Sports

ନିଜ ରେକର୍ଡ ଭାଙ୍ଗିଲେ ଧୋନୀ

  •  
  •  
  •  
  •  
  •  
  •  
  •  

ମୁମ୍ବାଇ : ସ୍ଥାନୀୟ ବାବୋର୍ଣ୍ଣ ଷ୍ଟାଡିୟମରେ ସୋମବାର ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୪ର୍ଥ ଦିନିକିଆ ମ୍ୟାଚ୍‌ରେ ଭାରତ ୨୨୪ ରନର ବୃହତ ବ୍ୟବଧାନରେ ବିଜୟୀ ହୋଇଥିଲା। ରନ ବ୍ୟବଧାନ ଦୃଷ୍ଟିରୁ ଦିନିକିଆ କ୍ରିକେଟ ଇତିହାସରେ ଭାରତର ଏହା ୩ୟ ସର୍ବବୃହତ୍‌ ବିଜୟ। ମ୍ୟାଚ୍‌ରେ ରୋହିତ୍‌ ଶର୍ମା (୧୬୨) ଓ ଅମ୍ବାତି ରାୟୁଡୁ (୧୦୦)ଙ୍କ ଶତକ ବଳରେ ୫ ଉଇକେଟ୍‌ରେ ୩୭୭ ରନ କରିଥିଲା। ଜବାବରେ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ୧୩୭ ରନରେ ସୀମିତ ରହିଥିଲା। ଧୋନୀ ଏହି ମ୍ୟାଚ୍‌ରେ ଷ୍ଟମ୍ପିଂରେ ଏକ ନୂତନ ବିଶ୍ୱରେକର୍ଡ ସୃଷ୍ଟି କରିଛନ୍ତି। ଦ୍ରୁତବେଗରେ ଷ୍ଟମ୍ପିଂ କରି ଧୋନୀ ପୂର୍ବରୁ ନିଜ ନାମରେ ରହିଥିବା ପୂର୍ବ ରେକର୍ଡକୁ ପଛରେ ପକାଇ ଦେଇଛନ୍ତି। ମ୍ୟାଚ୍‌ର ୨୮ତମ ଓଭରରେ ରବୀନ୍ଦ୍ର ଜାଡେଜାଙ୍କ ବଲରେ କେମୋ ପଲ୍‌ ଷ୍ଟମ୍ପିଂ ହୋଇ ୯ମ ଖେଳାଳିଭାବେ ଆଉଟ୍‌ ହୋଇଥିଲେ। ଜାଡେଜାଙ୍କ ଫ୍ଲାଇଟେଡ୍‌ ବଲକୁ ଖେଳିବାକୁ ଯାଇ ପଲ୍‌ କ୍ରିଜ ବାହାରକୁ ଚାଲିଯାଇ ମିସ୍‌ କରିଥିଲେ। ଉଇକେଟ୍‌ ପଛରେ ଥିବା ଭେଟେରାନ ଧୋନୀ କାଳବିଳମ୍ବ ନ କରି ମାତ୍ର ୦.୦୮ ସେକେଣ୍ଡରେ ବେଲ୍‌କୁ ପକାଇ ପଲ୍‌ଙ୍କୁ ପ୍ୟାଭିଲିୟନ ଫେରାଇ ଦେଇଥିଲେ। ପୂର୍ବରୁ ବିଶ୍ୱର ସବୁଠାରୁ ଦ୍ରୁତତମ ଷ୍ଟମ୍ପିଂ ଧୋନୀଙ୍କ ନାମରେ ରହିଥିଲା। ୨୦୧୬ରେ ମେଲବର୍ନ କ୍ରିକେଟ୍‌ ଗ୍ରାଉଣ୍ଡରେ ଜାଡେଜାଙ୍କ ବଲରେ ଜର୍ଜ ବେଲିଙ୍କୁ ଷ୍ଟମ୍ପିଂ କରି ଧୋନୀ ଏହି ରେକର୍ଡର ଅଧିକାରୀ ହୋଇଥିଲେ।

Loading...
  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...