Sports

ଗାଙ୍ଗୁଲିଙ୍କ ସମକକ୍ଷ ହେଲେ ପୂଜାରା

  •  
  • 6
  •  
  •  
  •  
  •  
  •  
    6
    Shares

ଆଡିଲେଡ୍: ଏଠାରେ ଆରମ୍ଭ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ରେ ୩୦-ବର୍ଷୀୟ ଚେତେଶ୍ୱର ପୂଜାରା ଦମ୍ଦାର୍ ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି । କେବଳ ସେତିକି ନୁହେଁ, ଟେଷ୍ଟ ଶତକରେ ସେ ସୌରଭ ଗାଙ୍ଗୁଲିଙ୍କର ସମକକ୍ଷ ହୋଇଛନ୍ତି । ଗୁରୁବାର ଚେତେଶ୍ୱର ଶତକ କରି ଏହି କୃତିତ୍ୱ ଅର୍ଜନ କରିଛନ୍ତି । ଏହା ତାଙ୍କର ୧୬ତମ ଟେଷ୍ଟ ଶତକ । ଗାଙ୍ଗୁଲିଙ୍କ ନାମରେ ମଧ୍ୟ ଏହି ରେକର୍ଡ଼ ରହିଛି । ଗାଙ୍ଗୁଲିଙ୍କ ସମକକ୍ଷ ହୋଇପାରିଥିବାରୁ ସେ ଅତ୍ୟନ୍ତ ଆନନ୍ଦିତ । ଏବେ ପୂଜାରା ତାଙ୍କର ୬୫ତମ ଟେଷ୍ଟ ଖେଳୁଛନ୍ତି । ଆଜି ଶତକରେ ପହଞ୍ଚିବା ପାଇଁ ତାଙ୍କୁ ୨୩୧ଟି ବଲର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଗାଙ୍ଗୁଲି ତାଙ୍କ କ୍ୟାରିୟରରେ ୪୨.୧୭ ଆଭରେଜ୍ରେ ୧୩୩ଟି ଟେଷ୍ଟରୁ ୧୬ଟି ଶତକ ଓ ୩୫ଟି ଅର୍ଦ୍ଧଶତକ କରିଛନ୍ତି । ପୂଜାରା ଓ ଗାଙ୍ଗୁଲିଙ୍କ ଛଡ଼ା ଇଂଲଣ୍ଡର ମାଇକ୍ ଆଥରଟନ୍, ଗ୍ରାହାମ୍ ଥୋର୍ପେ, ଶ୍ରୀଲଙ୍କାର ମାରାଭାନ୍ ଆଟ୍ଟାପାଟୁ, ୱେଷ୍ଟଇଣ୍ଡିଜ୍ର ରିଚି ରିଚାର୍ଡ଼ସନ୍, ଶ୍ରୀଲଙ୍କାର ତିଳକରତ୍ନେ ଦିଲସାନ୍ ଓ ଇଂଲଣ୍ଡର ହର୍ବଟ୍ ସଟ୍କ୍ଲିଙ୍କ ନାମରେ ଏହି ରେକର୍ଡ଼ ରହିଛି । ସେହିପରି, ପୂଜାରା ଆଉ ଏକ କୃତୀତ୍ୱ ମଧ୍ୟ ହାସଲ କରିଛନ୍ତି । ସେ କୌଣସି ଏକ ଏସିଆ ବାହାର ଗସ୍ତର ସିରିଜ୍ର ପ୍ରଥମ ଦିବସରେ ଶତକ କରିବାରେ ଷଷ୍ଠ ଭାରତୀୟ କ୍ରିକେଟର । ଏଭଳି କୃତୀତ୍ୱ ହାସଲ କରିଥିବା ଅନ୍ୟ ଭାରତୀୟ କ୍ରିକେଟରମାନେ ହେଲେ ବିଜୟ ମଞ୍ଜେରକର, ସଚିନ୍ ତେନ୍ଦୁଲକର, ବୀରେନ୍ଦ୍ର ସେହ୍ୱାଗ, ବିରାଟ କୋହଲି ଓ ମୁରଲୀ ବିଜୟ । ବିରାଟ କୋହଲି ଏଭଳି କୃତୀତ୍ୱ ଦୁଇଥର ହାସଲ କରିଛନ୍ତି ।

  •  
    6
    Shares
  •  
  • 6
  •  
  •  
  •  
  •  
Loading...

Join The Discussion

Loading...