Sports

ଏସିଆ କପ୍ ପାଇଁ ଭାରତୀୟ ଟିମ୍ ଘୋଷଣା : ବିରାଟଙ୍କୁ ବିଶ୍ରାମ, ନୂଆମୁହଁ ଖଲିଲ

ନୂଆଦିଲ୍ଲୀ : ଏସିଆ କପ୍ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ଟୁର୍ନାମେଣ୍ଟ ପାଇଁ ଭାରତର ନିୟମିତ ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି । ରୋହିତ ଶର୍ମାଙ୍କୁ ଦଳ ନେତୃତ୍ୱ ଦିଆଯାଇଥିବା ବେଳେ ଶିଖର ଧାୱାନଙ୍କୁ ଉପ ଅଧିନାୟକ ନିଯୁକ୍ତ କରାଯାଇଛି । ସେହିପରି ଏହି ଦଳରେ ବହୁ ଦିନ ପରେ ଆମ୍ବାତି ରାଇଡୁଙ୍କୁ ସାମିଲ କରାଯାଇଛି । ତାଙ୍କୁ ଇଂଲଣ୍ଡ ଗସ୍ତରେ ସାମିଲ କରାଯାଇଥିଲେ ମଧ୍ୟ ଫିଟ୍ନେସ୍ ପରୀକ୍ଷାରେ ଫେଲ୍ ହେବାରୁ ଦଳରୁ ବାଦ୍ ପଡିଥିଲେ । ଏହି ଟିମ୍ ଜଣେ ନୂଆ ଖେଳାଳି ସାମିଲ ହୋଇଛନ୍ତି, ତାଙ୍କର ନାମ ଖଲିଲ ଅହମ୍ମଦ । ଖଲିଲ ଅହମ୍ମଦ ରାଜସ୍ଥାନର ପେସର । ଏବେ ଚାଲିଥିବା ଚତୁର୍ଥ ରାଷ୍ଟ୍ରୀୟ ସିରିଜ୍ରେ ଭଲ ପ୍ରଦର୍ଶନ କରିଥିବାରୁ ତାଙ୍କୁ ଦଳରେ ସାମିଲ କରାଯାଇଛି ।
ଭାରତୀୟ ଦଳ : ରୋହିତ ଶର୍ମା(ଅଧିନାୟକ), ଶିଖର ଧାବନ, କେଏଲ୍ ରାହୁଲ, ଅମ୍ବାତି ରାୟଡୁ, ମନୀଷ ପାଣ୍ଡେ, କେଦାର ଯାଦବ, ଏମଏସ ଧୋନୀ, ଦିନେଶ କାର୍ତିକ, ହାର୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, କୂଳଦୀପ ଜାଦବ, ଭୁବନେଶ୍ୱର କୁମାର, ଜସପ୍ରିତ ବୁମରାହ, ଶାର୍ଦୁଳ ଠାକୁର ଏବଂ ଖଲୀଲ ଅହମ୍ମଦ ।

Loading...

Join The Discussion

Loading...