Sports

ଏହି ବ୍ୟାଣ୍ଟମିଣ୍ଟନ ତାରକାଙ୍କୁ ଜୀବନ ସାଥୀ କରିବେ ସାଇନା

  •  
  •  
  •  
  •  
  •  
  •  
  •  

ହାଇଦ୍ରାବାଦ: କ୍ରୀଡ଼ା ଜଗତରେ ଆଉ ଏକ ହାଇ ପ୍ରୋଫାଇଲ୍ ବିବାହ ଉତ୍ସବ ହେବାକୁ ଯାଉଛି । ବ୍ୟାଡମିଣ୍ଟନ କୁଇନ୍ ଭାବେ ପରିଚିତ ସାଇନା ନେହୱାଲ୍ ଓ ପରୁପାଲି କଶ୍ୟପ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ଆସନ୍ତା ଡିସେମ୍ବରରେ ସୋମନଙ୍କର ବାହାଘର ଅନୁଷ୍ଠିତ ହେବ । ବୁଧବାର ଏ ନେଇ ଗଣମାଧ୍ୟମରେ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇବା ପାରେ ବିଭିନ୍ନ ମହଲରେ ଉତ୍ସୁକତା ପରିଲକ୍ଷିତ ହୋଇଛି । ଏହି ରିପୋର୍ଟ ଅନୁଯାୟୀ ଗତ କିଛିମାସ ହେଲା ଦୁଇ ସେଲିବ୍ରିଟିଙ୍କ ପରିବାର ବିବାହ ଯୋଜନା ଚଳାଇଥିଲେ । ଏବେ ତାହା ଚୂଡ଼ାନ୍ତ ରୂପ ନେଇଛି । ଆସନ୍ତା ଡିସେମ୍ବର ୧୬ ତାରିଖରେ ସେମାନଙ୍କର ବାହାଘର ଅନୁଷ୍ଠିତ ହେବ ଏବଂ ସେହି ମାସ ୨୧ ତାରିଖରେ ରିସେପସନ୍ ହେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ଅତିବେଶୀରେ ଶହେଜଣ ଅତିଥି ଯୋଗ ଦେବେ । ଏହି ଉତ୍ସବକୁ ସଂପୂର୍ଣ୍ଣ ଭାବରେ ଏକ ଘରୋଇ କାର୍ଯ୍ୟକ୍ରମରେ ସୀମିତ ରଖିବାକୁ ଦୁଇ ପରିବାର ଚିନ୍ତା କରିଛନ୍ତି । ଉଭୟଙ୍କ ମଧ୍ୟରେ ଦଶବର୍ଷ ଧରି ରୋମାନ୍ସ ଲାଗି ରହିଥିଲା । ତାହାକୁ ନେଇ ଭିନ୍ନ ଭିନ୍ନ ସମୟରେ ରୋଚକ ତଥ୍ୟ ମଧ୍ୟ ହୋଇ ଆସୁଥିଲା । ହାଇଦ୍ରାବାଦରେ ରହୁଥିବା ଏହି ଦୁଇ ସେଲିବ୍ରିଟି ବିଭିନ୍ନ ସମୟରେ ଏକାଠି ବୁଲାଚଲା କରିବାର ଭିଡ଼ିଓ ମଧ୍ୟ ଭାଇରାଲ୍ ହୋଇଥିଲା । ତେବେ ବାରମ୍ବାର ସାଇନା ଓ କଶ୍ୟପ ବିବାହ ଖବରକୁ ଖଣ୍ଡନ କରିଆସୁଥିଲେ । ଏପରିକି ସେମାନେ ସେମାନଙ୍କ ସାଥୀ ଖେଳାଳିମାନଙ୍କୁ ମଧ୍ୟ ଏ ସଂପର୍କରେ ଅନ୍ଧାରରେ ରଖିଥିଲେ । ଏବେ ରିପୋର୍ଟ ପ୍ରକାଶ ପାଇବା ପରେ କଳ୍ପନାଜଳ୍ପନାର ଅନ୍ତଃ ଘଟିଛି ।

Loading...
  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...