Sports

ଚତୁର୍ଥ ଟେଷ୍ଟରେ ବି ଏହି ନିଷ୍ପତ୍ତି ନେଇପାରନ୍ତି କୋହଲି

  •  
  •  
  •  
  •  
  •  
  •  
  •  

 

ସାଉଥମ୍ପଟନ : କ୍ରିକେଟରେ ସାଧାରଣତଃ ବିଜୟ ସମୟରେ ପରିବର୍ତ୍ତନ ଖୁବ ଶୀଘ୍ର କରାଯାଇ ନଥାଏ । କିନ୍ତୁ ବିରାଟ କୋହଲି ଏଭଳି ପରଂପରାକୁ ଭିନ୍ନ ଦୃଷ୍ଟିରେ ଦେଖିଥାନ୍ତି । ଦଳ ଜିତୁ କିମ୍ବା ହାରୁ ଅଧିନାୟକ କୋହଲି ପ୍ଲେଇଙ୍ଗ ଇଲେଭେନରେ ପରିବର୍ତ୍ତନ କରି ସବୁବେଳେ ଆଲୋଚନା ଓ ସମାଲୋଚନାର ପରିସରକୁ ଆସିଥାନ୍ତି । ବିରାଟ କୋହଲି ଗୁରୁବାର ୩୯ତମ ଟେଷ୍ଟ ମ୍ୟାଚରେ ଭାରତୀୟ ଅଧିନାୟକ ଭାବରେ ଇଂଲଣ୍ଡ ବିରୋଧରେ ପଡ଼ିଆକୁ ଓହ୍ଲାଇବେ । ଆଶା କରାଯାଉଛି ଯେ, କୋହଲି ଏଥର ମଧ୍ୟ ନୂତନ ପ୍ଳେଇଙ୍ଗ ଇଲେଭେନ ସହିତ ପଡ଼ିଆକୁ ଓହ୍ଲାଇବେ ।

ଭାରତୀୟ ଟିମ ନଟିଂହାମରେ ୩ୟ ଟେଷ୍ଟରେ ବିଜୟ ଲାଭ କରି ୫ ଟେଷ୍ଟ ମ୍ୟାଚ ଶୃଙ୍ଖଳାରେ ଭଲ ଫର୍ମକୁ ଫେରିଛି । ଭାରତୀୟ ଦଳର ଚଳିତ ଶୃଙ୍ଖଳାରେ ୧-୨ରେ ପଛରେ ରହିଛି କିନ୍ତୁ ଗତ ମ୍ୟାଚ ଜିତିବା ପଛରେ ରହିଛି ଦୃଢ଼ ମନୋବଳ । ଏହା ପରେ ବି ଟିମରେ ଅତି କମରେ ୨ଟି ପରିବର୍ତ୍ତନ ହୋଇପାରେ । ଆଶା କରାଯାଉଛି ଯେ ଟିମ ୩ଟି ପରିବର୍ତ୍ତନ କରି ପଡ଼ିଆକୁ ଓହ୍ଲାଇପାରେ । ଟିମ ବୋଲିଂରେ ୨ ଓ ବ୍ୟାଟିଂରେ ଏକ ପରିବର୍ତ୍ତନ କରିପାରେ । ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଆଘାତ ପାଇଛନ୍ତି । ଆଘାତ ଯୋଗୁଁ ୩ୟ ଟେଷ୍ଟରେ ବହୁ ସମୟ ଧରି ପଡ଼ିଆ ବାହାରେ ଥିଲେ । ଅଶ୍ୱିନ ୪ର୍ଥ ଟେଷ୍ଟ ପୂର୍ବରୁ ନେଟ୍ସରେ ଅଧିକ ସମୟ ଧରି ବୋଲିଂ ଅଭ୍ୟାସ କରି ନାହାନ୍ତି । ସେ ସଂପୂର୍ଣ୍ଣ ଭାବରେ ଫିଟ ନୁହଁନ୍ତି । ସେଥିପାଇଁ ତାଙ୍କ ସ୍ଥାନରେ ରବୀନ୍ଦ୍ର ଜାଦେଜାଙ୍କୁ ପ୍ଲେଇଙ୍ଗ ଇଲେଭେନରେ ସୁଯୋଗ ମିଳିପାରେ । ଦ୍ରୁତ ବୋଲର ମହମ୍ମଦ ସାମି ନଟିଂହାମ ଟେଷ୍ଟରେ ଭଲ ପ୍ରଦର୍ଶନ କରିପାରି ନଥିଲେ । ସେ ୨ଟି ଇନିଂସରେ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ସେ ଶୃଙ୍ଖଳାର ୩ଟି ଟେଷ୍ଟରେ ୮ ୱିକେଟ ହାସଲ କରିଛନ୍ତି । ସେଥିପାଇଁ ତାଙ୍କ ସ୍ଥାନରେ ଉମେଶ ଯଦବ ଖେଳି ପାରନ୍ତି । ଟିମରେ ଅନ୍ୟ ୨ଟି ଦ୍ରୁତ ବୋଲର ଈଶାନ୍ତ ଶର୍ମା ଓ ଜସପ୍ରୀତ ବୁମରାଙ୍କ ଖେଳିବା ସୁନିଶ୍ଚିତ । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟ ୪ର୍ଥ ବୋଲର ଭାବେ ଖେଲିବେ । ଇଂଲଣ୍ଡ ବିରୋଧରେ ଶେଷ ୨ଟି ଟେଷ୍ଟ ପାଇଁ ପୃଥ୍ୱୀ ସଙ୍କୁ ଭାରତୀୟ ଟିମରେ ସ୍ଥାନ ମିଳିଛି । ସେ ନିକଟରେ ଇଂଲଣ୍ଡ ଗସ୍ତରେ ୮ଟି ମ୍ୟାଚର ୧୦ଟି ଇନିଂସରେ ୬୦୩ ରନ ସଂଗ୍ରହ କରିଛନ୍ତି । ୧୮ ବର୍ଷିଅ ପୃଥ୍ୱୀ ଓପରନ ଅଟନ୍ତି । ଭାରତ ପ୍ରଥମ ୨ଟି ଟେଷ୍ଟରେ ହାରିବାର ମୂଳ କାରଣ ଥିଲା ଓପନର ଭଲ ରନ ଯୋଡ଼ି ନଥିଲେ । ୩ୟ ମ୍ୟାଚରେ ଶିଖର ଧାୱନ ଓ କେଏଲ ରାହୁଲ ଭଲ ଖେଳିଥିଲେ କିନ୍ତୁ କେହି ବି ଅର୍ଦ୍ଧଶତକ କରିପାରି ନଥିଲେ ।

Loading...
  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...