Home ଖେଳ ଗ୍ରୁପ୍ ‘ବି’ର ଶୀର୍ଷରେ ଭାରତୀୟ ମହିଳା ଟିମ୍‌

ଗ୍ରୁପ୍ ‘ବି’ର ଶୀର୍ଷରେ ଭାରତୀୟ ମହିଳା ଟିମ୍‌

ଚଳିତ ଆଇସିସି ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଭାରତର ଆଉ ଏକ ସୁପର ଶୋ’ ଦେଖିବାକୁ ମିଳିଛି। ଗତକାଲି ଦଳ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୪୮ ରନ୍‌ରେ ପରାସ୍ତ କରିଛି। ଏହା ସହିତ ଦଳ ଲିଗ୍ ପର୍ଯ୍ୟାୟରେ ସମସ୍ତ ୪ଟି ମ୍ୟାଚ୍ ଜିତି ସେମି ଫାଇନାଲ୍‌ରେ ପ୍ରବେଶ କରିଛି।ଗତକାଲି ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ବ୍ୟାଟିଂ ସାଙ୍ଗକୁ ସ୍ପିନରଙ୍କ ଯାଦୁ ଯୋଗୁ ଅଷ୍ଟ୍ରେଲିଆକୁ ହରାଇବାରେ ସଫଳ ହୋଇଥିଲା ଭାରତୀୟ ଟିମ୍।ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ୨୦ ଓଭରରେ ୮ ୱିକେଟ୍ ହରାଇ ୧୬୭ ରନ୍ କରିଥିଲା। ସ୍ମୃତି ମନ୍ଧାନା ଅପରାଜିତ ରହି ୮୩ ରନ୍ କରିଥିଲେ। ସେ ୫୫ ବଲ୍‌ରୁ ୯ ଚୌକା ଓ ୩ ଛକା ସହାୟତାରେ ଏହି ରନ୍ ସଂଗ୍ରହ କରିଥିଲେ। ଅଧିନାୟିକା ହରମନ୍‌ପ୍ରୀତ୍ କୌର ୨୭ ବଲ୍‌ରେ ୩ ଚୌକା ଓ ୩ ଛକା ସହାୟତାରେ ୪୩ ରନ୍ କରିଥିଲେ। ତେବେ ବ୍ୟାଟିଂ କରିବାକୁ ଆସିଥିବା ଅନ୍ୟ କୌଣସି ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନଥିଲେ।ଅପରପକ୍ଷରେ ୧୬୮ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ୧୯.୪ ଓଭରରେ ୧୧୯ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା। ଦଳ ପକ୍ଷରୁ ଏଲିସ୍ ପେରି ସର୍ବାଧିକ ୩୯ ରନ୍ କରିଥିଲେ। ସେ ନଟ୍ ଆଉଟ୍ ମଧ୍ୟ ରହିଥିଲେ। ତେବେ ଦଳର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଭାରତୀୟ ବୋଲିଂ ଆଗରେ ତିଷ୍ଠି ପାରି ନଥିଲେ।ଭାରତ ପକ୍ଷରୁ ରାଧା ଯାଦବ ୨ଟି ୱିକେଟ୍ ନେଇଥିବା ବେଳେ ଦୀପ୍ତି ଶର୍ମା ୨ଟି, ପୁନମ ଯାଦବ ୨ଟି ଓ ଅନୁଜା ପାଟିଲ ୩ଟି ୱିକେଟ୍ ନେଇଥିଲେ।ଗତକାଲି ବିଜୟ ସହିତ ଭାରତ ଗ୍ରୁପ୍ ‘ବି’ର ଶୀର୍ଷ ସ୍ଥାନରେ ରହିଛି। ଦଳ ୨୩ ତାରିଖରେ ସେମିଫାଇନାଲ୍ ଖେଳିବ। ଇଂଲଣ୍ଡ ବା ୱେଷ୍ଟଇଣ୍ଡିଜ୍ ସହିତ ଏହି ମ୍ୟାଚ୍ ହୋଇପାରେ। ଅଷ୍ଟ୍ରେଲିଆକୁ ହରାଇବା ପୂର୍ବରୁ ଦଳ ନ୍ୟୁଜିଲ୍ୟାଣ୍ଡ, ପାକିସ୍ତାନ ଓ ଆୟର୍ଲାଣ୍ଡକୁ ହରାଇଥିଲା।

