Home ଖେଳ ରାଜନୀତିକୁ ନା' କହିଲେ ସେହ୍ୱାଗ

ରାଜନୀତିକୁ ନା’ କହିଲେ ସେହ୍ୱାଗ

ନୂଆଦିଲ୍ଲୀ : କିଛି ଦିନ ହେଲାଣି ଭାରତୀୟ ଓପନର ଗୌତମ ଗମ୍ଭୀର ଓ ତାଙ୍କ ସହଯୋଗୀ ଓପନର ତଥା ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବିରେନ୍ଦ୍ର ସେହ୍ୱାଗ ଲୋକସଭା ନିର୍ବାଚନ ବିଜେପି ଟିକେଟରୁ ଲଢେବି ବୋଲି ଖବର ଆସୁଛି ।ଖବର ମୁତାବକ ସେହ୍ୱାଗ ବିଜେପି ପକ୍ଷରୁ ସେ ରୋହତକ ଆସନରୁ ନିର୍ବାଚନ ଲଢିବେ । ଏହି ଖବର ଉପରେ ଖୋଦ୍ ସେହ୍ୱାଗ ଆଜି ମୁହଁ ଖୋଲିଛନ୍ତି । ସେ ଆଜି ଟ୍ୱିଟର ଆକାଉଣ୍ଟ ଦୁଇଟି ପୋଷ୍ଟ କରିଛନ୍ତି । ଯେଉଁଥିରେ ଲୋକାଲ ନ୍ୟୁଜ ପୋର୍ଟଲ ଖବର ପୋଷ୍ଟ କରିଛନ୍ତି । ଗୋଟିଏ ଖବରରେ ୨୦୧୪ରେ କୁହାଯାଇଛି ଯେ, ସେହ୍ୱାଗ ରୋହତକ ଆସନରୁ ନିର୍ବାଚନ ଲଢିବେ । ସେହିପରି ଆଉ ଏକ ପୋଷ୍ଟରେ ୨୦୧୯ ନିର୍ବାଚନରେ ପୁଣି ସେହି ରୋହତକ ଆସନରୁ ସେହ୍ୱାଗ ନିର୍ବାଚନ ଲଢିବାର ସମ୍ଭାବନା ରହିଛି । ସେହ୍ୱାଗ ଏହି ପୋଷ୍ଟରେ ଜଣାଇଛନ୍ତି ସେ ରାଜନୀତିରେ ପ୍ରବେଶ କରିବାକୁ ସ୍ପଷ୍ଟ ଭାବେ ମନା କରିଛନ୍ତି । କୌଣସି କାରଣ ନଥାଏ ଏମିତି ଖବର ପ୍ରକାଶ ପାଉଛି । ମୋର ସେତେବେଳେ ବି ରାଜନୀତିରେ ଆସିବାର ନଥିଲା କି ଏବେ ବି ମୋର ମନ ନାହିଁ ବୋଲି ସେ ଉଲ୍ଲେଖ କରିଛନ୍ତି । ରୋହତକ ଆସନରୁ ସେହ୍ୱାଗ ଲଢିବା ସଂପର୍କରେ ଯେଉଁ ଖବର ପ୍ରକାଶ ପାଉଛି ତାହା ମୁଖ୍ୟ କାରଣ ହେଲା ସେହ୍ୱାଗ ଜେଠ୍ ସଂପ୍ରସାଦୟ । ଏହି ଆସନ ଜେଠ୍ ବହୁଳ ଥିବା ଜଣାପଡିଛି ।

ରାଜ୍ୟର ଖବର

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

୫ଜଣଙ୍କ ଜୀବନ ନେଲା ହାତୀ

ଅନଗୁଳ: ଗୁରୁବାର ମଧ୍ୟ ରାତ୍ରୀରେ ଅନୁଗୋଳ ଜିଲ୍ଲା ତାଳଚେରରେ ହାତୀ ଆକ୍ରମଣରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ତାଳଚେର ଅନ୍ତର୍ଗତ ଷଣ୍ଢଗାଁରେ ମଧ୍ୟରାତ୍ରରେ ପଲେ ହାତୀ ପଶି ଗୋଟିଏ ଗ୍ରାମର ୪ ଜଣ...

୬ ବୁଥ୍ ରେ ସାନି ମତଦାନ ପାଇଁ ସୁପାରିଶ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ସମୟରେ ୬ଟି ବୁଥରେ ପରି·ଳନାଗତ ତ୍ରୁଟି ଦେଖା ଦେଇଛି । ବଣାଇର ୧୨୯ ନଂ ବୁଥ୍ , ସୁନ୍ଦରଗଡର ୨୧୩ ନମ୍ବର...

ଦେଶ-ବିଦେଶ

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...

ବିଏସପି ସମର୍ଥକ ଭୋଟ୍ ଦେଲେ ବିଜେପିରେ, ପଶ୍ଚାତାପ କରି ନିଜ ଅଙ୍ଗୁଳି କାଟିଲେ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବୁଲନ୍ଦସହରରେ ଘଟିଛି ଏକ ଅଭାବନୀୟ ଘଟଣା। ଭୁଲରେ ଭାଜପାକୁ ଭୋଟ ଦେଇଥିବାରୁ ନିର୍ବାଚନ ଚିହ୍ନ ଲାଗିଥିବା ଅଙ୍ଗୁଳିକୁ କାଟିଦେଇଛନ୍ତି ଜଣେ ଯୁବକ। ସୂଚନାଯୋଗ୍ୟ, ବୁଳନ୍ଦସହରର ଶିକାରପୁର ଅଞ୍ଚଳର ଜଣେ ଦଳିତ...