Sports

କାକରରେ ବୋଲିଂ କରିବା କଷ୍ଟକର ଥିଲା: କୁଲଦୀପ

  •  
  •  
  •  
  •  
  •  
  •  
  •  

ବିଶାଖାପାଟନମ୍,: ଗତକାଲି ଏଠାକାର ୱାଇଏସ୍ଆର୍ ରେଡ୍ଡୀ ଷ୍ଟାଡ଼ିୟମରେ ଖେଳାଯାଇଥିବା ଭାରତ-ଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ ଟାଇରେ ଶେଷ ହୋଇଛି । ୩୨୧ ରନ୍କୁ ପିଛା କରି ଭ୍ରମଣକାରୀ ଇଣ୍ଡିଜ୍ ଦଳ ଜିତିବା ସପକ୍ଷରେ ଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ଭାଗ୍ୟର ବିଡ଼ମ୍ବନା ଯୋଗୁଁ ମ୍ୟାଚ୍ଟି ଟାଇ ରହିଯାଇଥିଲା । କିନ୍ତୁ ଏପଟେ ଭାରତୀୟ ସ୍ପିନର କୁଲଦୀପ ଯାଦବ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ୩୨୧ ରନ୍ର ଟାର୍ଗେଟ୍ ଇଣ୍ଡିଜ୍ ପାଇଁ କଷ୍ଟକର ହୋଇଥାନ୍ତା ଯଦି ଆମମାନଙ୍କ ବୋଲିଂ ଠିକ୍ କାମ କରିଥାନ୍ତା । କାକର କାରଣରୁ ବୋଲିଂ କରିବା ବହୁତ କଷ୍ଟସାଧ୍ୟ ହୋଇପଡ଼ିଥିଲା । ତେଣୁ ଆମ ବୋଲିଂ କିଛି କାମ ଦେଲା ନାହିଁ ବୋଲି ଯାଦବ କହିଛନ୍ତି । ସେ କହିଛନ୍ତି ଯେ, ଇଣ୍ଡିଜ୍ର ୱିକେଟ୍ କିପର ସାହାଇ ହୋପ୍ ଯେତିକି ପ୍ରହାର କରୁନଥିଲେ ସିମ୍ରନ୍ ହେଟ୍ମେର ଆମ ବଲ୍କୁ ନିର୍ଘାତ ପ୍ରହାର କରିଚାଲିଥିଲେ । ସେ ମାତ୍ର ୬୪ଟି ବଲରୁ ୯୪ ରନ୍ କରି ଖେଳର ମୋଡ଼ ପରିବର୍ତ୍ତନ କରିଦେଲେ । ଆଉ ମଧ୍ୟଭାଗରେ ଯଦି ଆମ ସ୍ପିନ୍ କାମ କରିଥାନ୍ତା ତା’ହେଲେ ଇଣ୍ଡିଜ୍ ଦଳ ଏତେ ବଡ଼ ସ୍କୋରକୁ ପିଛା କରିବା କଷ୍ଟକର ହୋଇଥାନ୍ତା ବୋଲି ସେ କହିଥିଲେ । ହେଟ୍ମେର୍ ମୋ ବଲ୍କୁ ଲଗାତାର ଦୁଇଟି ଛକା ମାରି ଖେଳର ଗତିକୁ ବଦଳାଇଦେଇଥିଲେ । ମୁଁ ତାଙ୍କୁ ଟେଷ୍ଟରେ ବୋଲିଂ କରି ଆଉଟ୍ କରିଥିଲି; କିନ୍ତୁ ଗତକାଲିର ଏକଦିବସୀୟ ମ୍ୟାଚ୍ କାକର ମୋ ପାଇଁ ବିଶେଷ କରି ଆମ ଦଳ ପାଇଁ କ୍ଷତି କଲା ବୋଲି ଆଜି ଏଠାରେ ଏକ ସାମ୍ବାଦିକ ସମ୍କମିଳନୀରେ ସେ କହିଛନ୍ତି ।

  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...