ରାଜ୍ୟର ଖବର

୬ ବୁଥ୍ ରେ ସାନି ମତଦାନ ପାଇଁ ସୁପାରିଶ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ସମୟରେ ୬ଟି ବୁଥରେ ପରି·ଳନାଗତ ତ୍ରୁଟି ଦେଖା ଦେଇଛି । ବଣାଇର ୧୨୯ ନଂ ବୁଥ୍ , ସୁନ୍ଦରଗଡର ୨୧୩ ନମ୍ବର...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ : ମେ ୨୩କୁ ଅପେକ୍ଷା

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ସନ୍ଧ୍ୟା ୫ଟା ସୁଦ୍ଧା ଓଡିଶାରେ ୬୪ ପ୍ରତିଶତ ମତଦାନ ହୋଇଛି । ତେବେ ସଂଧ୍ୟା ୬ଟା ସୁଦ୍ଧା ଯେଉଁମାନେ...

ମେ ୨୩ରେ ବିଜେପିର ମେନ୍ ଇଂଜିନ୍ ଲାଇନଚ୍ୟୁତ ହେବ: ନବୀନ

ଭୁବନେଶ୍ୱର : ବିଜେପିର ଡବଲ ଇଂଜିନ୍ ରୁ ୫ଟି ଇଂଜିନ୍ ଲାଇନ୍ଚ୍ୟୁତ ହୋଇଗଲାଣି । ମଧ୍ୟପ୍ରଦେଶ,ରାଜସ୍ଥାନ ,ଛତିଶଗଡ, ପଂଜାବ ଏବେ ସିଙ୍ଗଲ ଇଂଜିନ୍ । ମେ ୨୩ ତାରିଖରେ ବିଜେପିର ମେନ୍ ଇଂଜିନ୍...

ଦେଶ-ବିଦେଶ

ମୋଦିଙ୍କର ପତ୍ନୀ କି ପିଲା ନାହାନ୍ତି, ତେଣୁ ସେ ପରିବାରର ଗୁରୁତ୍ୱ ବୁଝି ପାରିବେ କେମିତି ?

ମୁମ୍ବାଇ :ଏନ୍ସିପି ମୁଖ୍ୟ ଶରଦ ପାଓ୍ଵାର ଏମିତି କିଛି କହିଛନ୍ତି ଯାହା ହୁଏତ ମୋଦି ପ୍ରେମୀଙ୍କୁ ବାଧି ପାରେ । ହେଲେ ପାଓ୍ଵାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖାଲି ଜବାବ ଦେଇଛନ୍ତି ।...

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ : ୯୭ ଲୋକସଭା ଆସନ ପାଇଁ ହେବ ଭୋଟ ଗ୍ରହଣ

ନୂଆଦିଲ୍ଲୀ: ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ମତଦାନ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୬ ଆସନରେ ଭୋଟଗ୍ରହଣ କରାଯିବ। ତାମିଲନାଡୁର ଭେଲୋର ଆସନକୁ...

ମୋତେ ଗାଳି କରିବା କଂଗ୍ରେସର ଏକ ଅଭ୍ୟାସରେ ପରିଣତ ହୋଇଛି : ମୋଦି

ସୋଲାପୁର: ଗତକାଲି ଓଡ଼ିଶାରେ ମାରାଥନ୍ ପ୍ରଚାର କରିବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରରେ ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭାରେ ଯୋଗ ଦେଇ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି...