Sports

ପାକିସ୍ତାନ ବିପକ୍ଷ ବିଜୟ ପରେ କ’ଣ କହିଲେ ଚହଲ୍

  •  
  •  
  •  
  •  
  •  
  •  
  •  

ଦୁବାଇ: ପାକିସ୍ତାନ ବିପକ୍ଷରେ ଭାରତର ରୋମାଞ୍ଚକର ଓ ବିଶାଳ ବିଜୟକୁ ନେଇ କ୍ରୀଡ଼ାରତ କ୍ରିକେଟର ଓ ପୂର୍ବତନ କ୍ରିକେଟରମାନେ ଭାରତୀୟ ଦଳର ଭୂୟସୀ ପ୍ରଶଂସା କରିଛନ୍ତି । ଭାରତୀୟ ଦଳରେ ଥିବା କୁଶଳୀ ତଥା ଦକ୍ଷ ବୋଲରଙ୍କ ସଂକଳ୍ପବଦ୍ଧ ପ୍ରଦର୍ଶନ ଯୋଗୁଁ ଭାରତର ବିଜୟ ସମ୍ଭବ ହେଲା ବୋଲି ଦୃଢ଼ ମତ ରଖିଛନ୍ତି ଲେଗ୍ ସ୍ପିନର ଜୁଜୁଭେନ୍ଦ୍ର ଚହଲ୍ । ମ୍ୟାଚ୍ ପରବର୍ତ୍ତୀ ପ୍ରତିକ୍ରିୟାରେ ଏଭଳି ମନ୍ତବ୍ୟ ରଖି ଚହଲ୍ କହିଛନ୍ତି ଯେ, ଟିମ୍ ଉପରେ ମ୍ୟାନେଜମେଣ୍ଟର ଦୃଢ଼ ବିଶ୍ୱାସ ରହିଥିଲା । ଆମର ବୋଲିଂ ଟିମ୍ ସମୟର ଉପଯୋଗ କରିପାରିଲା । ବର୍ତ୍ତମାନ କୁଶଳୀ ବୋଲରଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ପୂର୍ବରୁ ତାହା ସୀମିତ ଥିଲା । ଏବେ ଜଣଙ୍କ ସ୍ଥାନରେ ଯିଏ ବଦଳ ବୋଲର ଭାବେ ଆସୁଛି, ସିଏବି ଦକ୍ଷ । ଏସିଆ କପ୍ରେ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଏଭଳି ଏକ ମ୍ୟାଚ୍ରେ ପରାସ୍ତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଘଟଣା । କାରଣ ଏହି ମ୍ୟାଚ୍ ଉପରେ କେବଳ ଭାରତ ନୁହେଁ, ବିଶ୍ୱ କ୍ରିକେଟ୍ ପ୍ରେମୀଙ୍କର ନଜର ରହିଥିଲା । ପାକିସ୍ତାନର ଦକ୍ଷତା ନେଇ ସନ୍ଦେହ ନାହିଁ । କିନ୍ତୁ ଏହି ମ୍ୟାଚରେ ପାକିସ୍ତାନ ଦଳର ପ୍ରଦର୍ଶନ ସମସ୍ତଙ୍କୁ ବିସ୍ମିତ କରିଛି ବୋଲି ସିଏ କହିଥିଲେ । କିମ୍ବଦନ୍ତୀ କ୍ରିକେଟର କପିଲ୍ ଦେବ ମଧ୍ୟ ଅନୁରୂପ ମନ୍ତବ୍ୟ ଦେଇଥିଲେ । କପିଲ ଦେବ କହିଛନ୍ତି ଯେ, ଭାରତର ପ୍ରଶଂସା ପାଇଁ ତାଙ୍କ ପାଖରେ ଭାଷା ନାହିଁ । ତେବେ ପାକିସ୍ତାନ ପରାସ୍ତ ହେଲା ବୋଲି ତାହାକୁ ଏକ ଦୁର୍ବଳ ଦଳ ବୋଲି କୁହାଯାଇ ନପାରେ । ପାକିସ୍ତାନରେ ଭଲ ଖେଳାଳି ଅଛନ୍ତି । ତେବେ ଏହି ମ୍ୟାଚ୍ରେ ଦଳର ପ୍ରଦର୍ଶନ କାହିଂଁକି ଏପରି ହେଲା ତାହାର ଠିକ୍ ଉତ୍ତର ସେମାନେ ହିଁ ଦେଇପାରିବେ ।

  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...