓଡ଼ିଶା ୩.୩ ଓଭରରେ ୧୬ ରନ୍ କରି ଜିତି ନେଇଥିଲା । ଏହି ବିଜୟ ସହ ଓଡ଼ିଶାକୁ ୬ ପଏଣ୍ଟ ମିଳିଥିବା ବେଳେ ଆସମୁ କୌଣସି ପଏଣ୍ଟ ମିଳିନାହିଁ ।
ଆସାମର ୧୨୧ ରନ୍ ଜବାବରେ ଓଡ଼ିଶା ପ୍ରଥମ ଇନିଂସ୍ରେ ୨୪୦ ରନ୍ କରି ଅଲ୍ ଆଉଟ୍ ହୋଇଛି । ଫଳରେ ଓଡ଼ିଶା ୧୧୯ ରନ୍ର ବଡ଼ ଅଗ୍ରଣୀ ହାସଲ କରିନେଇଛି । ଓଡ଼ିଶା ପକ୍ଷରୁ ଅନୁରାଗ ୭୭ ଓ ବିପ୍ଳବ ୬୧ ରନ୍ କରିଥିଲେ । ଆସାମ ପକ୍ଷରୁ ପେସ୍ ବୋଲର ରଞ୍ଜିତ ମାଲି ୮୦ ରନ୍ ଦେଇ ୬ଟି ୱିକେଟ୍ ହାସଲ କରିଥିଲେ । ଜବାବରେ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଆସାମ ଦ୍ୱିତୀୟ ଇନିଂସ୍ରେ ୪ ୱିକେଟ୍ ହରାଇ ୬୦ ରନ୍ କରିଛି । ଷ୍ଟମ୍ପ ଅପସାରଣ ବେଳକୁ ଶିବଶଙ୍କର ରୟ ୨୦ ଓ ଅମିତ ସିହ୍ନା ୭ ରନ୍ କରି ଅପରାଜିତ ଅଛନ୍ତି । ଇନିଂସ୍ ପରାଜୟ ଏଡାଇବା ପାଇଁଆସାମକୁ ଆହୁରି ୫୯ ରନ୍ ଆବଶ୍ୟକ ହେଉଥିବା ବେଳେ ହାତରେ ୬ ୱିକେଟ୍ ବାକି ରହିଛି । ବୁଧବାର ଓଡ଼ିଶା ତା’ର ପୂର୍ବଦିନର ସ୍କୋର ୮୬/୩ରୁ ଖେଳ ଆରମ୍ଭ କରିଥିଲା । ପୂର୍ବଦିନର ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ ଅନୁରାଗ ଓ ବିପ୍ଳବ ଚତୁର୍ଥ ୱିକେଟ୍ ପାଇଁ ୬୭ ରନ୍ ଯୋଡ଼ିଥିଲେ । ଅନୁରାଗ ନିଜ ସ୍କୋରରେ ଆଉ ୧୬ ରନ୍ ଯୋଡ଼ି ରଞ୍ଜିତ ମାଲିଙ୍କ ଶିକାର ହୋଇଥିଲେ । ଅନୁରାଗ ନିଜର ଉପଯୋଗୀ ଇନିଂସ୍ରେ ୧୨୪ ବଲର ସାମ୍ନା କରି ୧୬ ଚୌକା ମାରିଥିଲେ । ତାଙ୍କ ସ୍ଥାନରେ ଆସିଥିବା ଶାନ୍ତନୁ ମିଶ୍ର ଅଧିନାୟକ ବିପ୍ଳବଙ୍କୁ ଭରପୂର ସହଯୋଗ କରିଥିଲେ । ଦୁହେଁ ସ୍କୋରକୁ ଆଗକୁ ବଢ଼ାଇବା ସହ ଓଡ଼ିଶାକୁ ଅଗ୍ରଣୀ କରାଇଥିଲେ । ଓଡ଼ିଶା ସ୍କୋର ୧୫୮ ଥିବା ବେଳେ ଶାନ୍ତନୁ (୧୭)ଙ୍କୁ ରଞ୍ଜିତ ମାଲି କ୍ଲିନ୍ ବୋଲ୍ଡ କରିଥିଲେ । ଏହା ପରେ ବିପ୍ଳବ ଓ ୱିକେଟ୍କିପର ବ୍ୟାଟ୍ସମ୍ୟାନ୍ ସୁଜିତ୍ ଲେଙ୍କା ଷଷ୍ଠ ୱିକେଟ୍ ପାଇଁ ୪୬ ରନ୍ ଯୋଡ଼ି ଦଳର ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ । ସୁଜିତ୍ ୫୪ ବଲ୍ରେ ୫ ଚୌକା ସହ ୨୮ ରନ୍ କରିଥିବା ବେଳେ ରଞ୍ଜିତଙ୍କ ଶିକାର ହୋଇଥିଲେ । ଏହା ମଧ୍ୟରେ ଅଧିନାୟକ ବିପ୍ଳବ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି ଅର୍ଦ୍ଧଶତକ ପୂରଣ କରିଥିଲେ । ସେ ୧୮୯ ବଲ୍ରେ ୯ ଚୌକା ସହ ୬୧ ରନ୍ କରିଥିବା ବେଳେ ରଞ୍ଜିତଙ୍କ ବଲ୍ରେ ଏଲ୍ବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ ।

  •  
    7
    Shares
  •  
  • 7
  •  
  •  
  •  
  •  
Loading...

Join The Discussion

Loading...