Sports

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଦୂତୀ

  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କାର ରାଶୀ ଘୋଷଣା ପରେ ଓଡିଆ ଧାବିକା ଦୂତି ଚାନ୍ଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ରାଜ୍ୟ ସରକାର କ୍ରୀଡାର ବିକାଶ ପାଇଁ ବହୁ ଯୋଜନା କରୁଛନ୍ତି ବୋଲି ଏହି ଅବସରରେ କହିଛନ୍ତି । ସେହିପରି ସେ କହିଛନ୍ତି ଆଗକୁ ମୁଁ ଆହୁରି ଭଲ ପ୍ରଦର୍ଶନ କରିବି । ୨୦୦ ମିଟର ଦୌଡ ପାଇଁ ପୁରା ପ୍ରସ୍ତୁତ ବୋଲି ତାଙ୍କର ପ୍ରତିକ୍ରିୟାରେ କହିଛନ୍ତି । ଏସିଆନ୍ସ ଗେମ୍ସର ୧୦୦ ମିଟର ଦୌଡରେ ଓଡିଆ ଧାବିକା ଦୂତି ଚାନ୍ଦଙ୍କୁ ରୌପ୍ୟ ପଦକ ମିଳିବା ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଦେଢ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି । ସେହିପରି ଦୂତିଙ୍କ ଏହି ସଫଳତା ପାଇଁ ଓଡିଶା ଆଥଲେଟ୍ ସଂଘ ଓ ଅଲମ୍ପିକ ସଂଘ ଉଭୟେ ୫୦ହଜାର ପୁରସ୍କାର ରାଶି ଘୋଷଣା କରିଛନ୍ତି ।

  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...