Home ଖେଳ ଆଉ ଏକ ରେକର୍ଡ ଅପେକ୍ଷାରେ କୋହଲି

ଆଉ ଏକ ରେକର୍ଡ ଅପେକ୍ଷାରେ କୋହଲି

ପର୍ଥ: ଭାରତୀୟ ସ୍କିପର ବିରାଟ କୋହଲି ତାଙ୍କ କ୍ୟାରିୟରରେ ଆଉ ଏକ ମାଇଲ୍ଖୁଣ୍ଟ ଯୋଡ଼ିବା ଲକ୍ଷ୍ୟରେ ଅଛନ୍ତି । ପର୍ଥରେ ସୌରଭ ଗାଙ୍ଗୁଲି ଯେଉଁ ସଫଳତା ପାଇଥିଲେ ତାହାକୁ ଦୋହରାଇବା ଲାଗି କୋହଲି ଲକ୍ଷ୍ୟ ରଖିଛନ୍ତି । ଯଦି ତାହା ହୁଏ, ତେବେ ସେ ଗାଙ୍ଗୁଲିଙ୍କ ସମକକ୍ଷ ହେବେ । ଆସନ୍ତାକାଲିଠାରୁ ଏଠାରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେଉଛି । ଏଥିପାଇଁ କୋହଲିଙ୍କ ବାହିନୀ ସଂପୂର୍ଣ୍ଣ ପ୍ରସ୍ତୁତ । ପିଚ୍ ଦଳକୁ ସୁହାଇବ ବୋଲି ସେ ବିଶ୍ୱାସ କରୁଛନ୍ତି । ଆଡିଲେଡ୍ ଟେଷ୍ଟକୁ ଭାରତ ୩୧ ରନ୍ରେ ଜିତିଛି । ଏଥିସହ ଦଳ ଏବେ ୧-୦ରେ ଆଗୁଆ ରହିଛି । କୋହଲିଙ୍କ ନେତୃତ୍ୱରେ ଏସିଆ ବାହାରେ କୌଣସି ଏକ ଦେଶ ବିପକ୍ଷରେ ଏହା ଭାରତର ପଞ୍ଚମ ବିଜୟ । ଯଦି ପର୍ଥରେ ଭାରତ ବିଜୟୀ ହୁଏ, ତେବେ ଦଳ ସିରିଜ୍ରେ ୨-୦ରେ ଅଗ୍ରଣୀ ଲାଭ କରିବ ଏବଂ କୋହଲି ସୌରଭ ଗାଙ୍ଗୁଲିଙ୍କ ସମକକ୍ଷ ହେବେ । ଏସିଆ ବାହାରେ କୌଣସି ଏକ ଦେଶରେ ଗାଙ୍ଗୁଲି ତାଙ୍କ ନେତୃତ୍ୱରେ ଭାରତକୁ ୬ଟି ବିଜୟ ଦେଇଥିଲେ । କୋହଲି ଏହି ରେକର୍ଡ଼ ପ୍ରତିଷ୍ଠା କରିବାର ଦ୍ୱାରଦେଶରେ ବର୍ତ୍ତମାନ ପହଞ୍ଚିଛନ୍ତି । ଏଥିପାଇଁ ତାଙ୍କୁ ପର୍ଥ ଟେଷ୍ଟ ମ୍ୟାଚ୍ ଜିତିବାର ଆବଶ୍ୟକତା ରହିଛି ।

ରାଜ୍ୟର ଖବର

ମେ ୨୩ରେ ବିଜେପିର ମେନ୍ ଇଂଜିନ୍ ଲାଇନଚ୍ୟୁତ ହେବ: ନବୀନ

ଭୁବନେଶ୍ୱର : ବିଜେପିର ଡବଲ ଇଂଜିନ୍ ରୁ ୫ଟି ଇଂଜିନ୍ ଲାଇନ୍ଚ୍ୟୁତ ହୋଇଗଲାଣି । ମଧ୍ୟପ୍ରଦେଶ,ରାଜସ୍ଥାନ ,ଛତିଶଗଡ, ପଂଜାବ ଏବେ ସିଙ୍ଗଲ ଇଂଜିନ୍ । ମେ ୨୩ ତାରିଖରେ ବିଜେପିର ମେନ୍ ଇଂଜିନ୍...

୨୩ରେ ପୁଣି ଓଡିଶା ଆସିବେ ମୋଦି

ଭୁବନେଶ୍ୱର : ଆସନ୍ତା ୨୩ ତାରିଖରେ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତରେ ଆସୁଛନ୍ତି । ଏହି ଅବସରରେ ସେ କେନ୍ଦ୍ରାପଡା ଓ ବାଲେଶ୍ୱରରେ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ଯୋଗ...

ବିଜୟ ମହାପାତ୍ରଙ୍କୁ ଭେଟିଲେ ଦିଲ୍ଲୀପ ରାୟ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ପାଟକୁରାରେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ବରିଷ୍ଠ ରାଜନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ ଭେଟିଛନ୍ତି। ବିଜୟ ମହାପାତ୍ରଙ୍କୁ ଭେଟିବା ପରେ ଦିଲ୍ଲୀପ ରାୟ...

ଦେଶ-ବିଦେଶ

ମୋଦିଙ୍କର ପତ୍ନୀ କି ପିଲା ନାହାନ୍ତି, ତେଣୁ ସେ ପରିବାରର ଗୁରୁତ୍ୱ ବୁଝି ପାରିବେ କେମିତି ?

ମୁମ୍ବାଇ :ଏନ୍ସିପି ମୁଖ୍ୟ ଶରଦ ପାଓ୍ଵାର ଏମିତି କିଛି କହିଛନ୍ତି ଯାହା ହୁଏତ ମୋଦି ପ୍ରେମୀଙ୍କୁ ବାଧି ପାରେ । ହେଲେ ପାଓ୍ଵାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖାଲି ଜବାବ ଦେଇଛନ୍ତି ।...

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ : ୯୭ ଲୋକସଭା ଆସନ ପାଇଁ ହେବ ଭୋଟ ଗ୍ରହଣ

ନୂଆଦିଲ୍ଲୀ: ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ମତଦାନ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୬ ଆସନରେ ଭୋଟଗ୍ରହଣ କରାଯିବ। ତାମିଲନାଡୁର ଭେଲୋର ଆସନକୁ...

ମୋତେ ଗାଳି କରିବା କଂଗ୍ରେସର ଏକ ଅଭ୍ୟାସରେ ପରିଣତ ହୋଇଛି : ମୋଦି

ସୋଲାପୁର: ଗତକାଲି ଓଡ଼ିଶାରେ ମାରାଥନ୍ ପ୍ରଚାର କରିବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରରେ ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭାରେ ଯୋଗ ଦେଇ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି...