Home ଖେଳ ଗିଲଙ୍କୁ ଉଚ୍ଚ ପ୍ରଶଂସା କଲେ କୋହଲି

ଗିଲଙ୍କୁ ଉଚ୍ଚ ପ୍ରଶଂସା କଲେ କୋହଲି

ଜଳନ୍ଧର : ନ୍ୟୁଜିଲାଣ୍ଡରେ ସିରିଜ ଜିତିବା ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ଯୁବ ଖେଳାଳିଙ୍କ ସଂପର୍କରେ ଏହି କଥା କହିଛନ୍ତି । ସେ କହିଛନ୍ତି ଭାରତୀୟ ଟିମରେ ଯେଉଁ ପରି ଭାବେ ଯୁବ ଖେଳାଳିମାନେ ଯୋଡି ହେଉଛନ୍ତି, ତାହା ଟିମ୍ ପାଇଁ ଏକ ଶୁଭ ଖବର । ସେ ଏହି ଅବସରରେ ପୃଥ୍ୱୀ ସୋ’ ଓ ଶୁଭମନ ଗିଲଙ୍କୁ ଢେର ସାରା ପ୍ରଶଂସା କରିଛନ୍ତି । ସେ କହିଛନ୍ତି ପୃଥ୍ୱୀ ଯେଉଁପରି ଭାବରେ ଉଭୟ ହାତରେ ବ୍ୟାଟିଂ କରିଥାନ୍ତି ତାହା ଦେଖିବାକୁ ବେଶ ମଜାଦାର । ସେହିପରି ଶୁଭମାନ ତାଙ୍କର ପ୍ରଦର୍ଶନ ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ ସାଜିଛନ୍ତି । କୋହଲି କହିଛନ୍ତି ଯେ, ମୁଁ ଶୁଭମନ ଗିଲ ନେଟ୍ ପ୍ରାକ୍ଟିସ୍ ଦେଖିଛି । ୧୯ବର୍ଷ ବୟସରେ ସେ ଯେପରି ଟ୍ୟାଲେଣ୍ଟ ଦେଖାଉଛନ୍ତି, ମୁଁ ସେହି ସମୟରେ ତାଙ୍କଠାରୁ ୧୦ ପ୍ରତିଶତ ମଧ୍ୟ ନଥିଲି । କ୍ରିକେଟ ଖେଳିବା ସମୟରେ ଗିଲ ଯେଉଁ ଆତ୍ମବିଶ୍ୱାସ ନେଇ ପଡିଆକୁ ଓହ୍ଲାଇଥାନ୍ତି ତାହା ଭାରତୀୟ କ୍ରିକେଟ ପାଇଁ ଶୁଭ ଖବର । ମୁଁ ବହୁତ ଖୁସି ହେବି ଏମିତି ଟ୍ୟାଲେଣ୍ଟ ଥିବା ଯୁବ ଖେଳାଳିଙ୍କୁ ସୁଯୋଗ ଦେଇ । ୧୯ ବର୍ଷୀୟ ଏହି କ୍ରିକେଟର ରଣଜୀ ଟ୍ରଫିରେ ସାନ୍ଦର ଖେଳ ପ୍ରଦର୍ଶନ କରି ଚର୍ଚ୍ଚାକୁ ଆସିଥିଲେ । ତାଙ୍କର ଫାଷ୍ଟକ୍ଲାସ୍ କେରିୟର ୭୭ ଆଭରେଜ ରହିଛି । ସେହିପରି ୧୯ବର୍ଷ କମ୍ ବିଶ୍ୱକପରେ ସେ ୧୦୪ ଆଭରେଜରେ ୪୧୮ ରନ କରିଥିଲେ । ଯେଉଁଥିରେ ପାକିସ୍ତାନ ବିପକ୍ଷ ସେମିଫାଇନାଲ ମ୍ୟାଚରେ ୧୦୨ରନ ଶତକୀୟ ପାଳି ରହିଛି । ଗିଲଙ୍କୁ ୨୦୧୮ ଆଇପିଏଲ୍ ନିଲାମରେ କୋଲକତା ଦଳ ୧.୮ କୋଟି ଟଙ୍କା କିଣିଥିଲା ।
ଏକ ସାକ୍ଷାତକାରରେ ଗିଲ ପିତା କହିଛନ୍ତି ଯେ, ଗିଲ୍ ୩ ବର୍ଷରୁ ବଲ ଓ ବ୍ୟାଟ୍ କିଣିବାକୁ ଇଚ୍ଛା ପ୍ରକାଶ କରୁଥିଲେ । ସେ କ୍ରିକେଟକୁ ଏତେ ଭଲ ପାଉଥିଲା ଯେ, ବଲ ଓ ବ୍ୟାଟ୍ ସହ ଶୋଉଥିଲା ।

ରାଜ୍ୟର ଖବର

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

୫ଜଣଙ୍କ ଜୀବନ ନେଲା ହାତୀ

ଅନଗୁଳ: ଗୁରୁବାର ମଧ୍ୟ ରାତ୍ରୀରେ ଅନୁଗୋଳ ଜିଲ୍ଲା ତାଳଚେରରେ ହାତୀ ଆକ୍ରମଣରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ତାଳଚେର ଅନ୍ତର୍ଗତ ଷଣ୍ଢଗାଁରେ ମଧ୍ୟରାତ୍ରରେ ପଲେ ହାତୀ ପଶି ଗୋଟିଏ ଗ୍ରାମର ୪ ଜଣ...

୬ ବୁଥ୍ ରେ ସାନି ମତଦାନ ପାଇଁ ସୁପାରିଶ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ସମୟରେ ୬ଟି ବୁଥରେ ପରି·ଳନାଗତ ତ୍ରୁଟି ଦେଖା ଦେଇଛି । ବଣାଇର ୧୨୯ ନଂ ବୁଥ୍ , ସୁନ୍ଦରଗଡର ୨୧୩ ନମ୍ବର...

ଦେଶ-ବିଦେଶ

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...

ବିଏସପି ସମର୍ଥକ ଭୋଟ୍ ଦେଲେ ବିଜେପିରେ, ପଶ୍ଚାତାପ କରି ନିଜ ଅଙ୍ଗୁଳି କାଟିଲେ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବୁଲନ୍ଦସହରରେ ଘଟିଛି ଏକ ଅଭାବନୀୟ ଘଟଣା। ଭୁଲରେ ଭାଜପାକୁ ଭୋଟ ଦେଇଥିବାରୁ ନିର୍ବାଚନ ଚିହ୍ନ ଲାଗିଥିବା ଅଙ୍ଗୁଳିକୁ କାଟିଦେଇଛନ୍ତି ଜଣେ ଯୁବକ। ସୂଚନାଯୋଗ୍ୟ, ବୁଳନ୍ଦସହରର ଶିକାରପୁର ଅଞ୍ଚଳର ଜଣେ ଦଳିତ...