Home ଖେଳ ମୁଁ ସବୁବେଳେ ନିଜର ଅଖଣ୍ଡତା ଓ ପାରଦର୍ଶିତା ବଜାୟ ରଖେ: ଜୟସୂରିୟା

ମୁଁ ସବୁବେଳେ ନିଜର ଅଖଣ୍ଡତା ଓ ପାରଦର୍ଶିତା ବଜାୟ ରଖେ: ଜୟସୂରିୟା

ନୂଆଦିଲ୍ଲୀ: ଗତକାଲି ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ସନତ ଜୟସୁରିୟାଙ୍କ ଉପରେ ଆଇସିସି ଆଣ୍ଟି କରପସନ୍ର ଆଚାର ସଂହିତା ଉଲ୍ଲଙ୍ଘନ କରିଥିବାର ଅଭିଯୋଗ ଆଣିଥିଲା ।ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) । ଏଭଳି ଅଭିଯୋଗକୁ ସନତ୍ ଜୟସୂରିୟା ଖଣ୍ଡନ କରିବା ସହିତ ସେ କହିଛନ୍ତି ଯେ, ମୁଁ ସବୁବେଳେ ନିଜର ଅଖଣ୍ଡତା ଓ ପାରଦର୍ଶିତା ବଜାୟ ରଖେ । ଆଇସିସି ଯେଉଁ ୧୪ ଦିନ ଭିତରେ ଜବାବ ଦେବାକୁ କହିଛି ତାହା ମୁଁ ଦେବାକୁ ପ୍ରସ୍ତୁତ ବୋଲି ସେ କହିଥିଲେ । ସୂଚନାଯୋଗ୍ୟ, ଜୟସୁରିୟାଙ୍କ ଉପରେ ଦୁଇଟି ଧାରାର ଅଭିଯୋଗ ଲଗାଯାଇଛି । ଆଇସିସିର ଏହି ଅଭିଯୋଗ ପରେ ବର୍ତ୍ତମାନ କ୍ରିକେଟ୍ପ୍ରେମୀଙ୍କ ମଧ୍ୟରେ ଗୋଟିଏ କଥାକୁ ନେଇ ଚର୍ଚ୍ଚା ଚାଲିଛି ଯେ, ଜୟସୁରିୟା ଏଭଳି କ’ଣ କରିଛନ୍ତି ଯେ ତାଙ୍କ ଉପରେ ଏଭଳି ଅଭିଯୋଗ ଆସିଛି । ବାସ୍ତବରେ ଜୟସୁରିୟାଙ୍କ ଉପରେ ଆଇସିସି
ଧାରା ୨.୪.୬ ଓ ୨.୪.୭ର ଉଲ୍ଲଙ୍ଘନ କରିଥିବାର ଅଭିଯୋଗ ଲାଗିଛି । ଶ୍ରୀଲଙ୍କା ଚୟନକମିଟିର ପୂର୍ବତନ ଅଧ୍ୟକ୍ଷଙ୍କ ଉପରେ ୨.୪.୬ ଅନୁଯାୟୀ ଅଭିଯୋଗ ଅଛି ଯେ ସେ ଆଣ୍ଟି କରପସନ୍ ୟୁନିଟ୍ (ଏସିୟୁ)କୁ ତଦନ୍ତରେ ସହଯୋଗ କରିନାହାନ୍ତି । ସେହିପରି ୨.୪.୭ ଧାରା ଅନୁଯାୟୀ, ତାଙ୍କ ଉପରେ ଏସିୟୁ ତଦନ୍ତରେ ବାଧା ପହଞ୍ଚାଇବା ଏବଂ ତଦନ୍ତରେ
ବିଳମ୍ବ କରିବାର ଅଭିଯୋଗ ଲଗାଯାଇଛି । ଆଇସିସି ଏବେ ଏହି ମାମଲା ଉପରେ ଅଧିକ କିଛି କହି ନାହିଁ । ଆଇସିସି ଜୟସୁରିୟାଙ୍କୁ ଜବାବ ଦେବା ପାଇଁ ଅକ୍ଟୋବର ୧୫ରୁ ୧୪ ଦିନ ପର୍ଯ୍ୟନ୍ତ ସମୟ ଦେଇଛନ୍ତି ।

ରାଜ୍ୟର ଖବର

ବିଜେପି ରାଜ୍ୟରେ ଏକ ତରଫା ଭାବେ ସରକାର ଗଢିବ : ଅରୁଣ ସିଂ

ଭୁବନେଶ୍ୱର:ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ବିଜେପି ପ୍ରଭାରୀ ଅରୁଣ ସିଂହ ପ୍ରତିକ୍ରିୟା ଦେଇ ଚଳିତ ନିର୍ବାଚନରେ ବିଜେପି ଜିତି ସରକାର ଗଢିବ ବୋଲି କହିଛନ୍ତି ।ଭୁବନେଶ୍ୱରରେ  ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ...

ପାଟକୁରା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ

ଭୁବନେଶ୍ୱର: ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କର ଶନିବାର ପୂର୍ବାହ୍ନରେ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ...

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

ଦେଶ-ବିଦେଶ

ପୁଣି ଉଡାଇବେ ଯୁଦ୍ଧ ବିମାନ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଖୁବ୍‌ଶୀଘ୍ର ଯୁଦ୍ଧ ବିମାନ ଉଡାଇ ପାରିବେ ବୋଲି ସୂଚନା ମିଳିଛି। ଏଥିପାଇଁ ତାଙ୍କୁ ବେଙ୍ଗାଲୁରରେ ଥିବା ଇନଷ୍ଟିଚ୍ୟୁଟ ଅଫ୍‌ ଏରୋସ୍ପେଶ ମେଡିସିନ(ଆଇଏଏମ୍‌)ର...

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...