Home ଖେଳ ଏହି ରେକର୍ଡର ଅଧିକାରୀ ହେଲେ ଇଶାନ୍ତ

ଏହି ରେକର୍ଡର ଅଧିକାରୀ ହେଲେ ଇଶାନ୍ତ

ନୂଆଦିଲ୍ଲୀ: ଗତ ଦୁଇ/ତିନି ବର୍ଷ ଭିତରେ ଇଶାନ୍ତ ଶର୍ମା ଟେଷ୍ଟ ବୋଲିଂରେ ନିଜର ଦକ୍ଷତାକୁ ଅଧିକ ଶାଣିତ କରିପାରିଛନ୍ତି । ପ୍ରଶଂସକମାନେ ତାଙ୍କୁ ଏହି ବର୍ଷ ଭିତରେ ଜଣେ ଅଭିଜ୍ଞ ବୋଲରର ମାନ୍ୟତା ଦେଇଛନ୍ତି । ବିଶେଷ କରି ବର୍ତ୍ତମାନ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ସେ ଯେଭଳି ବୋଲିଂ ପ୍ରଦର୍ଶନ କରିଛନ୍ତି, ତାହା ସମୀକ୍ଷକ ଓ ପ୍ରଶଂସକମାନଙ୍କୁ ପ୍ରଭାବିତ କରିଛି । ଆଉ ଏକ ଉଲ୍ଲେଖନୀୟ ଘଟଣା ହେଉଛି ଯେ, ଅଷ୍ଟ୍ରେଲିଆ ବିପକ୍ଷରେ ୫୦ ୱିକେଟ୍ ହାସଲ କରିଥିବା ଭାରତୀୟ ପେସ୍ ବୋଲରଙ୍କ ତାଲିକାରେ ଇଶାନ୍ତ ଏବେ ସାମିଲ୍ ହୋଇଛନ୍ତି । ପୂର୍ବରୁ କପିଲ୍ ଦେବ, ଜାହିର୍ ଖାଁନ୍ ଓ କେଡ଼ି ଗାଭ୍ରିଙ୍କ ନାମରେ ଏହି ରେକର୍ଡ଼ ରହିଥିଲା । ତେବେ ଟିମ୍ ପାଇନ୍ ଓ ୟାରନ୍ ଫିଞ୍ଚ୍ଙ୍କୁ ଆଉଟ୍ କରି ଇଶାନ୍ତ ୫୦ ୱିକେଟ୍ ପୂରଣ କରିବା ପରେ ପ୍ରଶଂସକମାନେ ତାଙ୍କ ଦକ୍ଷତାକୁ ପ୍ରଶଂସା କରିଛନ୍ତି । କପିଲ ଦେବ ୨୦ଟି ମ୍ୟାଚରୁ ୬୯ଟି ୱିକେଟ୍ ନେଇଥିଲା ବେଳେ ଜାହିର୍ ଖାଁ ୧୯ଟି ମ୍ୟଚରୁ ୬୧ଟି ୱିକେଟ୍ ପାଇଛନ୍ତି । ଇଶାନ୍ତ ଶର୍ମା ୨୩ଟି ମ୍ୟାଚ୍ ଖେଳି ଏହି କୃତୀତ୍ୱ ହାସଲ କରିଛନ୍ତି । ଏବେ ଆଉ ଜଣେ ଭାରତୀୟ ବୋଲର ଏ ଦିଗରେ ଅଗ୍ରସର ହେଉଛନ୍ତି । ସେ ହେଲେ ଉମେଶ ଯାଦବ । ଏବେ ତାଙ୍କ ନାମରେ ୪୨ଟି ୱିକେଟ୍ (୧୧ ମ୍ୟାଚ୍) ରହିଛି ।

ରାଜ୍ୟର ଖବର

ବିଜେପି ରାଜ୍ୟରେ ଏକ ତରଫା ଭାବେ ସରକାର ଗଢିବ : ଅରୁଣ ସିଂ

ଭୁବନେଶ୍ୱର:ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ବିଜେପି ପ୍ରଭାରୀ ଅରୁଣ ସିଂହ ପ୍ରତିକ୍ରିୟା ଦେଇ ଚଳିତ ନିର୍ବାଚନରେ ବିଜେପି ଜିତି ସରକାର ଗଢିବ ବୋଲି କହିଛନ୍ତି ।ଭୁବନେଶ୍ୱରରେ  ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ...

ପାଟକୁରା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ

ଭୁବନେଶ୍ୱର: ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କର ଶନିବାର ପୂର୍ବାହ୍ନରେ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ...

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

ଦେଶ-ବିଦେଶ

ପୁଣି ଉଡାଇବେ ଯୁଦ୍ଧ ବିମାନ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଖୁବ୍‌ଶୀଘ୍ର ଯୁଦ୍ଧ ବିମାନ ଉଡାଇ ପାରିବେ ବୋଲି ସୂଚନା ମିଳିଛି। ଏଥିପାଇଁ ତାଙ୍କୁ ବେଙ୍ଗାଲୁରରେ ଥିବା ଇନଷ୍ଟିଚ୍ୟୁଟ ଅଫ୍‌ ଏରୋସ୍ପେଶ ମେଡିସିନ(ଆଇଏଏମ୍‌)ର...

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...