Home ଖେଳ ପଟେଲଙ୍କ ଦୃଢୋକ୍ତି, ଭାରତ ୨୦୧୯ ବିଶ୍ୱକପ ଜିତିବ

ପଟେଲଙ୍କ ଦୃଢୋକ୍ତି, ଭାରତ ୨୦୧୯ ବିଶ୍ୱକପ ଜିତିବ

ନୂଆଦିଲ୍ଲୀ : ଆଉ କିଛି ମାସ ପରେ ବିଶ୍ୱକପ୍-୨୦୧୯ ଖେଳାଯିବ । ଏହାକୁ ନେଇ ଟିମ୍ ଇଣ୍ଡିଆର ଖେଳାଳିମାନେ ଏବେଠାରୁ ବେଶ୍ ଉତ୍କଣ୍ଠିତ ହୋଇପଡ଼ିଛନ୍ତି । ୨୦୧୧ ପରଠାରୁ ଭାରତ ପୁଣି ଏକ ବିଶ୍ୱକପ୍ ହାତେଇବା ଲାଗି ଲକ୍ଷ୍ୟ ରଖିଛି । ୨୦୧୯ରେ ହେବାକୁ ଥିବା ବିଶ୍ୱକପ୍ରେ ଭାରତ ନିଶ୍ଚୟ ଟାଇଟଲ୍ ଅର୍ଜନ କରିବ ବୋଲି ସ୍ପିନର ଅକ୍ଷର ପଟେଲ ଦୃଢ଼ୋକ୍ତି କରିଛନ୍ତି । ସେ କହିଛନ୍ତି ଯେ, ଭାରତୀୟ ବୋଲରମାନେ ବର୍ତ୍ତମାନ ଭଲ ଫର୍ମରେ ଅଛନ୍ତି । ବୋଲିଂ ଫର୍ମାଟକୁ ସୁରକ୍ଷିତ ରଖିବାକୁ ହେଲେ ନିୟମିତ ଅଭ୍ୟାସ ଆବଶ୍ୟକ । କେବଳ ବୋଲିଂ ନୁହେଁ, ସବୁ ବିଭାଗରେ ଆମକୁ ତୃଟିଶୂନ୍ୟ ପ୍ରଦର୍ଶନ କରିବାକୁ ପଡ଼ିବ । ମ୍ୟାଚ୍ ବିଜୟରେ ସ୍ପିନରମାନଙ୍କର ବିଶେଷ ଭୂମିକା ରହିଛି । ଏହାକୁ ଅଣଦେଖା କରାଯିବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି । ପେସର ଜସପ୍ରୀତ୍ ବୁମ୍ରା ମଧ୍ୟ ସମାନ ମନ୍ତବ୍ୟ ଦେଇଛନ୍ତି । ଅକ୍ଷର ପଟେଲଙ୍କ ପ୍ରଦର୍ଶନ ନେଇ ସେ ଖୁସି ଅଛନ୍ତି । ବୁମ୍ରା କହିଛନ୍ତି ଯେ, ବିଶ୍ୱକପ୍ ବିଜୟ ଏବେ ଆମର ପ୍ରମୁଖ ଲକ୍ଷ୍ୟ । ବିଶ୍ୱ କପ୍ ପାଇଁ ଯେଉଁମାନେ ମନୋନୀତ ହେବେ ସେମାନେ ସମସ୍ତେ ମୂଲ୍ୟବାନ । ଟିମ୍ର ପ୍ରତ୍ୟେକ ସଦସ୍ୟଙ୍କର ସମାନ ଗୁରୁତ୍ୱ ରହିଛି । କୌଣସି ଜଣକୁ ନ୍ୟୁନ ଦୃଷ୍ଟିରେ ଦେଖିବା କିମ୍ବା ଅବହେଳା କରିବା ଦଳ ପାଇଁ ଘାତକ ହୋଇପାରେ । ଏବେ ଭାରତ ଠିକଣା ଦିଗରେ ଗତି କରୁଛି ବୋଲି ଅକ୍ଷର ପଟେଲ୍ ଏକ ବିବୃତିରେ କହିଛନ୍ତି ।

ରାଜ୍ୟର ଖବର

ବିଜେପି ରାଜ୍ୟରେ ଏକ ତରଫା ଭାବେ ସରକାର ଗଢିବ : ଅରୁଣ ସିଂ

ଭୁବନେଶ୍ୱର:ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ବିଜେପି ପ୍ରଭାରୀ ଅରୁଣ ସିଂହ ପ୍ରତିକ୍ରିୟା ଦେଇ ଚଳିତ ନିର୍ବାଚନରେ ବିଜେପି ଜିତି ସରକାର ଗଢିବ ବୋଲି କହିଛନ୍ତି ।ଭୁବନେଶ୍ୱରରେ  ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ...

ପାଟକୁରା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ

ଭୁବନେଶ୍ୱର: ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କର ଶନିବାର ପୂର୍ବାହ୍ନରେ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ...

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

ଦେଶ-ବିଦେଶ

ପୁଣି ଉଡାଇବେ ଯୁଦ୍ଧ ବିମାନ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଖୁବ୍‌ଶୀଘ୍ର ଯୁଦ୍ଧ ବିମାନ ଉଡାଇ ପାରିବେ ବୋଲି ସୂଚନା ମିଳିଛି। ଏଥିପାଇଁ ତାଙ୍କୁ ବେଙ୍ଗାଲୁରରେ ଥିବା ଇନଷ୍ଟିଚ୍ୟୁଟ ଅଫ୍‌ ଏରୋସ୍ପେଶ ମେଡିସିନ(ଆଇଏଏମ୍‌)ର...

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...