Sports

ରୋହିତ ଟେଷ୍ଟରେ ନିଜର ଚମତ୍କାରିତା ଦେଖାଇବା ଦରକାର: ସୌରଭ ଗାଙ୍ଗୁଲି

  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ : ଭାରତୀୟ ଓପନର ରୋହିତ ଶର୍ମା ଇଣ୍ଡିଜ୍ ବିପକ୍ଷ ପ୍ରଥମ ଦିନିକିଆରେ ଯେଭଳି ବ୍ୟାଟିଂ କଲେ ସେ ତାଙ୍କର ପାରଦର୍ଶିତା ଟେଷ୍ଟମାନଙ୍କରେ ଦେଖାଇବାକୁ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ, ଗୌହାଟୀଠାରେ ରୋହିତ-ବିରାଟ ଯୋଡ଼ି ପଡ଼ିଆରେ ଖୁବ୍ ଜମି ରହି ଇଣ୍ଡିଜ୍ ବୋଲରମାନଙ୍କୁ ଖାତିରି ନକରି ଗୋଟିଏ ପରେ ଗୋଟିଏ ଛକ୍କା, ଚୌକା ମାରିଚାଲି ମାତ୍ର ଦୁଇଟି ୱିକେଟ୍ ହରାଇ ମ୍ୟାଚ୍ ଜିତିନେଇଥିଲେ । ଗାଙ୍ଗୁଲି କହିଛନ୍ତି ଯେ, ରୋହିତ ତାଙ୍କର ବ୍ୟାଟିଂ ଚମତ୍କାରୀତା ଟେଷ୍ଟରେ ମଧ୍ୟ ଦେଖାଇବା ଉଚିତ୍ । ରୋହିତ ଶର୍ମା ୨୦୧୩ରେ କୋଲକାତାଠାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଇଣ୍ଡିଜ୍ ବିପକ୍ଷରେ ଖେଳି ଶତକ ଅର୍ଜନ କରିଥିଲେ । ଟେଷ୍ଟରେ ରୋହିତ ୩ଟି ଶତକ କରିଥିବା ବେଳେ ୯ଟି ଅର୍ଦ୍ଧଶତକ କରିଛନ୍ତି । ସେ ୨୦୧୮ରେ ଦକ୍ଷିଣ ଆଫ୍ରିକା ଗସ୍ତ ବେଳେ ମଧ୍ୟ ସାମିଲ୍ ହୋଇ ସେତେଟା ଚମତ୍କାରୀତା ଦେଖାଇ ପାରିନଥିଲେ । ପୁଣି କୋହଲିଙ୍କ ଉପରେ ଆଲୋଚନା କରି କହିଥିଲେ ଯେ, କୋହଲି ମାତ୍ର ଦଶ ହଜାର ରନ୍ କ୍ଲବରେ ସାମିଲ୍ ହେବାକୁ ଆଉ ମାତ୍ର ୮୧ ରନ୍ ପଛରେ ଅଛନ୍ତି । ସେ ପୁଣି ରୋହିତଙ୍କ ସଟ୍କୁ ପ୍ରଶଂସା କରି କହିଥିଲେ ଯେ, ତାଙ୍କର ସମସ୍ତ ସଟ୍ଗୁଡ଼ିକ ହୃଦୟ ବିଦାରକ ଥିଲା । ସେ ସେହି ମ୍ୟାଚରେ ୧୫ଟି ଚୌକା ଓ ୮ଟି ବିଶାଳକାୟ ଛକ୍କା ମାରି ଦର୍ଶକଙ୍କୁ ବିମୋହିତ କରିଥିଲେ । ଦ୍ୱିତୀୟ ୱିକେଟ୍ ଯୋଡ଼ିରେ କୋହଲି ୧୪୦ ଏବଂ ରୋହିତ ଅପରାଜିତ ୧୫୨ ରନ୍ କରି ମୋଟ ୨୪୬ ରନ୍ ଯୋଡ଼ିଥିଲେ । ଯାହାଫଳରେ ଭାରତ ୪୭ଟି ବଲ୍ ବାକିଥାଇ ବିଜୟ ହାସଲ କରିପାରିଥିଲା ।

  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...