Sports

ଏହି ଦଳ ପାଇଁ ବିଶ୍ୱକପ୍ ଖେଳିପାରନ୍ତି ଆର୍ଚର

  •  
  • 10
  •  
  •  
  •  
  •  
  •  
    10
    Shares

ଲଣ୍ଡନ : ବାରବାଡସରେ ଜନ୍ମିତ ଅଲରାଉଣ୍ଡର ଜୋଫ୍ରା ଆର୍ଚର ଇଂଲଣ୍ଡ ପକ୍ଷରୁ ଆଗାମୀ ବର୍ଷ ହେବାକୁ ଥିବା ଆଇସିସି ବିଶ୍ୱକପ୍‌ରେ ଖେଳିବା ପାଇଁ ଯୋଗ୍ୟ ହୋଇଯିବେ। ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ପକ୍ଷରୁ ଗୁରୁବାର ବିଦେଶ ଖେଳାଳିଙ୍କ ପାଇଁ ଉଦ୍ଧିଷ୍ଟ ନିୟମରେ ପରିବର୍ତ୍ତନ କରାଯାଇଛି। ନୂତନ ନିୟମ ଅନୁଯାୟୀ ଦେଶରେ ୩ ବର୍ଷ ରହିସାରିଥିବା ବିଦେଶୀ ଖେଳାଳି ମାନେ ଆସନ୍ତା ଜାନୁୟାରୀ ୧ ତାରିଖଠାରୁ ଇଂଲଣ୍ଡ ପକ୍ଷରୁ ଖେଳିପାରିବେ। ମାତ୍ର ଚଳିତ ନିୟମ ଅନୁଯାୟୀ ଦେଶରେ ୭ ବର୍ଷ ରହିବା ପରେ ହିଁ କୌଣସି ବିଦେଶୀ ଖେଳାଳି ଇଂଲଣ୍ଡକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିପାରିବେ। ଏଥିଯୋଗୁ ୨୦୨୨ ପୂର୍ବରୁ ଇଂଲଣ୍ଡ ପକ୍ଷରୁ ଆର୍ଚରଙ୍କ ଖେଳିବା ସମ୍ଭବ ନ ଥିଲା। ୨୩ ବର୍ଷୀୟ ସସେକ୍ସ ଖେଳାଳିଙ୍କ ବାପା ଜଣେ ଇଂଲଣ୍ଡ ବାସୀନ୍ଦା ଓ ତାଙ୍କର ପାସପୋର୍ଟ ମଧ୍ୟ ଅଛି। କିନ୍ତୁ ସେ ଇଣ୍ଡିଜ ପାଇଁ ୧୯ ବର୍ଷରୁ କମ୍‌ ସ୍ତରରେ ଖେଳିଥିଲେ। ଏହାପରେ ୨୦୧୫ରେ ସେ ବ୍ରିଟେନ ଚାଲି ଆସିଥିଲେ। ବିଶ୍ୱକପ୍‌ ବ୍ୟତୀତ ଇଣ୍ଡିଜ୍‌ ଗସ୍ତ କରିବାକୁ ଥିବା ଇଂଲଣ୍ଡ ଦଳ ଲାଗି ମଧ୍ୟ ସେ ଉପଲବ୍ଧ ହୋଇପାରନ୍ତି। ଏ ସମ୍ପର୍କରେ ସେ ଟୁଇଟରରେ କହିଛନ୍ତି, ଏହା ହୋଇପାରେ କିମ୍ବା ନ ହୋଇପାରେ। ମାତ୍ର ମୋ ପରିବାର ଆଗରେ ମୁଁ ପଦାର୍ପଣ କରିବାକୁ ଚାହେଁ।

  •  
    10
    Shares
  •  
  • 10
  •  
  •  
  •  
  •  
Loading...

Join The Discussion

Loading...