Sports

ଜମ୍ମୁ ବିପକ୍ଷରେ ଓଡିଶାର ଦମଦାର ବିଜୟ

  •  
  • 2
  •  
  •  
  •  
  •  
  •  
    2
    Shares

କଟକ : ଜମ୍ମ କଶ୍ମୀର ବିପକ୍ଷରେ ଓଡିଶା ଦମଦାର ବିଜୟ ହାସଲ କରି ନିଜ ପଏଣ୍ଟ ଖାତାରେ ୬ ଯୋଡିଛି । ଜମ୍ମର ଗାନ୍ଧୀ ମେମୋରିଆଲ ସାଇନ୍ସ କଲେଜ ଗ୍ରାଉଣ୍ଡରେ ଅନୁଷ୍ଠିତ ରଣଜୀ ଟ୍ରଫି ଏଲିଟ୍ ଗ୍ରୁପ-ସି’ର ଏହି ମ୍ୟାଚରେ ଓଡିଶା ପ୍ରତିପକ୍ଷ ଜମ୍ମକୁ ୮ ଉଇକେଟରେ ପରାସ୍ତା କରିଛି । ଏହି ମ୍ୟାଚରେ ଜମ୍ମୁ ପ୍ରଥମ ଇନିଂସରେ ମାତ୍ର ୧୨୭ ରନ କରିଥିଲା । ଦ୍ୱିତୀୟ ଇନିଂସରେ ଓଡିଶା ଲଢୁଆ ବ୍ୟାଟିଂ କରି ଅଗ୍ରଣୀ ହାସଲ କରିଥିଲା । ଅଭିଶେକ ରାଉତଙ୍କ ଅପରାଜିତ ଶତକ ସହ ଓଡିଶା ୩୨୩ ରନ କରି ଅଲଆଉଟ୍ ହୋଇଥିଲା । କିନ୍ତୁ ଦ୍ୱିତୀୟ ଇନିଂସ ଜମ୍ମୁ ଅଧିନାୟର ରସୁଲଙ୍କ ଲଢୁଆ ଶତକ ବଲରେ ୩୯୧ ରନ କରି ଓଡିଶାକୁ ୧୯୭ରନ ଟାର୍ଗେଟ୍ ଦେଇଥିଲା । ଏହାର ଜବାବରେ ଓଡିଶା ଦଳର ଉଭୟ ଓପନର ସତର୍କତା ସହ ବ୍ୟାଟିଂ କରି ଉଭୟେ ଅର୍ଦ୍ଧଶତକ କରି ଦଳୀୟ ବିଜୟକୁ ସୁଗମ କରିଥିଲେ । ଓଡିଶା ମାତ୍ର ୨ଟି ଉଇକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା ।

  •  
    2
    Shares
  •  
  • 2
  •  
  •  
  •  
  •  
Loading...

Join The Discussion

Loading...