Sports

ମଜବୁତ ସ୍ଥିତିରେ ଭାରତ : ଅଳ୍ପକେ ଦ୍ୱିଶତକରୁ ବଞ୍ଚିତ ହେଲେ ପୁଜାରା, ପନ୍ତଙ୍କ ଧୂଆଁଧାର ଶତକ

  •  
  • 5
  •  
  •  
  •  
  •  
  •  
    5
    Shares

ସିଡନୀ: ସିଡନୀ କ୍ରିକେଟ୍‌ ଗ୍ରାଉଣ୍ଡରେ ଆଜିଠାରୁ ଚାଲିଥିବା ଭାରତ- ଅଷ୍ଟ୍ରେଲିଆ ଚତୁର୍ଥ ଓ ଅନ୍ତିମ ଟେଷ୍ଟରେ ଭାରତର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ମାତ୍ର ୭ ରନ୍‌ ପାଇଁ ଦ୍ୱିଶତକରୁ ବଞ୍ଚିତ ହୋଇଛନ୍ତି। ପୂଜାରା ୧୯୩ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ଋଷଭ ପନ୍ତଙ୍କ ଶତକ ଓ ରବିନ୍ଦ୍ର ଜାଦେଜାଙ୍କ ଅର୍ଦ୍ଧଶତକ ବଳରେ ଭାରତ ଅଷ୍ଟ୍ରେଲିଆ ସମ୍ମୁଖରେ ରନ୍‌ର ପାହାଡ଼ ଠିଆ କରାଇଛି। ଗତକାଲିର ସ୍କୋର ୩୦୩/୪ରୁ ଖେଳ ଆରମ୍ଭ କରିଥିବା ହନୁମା ବିହାରୀ ଦ୍ୱିତୀୟ ଦିନ ଖେଳର ୧୧ତମ ଓଭରରେ ଆଉଟ୍‌ ହୋଇ ପାଭିଲିୟନ ଫେରିବା ପରେ ଚେତେଶ୍ୱର ପୂଜାରାଙ୍କ ସହିତ ଆସି ଯୋଡ଼ି ହୋଇଥିଲେ ଋଷଭ ପନ୍ତ। ତେବେ ଅଷ୍ଟ୍ରେଲିଆ ବୋଲିଂକୁ ବେଖାତିର କରି ଚେତେଶ୍ୱର ପୂଜାରା ଚମତ୍କାର ଏକାଗ୍ରତା ନିଦର୍ଶନ ପ୍ରଦର୍ଶନ କରି ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ନିଜସ୍ୱ ଷ୍ଟାଇଲରେ ଗତକାଲି ପୂଜାରା ଟେଷ୍ଟ ସିରିଜ୍‌ରେ ତୃତୀୟ ଶତକ ହାସଲ କରି ସୁନୀଲ ଗାଭାସ୍କରଙ୍କ ରେକର୍ଡ ସହିତ ସମକକ୍ଷ ହୋଇଥିଲେ।
ପୂଜାରା-ପନ୍ତ ଯୋଡ଼ି ଜବରଦସ୍ତ ପ୍ରଦର୍ଶନ କରି ସିଡନୀ ଟେଷ୍ଟରେ ଭାରତର ସ୍ଥିତି ଦୃଢ଼ କରିଛନ୍ତି।ଏପରିକି ୭ମ ଓ୍ଵିକେଟ ଯୋଡ଼ିରେ ଋଷଭ ପନ୍ତ ଓ ରବୀନ୍ଦ୍ର ଜାଦେଜାଙ୍କୁ ମଧ୍ୟରେ ୨୦୩ ରନ୍‌ର ଭାଗିଦାରି ଅଷ୍ଟ୍ରେଲିଆ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଥିଲା। ଜାଦେଜା ୮୧ ରନ୍‌ କରି ଲିୟନଙ୍କ ବଲରେ ଆଉଟ୍‌ ହେବା ପରେ ଅଧିନାୟକ ବିରାଟ କୋହଲି ଭାରତର ପାଳିି ଘୋଷଣା କରିଥିଲେ। ତେବେ ୧୯୩ରନ୍‌ କରି ବ୍ୟାଟିଂ କରୁଥିବା ବେଳେ ପୂଜାର ଲିୟନଙ୍କ ହାତରେ କଟ୍‌ ଆଣ୍ଡ ବୋଲ୍‌ଡ ହୋଇ ପାଭିଲିୟନ ଫେରିବା ପୂର୍ବରୁ ଏହି ୪ର୍ଥ ଟେଷ୍ଟର ଷ୍ଟିୟରିଂ ଭାରତ ହାତକୁ ନେଇ ଆସିଥିଲେ।। ତେବେ ପୂଜାରାଙ୍କ ଆଉଟ୍‌ ପରେ ପନ୍ତଙ୍କ ସହିତ ଆସି ଯୋଡ଼ି ହୋଇଥିଲେ ରବୀନ୍ଦ୍ର ଜାଦେଜା। ଆଉ ଜାଦେଜାଙ୍କୁ ସାଥି କରି ଖେଳି ପନ୍ତ ଟେଷ୍ଟ ଜୀବନର ୨ୟ ଶତକ ଅର୍ଜନ କରି କରିବା ସହିତ ଭାରତର ସ୍କୋରକୁ ୬ଶହ ରନ୍‌ ଉପରକୁ ନେଇ ଯାଇଥିଲେ। ଚାପାନ ବିରତି ପରେ ପରେ ପନ୍ତ ଚୌକା ମାରି ଶତକ ଅର୍ଜନ କରିଥିଲେ। ପନ୍ତ ୧୫୯ରନ୍‍ କରି ଅପରାଜିତ ରହିଛନ୍ତି।

  •  
    5
    Shares
  •  
  • 5
  •  
  •  
  •  
  •  
Loading...

Join The Discussion

Loading...