Sports

ଟି-୨୦ରେ ମନ୍ଧାନାଙ୍କ ବିସ୍ଫୋରକ ବ୍ୟାଟିଂ, ନିଜ ରେକର୍ଡ ଭାଙ୍ଗିଲେ

  •  
  •  
  •  
  •  
  •  
  •  
  •  

ୱାଲିଣ୍ଟନ : ନ୍ୟୁଜିଲାଣ୍ଡ ବିପକ୍ଷ ତିନି ଦିନିକିଆ ସିରିଜରେ ପ୍ଲେୟାର ଅଫ୍ ଦି ସିରିଜ ଘୋଷିତ ହୋଇଥିବା ଭାରତୀୟ ମହିଳା କ୍ରିକେଟ ଦଳର ଓପନର ସ୍ମୃତି ମନ୍ଧାନା ଆଜି ଏକ ବିସ୍ଫୋରକ ପାଳି ଖେଳିଛନ୍ତି । କିନ୍ତୁ ବିସ୍ଫୋରକ ପାଳିରୁ ଭାରତ ପାଇଁ କିଛି ଲାଭ ମିଳିନାହିଁ । ୧୬୦ରନ ପିଛା କରିବାକୁ ଯାଇ ଭାରତ ୧୯.୧ ଓଭରରେ ୧୩୬ରନ ଅଲଆଉଟ୍ ହୋଇ ସିରିଜ୍ ୦-୧ରେ ପଛୁଆ ରହିଛି । ମନ୍ଧାନା ଟି-୨୦ କମ୍ ବଲରେ ଅର୍ଦ୍ଧଶତକ ଲଗାଇବାରେ ଭାରତୀୟ ମହିଳା ଭାବେ ଶୀର୍ଷରେ ରହିଛନ୍ତି । ଏହି ମ୍ୟାଚରେ ସେ ୩୪ ବଲରେ ୫୮ ରନର ପାଳି ଖେଳିଥିଲେ । ଯେଉଁଥିରେ ୭ଚୋକା ଓ ୩ ବିଶାଳ ଛକା ସାମିଲ ଥିଲା । ୨୪ବଲରେ ସେ ଅର୍ଦ୍ଧଶତକ ଲଗାଇ ନିଜର ପୂର୍ବ ରେକର୍ଡକୁ ଭଙ୍ଗ କରିଥିଲେ । ସେ ପୂର୍ବରୁ ୨୫ ବଲରେ ଅର୍ଦ୍ଧଶତକ କରିଥିଲେ । ଟି-୨୦ ଅନ୍ତର୍ଜାତୀୟ ସ୍ତରରେ କମ୍ ବଲରେ ଅର୍ଦ୍ଧଶତକ ଲଗାଇବାରେ ନ୍ୟୁଜିଲାଣ୍ଡ ସୋଫି ବିଶ୍ୱର ପ୍ରଥମ ଖେଳାଳି । ସେ ୨୦୦୫ରେ ବାଙ୍ଗାଲୋରଠାରେ ଭାରତ ବିପକ୍ଷରେ ୧୮ ବଲ୍ ଅର୍ଦ୍ଧଶତକ ପୂରଣ କରିଥିଲେ । ଏହି ରେକର୍ଡ ଏବେବି ତାଙ୍କ ନାମରେ କାଏମ୍ ଅଛି ।

  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...