Sports

ବିଜୟ ହଜାରେ ଟ୍ରଫିରେ ଖେଳିପାରନ୍ତି ଧୋନୀ

  •  
  •  
  •  
  •  
  •  
  •  
  •  

ରାଞ୍ଚି :  ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଘରୋଇ କ୍ରିକେଟକୁ ଫେରିବାକୁ ଯାଉଛନ୍ତି। ମିଳିଥିବା ସୂଚନା ମୁତାବକ, ଧୋନୀ ଝାଡ଼ଖଣ୍ଡ ପକ୍ଷରୁ ବିଜୟ ହଜାରେ ଟ୍ରଫିର ଦ୍ୱିତୀୟ ପର୍ଯ୍ୟାୟରୁ ଖେଳିବେ। ଚଳିତ ଟୁର୍ନାମେଣ୍ଟରେ ଝାଡ଼ଖଣ୍ଡ ନକ୍‌ଆଉଟ୍‌ ପର୍ଯ୍ୟାୟକୁ ଉନ୍ନୀତ ହେବାର  ବିଶେଷ ସମ୍ଭାବନା ରହିଛି। ଈଶାନ କିଶନଙ୍କ ନେତୃତ୍ୱାଧୀନ ଦଳ ଏ ପର୍ଯ୍ୟନ୍ତ ୮ ମ୍ୟାଚ୍‌ରୁ ୬ ବିଜୟ ହାସଲ କରିଛି। ଯଦି ପରବର୍ତ୍ତୀ ମୁକାବିଲାରେ ସର୍ଭିସକୁ ପରାସ୍ତ କରେ ଦଳ ଆଗାମୀ ରାଉଣ୍ଡରେ ପ୍ରବେଶ କରିବା ନିଶ୍ଚିତ। ଏହା ହେଲେ ଧୋନୀଙ୍କୁ ଓ୍ବେଷ୍ଟିଣ୍ଡିଜ୍‌ ବିପକ୍ଷ ଦିନିକିଆ ଓ ଟି୨୦ ସିରିଜ୍‌ ପୂର୍ବରୁ ଗୋଟିଏ କିମ୍ବା ୨ଟି ମ୍ୟାଚ୍‌ ଖେଳିବାକୁ ମିଳିପାରେ। ଅନ୍ତିମ ଥର ୨୦୧୭/୧୮ ସିଜନରେ ସେ ରାଜ୍ୟ ଦଳ ପକ୍ଷରୁ ଖେଳିଥିଲେ। ତାଙ୍କ ନେତୃତ୍ୱରେ ଦଳ ସେମିଫାଇନାଲ ପର୍ଯ୍ୟନ୍ତ ଯାଇଥିଲା।

  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...