ନର୍ଟିଂହାମ:୨୦୧୪ରେ ଯେବେ ଭାରତୀୟ ଦଳ ଇଂଲଣ୍ଡ ଗସ୍ତ କରିଥିଲା ସେହି ସମୟରେ ବିରାଟ କୋହଲି ୧୦ଟି ପାଳିରୁ ମାତ୍ର ୧୩୪ ରନ ହିଁ କରିଥିଲେ ମାତ୍ର ଏଥର ସେ କମାଲର ଫର୍ମରେ ଅଛନ୍ତି। ସିରିଜରେ ସେ ଏ ପର୍ୟ୍ୟନ୍ତ ୪୦୦ରୁ ଅଧିକ ରନ କରି ସାରିଲେଣି। ଏହି ଗସ୍ତରେ କୋହଲି ଏକ ମାତ୍ର ଭାରତୀୟ ଯିଏ ଇଂଲଣ୍ଡ ବୋଲରଙ୍କୁ ଚ୍ୟାଲେଞ୍ଜ ଦେଉଛନ୍ତି। ନର୍ଟିଂହାମ ଟେଷ୍ଟରେ ମଧ୍ୟ କୋହଲି ପ୍ରଥମ ପାଳିରେ ୯୭ ଓ ଦ୍ଵିତୀୟ ପାଳିରେ ୧୦୩ ରନର ଦମଦାର ପାଳି ଖେଳିଥିଲେ।କୋହଲି ନିଜର ଏହି ଭଲ ଫର୍ମର ଶ୍ରେୟ ନିଜର ପତ୍ନୀ ଅନୁଷ୍କା ଶର୍ମାଙ୍କୁ ଦେଇଛନ୍ତି। ସେ କହିଛନ୍ତି ଯେ ଅନୁଷ୍କା ଇଂଲଣ୍ଡରେ ଅଛନ୍ତି ଏବଂ ତାଙ୍କୁ ଉତ୍ସାହିତ କରିବା ସହିତ ତାଙ୍କର ମନୋବଳ ଦୃଢ କରୁଛନ୍ତି। ବିରାଟ କହିଛନ୍ତି ଯେ ଗତ କିଛି ସମୟରେ ଅନୁଷ୍କାଙ୍କୁ ବହୁତ କିଛି ସାମ୍ନା କରିବାକୁ ପଡିଛି ମାତ୍ର ଏହି ଫର୍ମର ଶ୍ରେୟ ଅନୁଷ୍କା ହିଁ ଅଟନ୍ତି।ଭାରତ ଏଜବାଷ୍ଟନ ଓ ଲର୍ଡ୍ସରେ ପରାସ୍ତ ହେବା ପରେ ନର୍ଟିଂହାମରେ ଇଂଲଣ୍ଡକୁ ୨୦୩ ରନରେ ପରାସ୍ତ କରିଛି। ଏହି ବିଜୟ ପରେ ଅଧିନାୟକ କୋହଲି ତାଙ୍କ ଦଳ ସିରିଜ୍ ଜିତି ପାରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି।ମ୍ୟାଚ ପରେ ଅଧିନାୟକ କୋହଲି କହିଛନ୍ତି ଯେ ଯଦି ଟିମ୍ ଇଣ୍ଡିଆ ଖେଳାଳିଙ୍କ ମଧ୍ୟରେ ଆତ୍ମ ବିଶ୍ଵାସ ନଥାନ୍ତା ତେବେ ଭାରତ ଗତ ୨ଟି ଟେଷ୍ଟ ପରି ଏଠାରେ ମଧ୍ୟ ପରାସ୍ତ ହୋଇଥାନ୍ତା। ଆମକୁ ପୂରା ବିଶ୍ଵାସ ଯେ ଆମେ ଏବେ ମଧ୍ୟ ୩-୨ରେ ସିରିଜ୍ ଜିତି ପାରିବୁ। କେବଳ ଆମକୁ କ୍ରମାଗତ ଭଲ ପ୍ରଦର୍ଶନ କରିବାକୁ ପଡିବ ଏବଂ ଜିତିବାକୁ ହେବ।
Loading...