Sports

ପଡ଼ିଆରେ କୋହଲି- ପାଇନ୍ କଥା କଟାକଟି : ଚେତାବନୀ ଦେଲେ ଅମ୍ପାୟାର

  •  
  • 4
  •  
  •  
  •  
  •  
  •  
    4
    Shares

ପର୍ଥ: ସୋମବାର ମ୍ୟାଚ୍ ବେଳେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଏକ ବୋଲିଂକୁ ନେଇ ବିରାଟ କୋହଲି ଓ ଅଷ୍ଟ୍ରେଲିଆର ଟିମ୍ ପାଇନ୍ଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏହା କ୍ରମଶଃ ଗୁରୁତର ହେବାର ଅମ୍ପାୟାର କ୍ରିସ୍ ଗାଫେନି ହସ୍ତକ୍ଷେପ କରିଥିଲେ । ସେ ଦୁଇ ଖେଳାଳିଙ୍କୁ ସଂଯମ ଆଚରଣ ପାଇଁ ଚେତାବନୀ ଦେଇଥିଲେ । ପାଇନ୍ କୋହଲିଙ୍କୁ ଉଦ୍ଦେଶ୍ୟ କରି କହିଥିଲେ ଯେ, ଆପଣ ଗତକାଲି ଭାରସାମ୍ୟ ହରାଇଥିଲେ । ଆଜି ଆପଣ କାହିଁକି ଥଣ୍ଡା ମିଜାଜ୍ର ହେବାକୁ ଉଦ୍ୟମ କରୁଛନ୍ତି । ଭୁଲ୍, ଭୁଲ୍ । ତାହାକୁ ସ୍ୱୀକାର କରିବା ଦରକାର । ଏହି ସମୟରେ ଅମ୍ପାୟାର ହସ୍ତକ୍ଷେପ କରି କହିଥିଲେ ଯେ, ଯାହା ହୋଇଗଲା ଯଥେଷ୍ଟ । ଏଣିକି ତୁମେମାନେ ସଂଯତ ହୋଇ ଖଳିବା ଆବଶ୍ୟକ । ଏହାପରେ ପରିସ୍ଥିତି ଥଣ୍ଡା ପଡ଼ିଥିଲା । ପଡ଼ିଆରେ ଯେଉଁ କେତେସମୟ ଉତ୍ତେଜନାପୂର୍ଣ୍ଣ ବାତବରଣ ସୃଷ୍ଟି ହୋଇଥିଲା ତାହା ଉଭୟ ଦଳକୁ ଚିନ୍ତାରେ ପକାଇଥିଲା । ପାଇନ୍ କୋହଲିଙ୍କୁ କହିଥିଲେ ଯେ, ଆପଣ ଦଳର କ୍ୟାପଟେନ୍ । କ୍ୟାପଟେନ୍ ହିସାବରେ ଶୃଙ୍ଖଳିତ ହେବା ଆବଶ୍ୟକ । ଏହାପରେ କୋହଲି କହିଥିଲେ ଯେ, ଆମେ ଖେଳର ନିୟମ ଅନୁସାରେ ଖେଳୁଛୁ । ଆମ ତରଫରୁ ସେଭଳି କୌଣସି ଭୁଲ୍ ହୋଇନାହିଁ । ତେବେ ସଂଯମ ପାଇଁ ଆମେ ଉଦ୍ୟମରତ ବୋଲି କୋହଲି କହିଥିଲେ । ଅମ୍ପାୟାରଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଥଣ୍ଡା ପଡ଼ିଥିଲା ।

  •  
    4
    Shares
  •  
  • 4
  •  
  •  
  •  
  •  
Loading...

Join The Discussion

Loading...