Home ଖେଳ ଟେନ୍-୧୦ : ସେହବାଗ, ଆଫ୍ରିଦି, ମ୍ୟାକଲମ୍ ଆଇକନ୍ ପ୍ଲେୟାର

ଟେନ୍-୧୦ : ସେହବାଗ, ଆଫ୍ରିଦି, ମ୍ୟାକଲମ୍ ଆଇକନ୍ ପ୍ଲେୟାର

ଦୁବାଇ: ‌ ଟ୍ବେଣ୍ଟି-୨୦ ଲିଗ୍ ପରେ ଟେନ୍-୧୦ କ୍ରିକେଟ୍‌ର ଲୋକପ୍ରିୟତା ଧିରେ ଧିରେ ବଢ଼ିବାରେ ଲାଗିଛି। ସେଥିପାଇଁ ପ୍ରଥମ ସଂସ୍କରଣର ଅପାର ସଫଳତା ପରେ ୟୁଏଇର ଏମିରେଟ୍ସ କ୍ରିକେଟ୍ ବୋର୍ଡ (ଇସିବି) ଚଳିତ ବର୍ଷ ତା’ର ଟି-୧୦ ଲିଗ୍‌କୁ ଆହୁରି ବ୍ୟାପକ ଏବଂ ବିସ୍ତୃତ କରିବାକୁ ନିଷ୍ପତ୍ତି ନେଇଛି। ୧୦ ଓଭରିଆ ପାଳି ଖେଳା ଯାଉଥିବା ଟେନ୍-ଟେନ୍ ବା ଟି-୧୦ ଲିଗ୍‌ର ଦ୍ବିତୀୟ ସଂସ୍କରଣ ଆସନ୍ତା ନଭେମ୍ବର ୨୩ରୁ ଆରମ୍ଭ ହେବ। ଏଥିରେ ୨୯ ମ୍ୟାଚ୍ ଖେଳାଯିବ। ଗତବ‌ର୍ଷ ଏହି ଲିଗ୍ ମାତ୍ର ୪ ଦିନ ଭିତରେ ଶେଷ ହୋଇଥିଲା। ଚଳିତ ବର୍ଷ କିନ୍ତୁ ୧୦ ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ଇସିବି ବୁଧବାର ‌େଘାଷଣା କରିଛି। ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହବାଗ, ପାକିସ୍ତାନର ପୂବର୍ତନ ଅଧିନାୟକ ସାହିଦ ଆଫ୍ରିଦି, ଅଷ୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର ସେନ୍ ୱାଟସନ୍ ଓ ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ବ୍ରେଣ୍ଡନ ମ୍ୟାକଲମ୍ ଲିଗର ଆଇକନ୍ ଖେଳାଳି ଘୋଷିତ ହୋଇଛନ୍ତି। ଏଥିରେ ୮ଟି ଦଳ ଅଂଶ ଗ୍ରହଣ କରିବେ। ଗତବର୍ଷର ପ୍ରଥମ ସଂସ୍କରଣରେ କେରଳ କିଙ୍ଗ୍ସ, ପଂଜାବ ଲିଜେଣ୍ଡ୍ସ, ମରାଥା ଆରବିଆନ୍ସ, ବେଙ୍ଗଲ ଟାଇଗର୍ସ, ରାଜପୁତ୍‌ସ, ପଖତୁନ୍ସ ଏଭଳି ୬ଟି ଦଳ ଅଂଶ ଗ୍ରହଣ କରିଥିଲେ। ଚଳିତ ବର୍ଷ ଆଉ ଦୁଇଟି ଦଳ ଯଥା ଦି କରାଚିଆନ୍ସ ଏବଂ ନର୍ଦନ ୱାରିୟର୍ସ ସାମିଲ ହୋଇଛନ୍ତି। ଏହି ପ୍ରତିଯୋଗିତା ମୁଖ୍ୟତଃ ଅବସରପ୍ରାପ୍ତ ଖେଳାଳିଙ୍କୁ ନେଇ ଆୟୋଜିତ ହେଉଛି। ଏଣୁ ଆଇପିଏଲ୍ ପ୍ରତି ଏହା ବଡ଼ ବିପଦ ସୃଷ୍ଟି କରିବାର ଆଶଙ୍କା କମ୍। ତେବେ ଏହି ପ୍ରତିଯୋଗିତାକୁ ଆଇସିସି ସ୍ବୀକୃତି ଦେଇଛି। ଦୁର୍ନୀତି ଦୂର କରିବା ଲାଗି ଆଇସିସି ମ୍ୟାଚ୍ ‌େରଫରି ରୋଶନ ମହାନାମାଙ୍କୁ ବୈଷୟିକ ସମିତିର ମୁଖ୍ୟ ନିଯୁକ୍ତ କରାଯାଇଛି। ସେହିଭଳି କୁନି କୁନି କ୍ରିକେଟ୍ ପ୍ରତିଭାଙ୍କୁ ଚିହ୍ନଟ କରିବା ଲାଗି ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରମଙ୍କୁ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମର ନିର୍ଦେଶକ ନିଯୁକ୍ତ କରାଯାଇଛି।

ରାଜ୍ୟର ଖବର

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

୫ଜଣଙ୍କ ଜୀବନ ନେଲା ହାତୀ

ଅନଗୁଳ: ଗୁରୁବାର ମଧ୍ୟ ରାତ୍ରୀରେ ଅନୁଗୋଳ ଜିଲ୍ଲା ତାଳଚେରରେ ହାତୀ ଆକ୍ରମଣରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ତାଳଚେର ଅନ୍ତର୍ଗତ ଷଣ୍ଢଗାଁରେ ମଧ୍ୟରାତ୍ରରେ ପଲେ ହାତୀ ପଶି ଗୋଟିଏ ଗ୍ରାମର ୪ ଜଣ...

୬ ବୁଥ୍ ରେ ସାନି ମତଦାନ ପାଇଁ ସୁପାରିଶ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ସମୟରେ ୬ଟି ବୁଥରେ ପରି·ଳନାଗତ ତ୍ରୁଟି ଦେଖା ଦେଇଛି । ବଣାଇର ୧୨୯ ନଂ ବୁଥ୍ , ସୁନ୍ଦରଗଡର ୨୧୩ ନମ୍ବର...

ଦେଶ-ବିଦେଶ

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...

ବିଏସପି ସମର୍ଥକ ଭୋଟ୍ ଦେଲେ ବିଜେପିରେ, ପଶ୍ଚାତାପ କରି ନିଜ ଅଙ୍ଗୁଳି କାଟିଲେ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବୁଲନ୍ଦସହରରେ ଘଟିଛି ଏକ ଅଭାବନୀୟ ଘଟଣା। ଭୁଲରେ ଭାଜପାକୁ ଭୋଟ ଦେଇଥିବାରୁ ନିର୍ବାଚନ ଚିହ୍ନ ଲାଗିଥିବା ଅଙ୍ଗୁଳିକୁ କାଟିଦେଇଛନ୍ତି ଜଣେ ଯୁବକ। ସୂଚନାଯୋଗ୍ୟ, ବୁଳନ୍ଦସହରର ଶିକାରପୁର ଅଞ୍ଚଳର ଜଣେ ଦଳିତ...