Home ଖେଳ କ୍ରିକେଟକୁ ଅଲବିଦା ଜଣାଇଲେ ଗମ୍ଭୀର

କ୍ରିକେଟକୁ ଅଲବିଦା ଜଣାଇଲେ ଗମ୍ଭୀର

ନୂଆଦିଲ୍ଲୀ:ଦୁଇ ବର୍ଷରୁ ଭାରତୀୟ ଦଳରୁ ବାହାରେ ଥିବା ଭାରତୀୟ ଓପନର ଗୌତମ ଗମ୍ଭୀର ମଙ୍ଗଳବାର କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ନେବାର ଘୋଷଣା କରିଛନ୍ତି। ଗୌତମ ନିଜର ଫେସବୁକ ଆକାଉଣ୍ଟରେ ଏକ ଭିଡ଼ିଓ ସେୟାର କରି ମଙ୍ଗଳବାରଏହାର ସୂଚନା ଦେଇଛନ୍ତି। ସେ ଭିଡ଼ିଓ ସେୟାର କରି କହିଛନ୍ତି  ଯେ  କଡ଼ା ନିଷ୍ପତ୍ତି ସର୍ବଦା ଦୁଃଖର ସହିତ ନିଆଯାଏ। ୨୦୧୧ ଦିନିକିଆ କ୍ରିକେଟ୍ ବିଶ୍ଵ କପ୍ ବିଜେତା ଭାରତୀୟ ଦଳର ହିରୋ ରହିଥିବା ଗୌତମ ଗମ୍ଭୀର  କ୍ୟାରିୟରରେ ୫୮ଟି ଟେଷ୍ଟ ଓ ୧୪୭ଟି ଦିନିକିଆ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ଖେଳିଛନ୍ତି।ଦିଲ୍ଲୀର ଏହି ଖେଳାଳି  ଭାରତ ପାଇଁ ଶେଷ ଥର ଟେଷ୍ଟ ମ୍ୟାଚ୍ ୨୦୧୬ ନଭେମ୍ବରରେ ଇଂଲଣ୍ଡ ବିପକ୍ଷରେ ଖେଳିଥିଲେ।  ସେ ୨୦୧୧ ବିଶ୍ଵ କପ ଫାଇନାଲରେ ୯୭ ରନର ମହତ୍ଵପୂର୍ଣ୍ଣ ପାଳି ଖେଳିଥିଲେ ଏବଂ ବିଶ୍ଵ କପ ଜିତିବାରେ ବଡ଼ ଭୂମିକା ନିଭାଇଥିଲେ। ଭାରତୀୟ ଦଳ ମୁମ୍ଵାଇର ଓ୍ଵାଙ୍ଖେଡ଼ା ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଶ୍ରୀଲଙ୍କାକୁ ୬ ଓ୍ଵିକେଟରେ ମାତ୍ ଦେଇ ଦ୍ଵିତୀୟ ଥର ବିଶ୍ଵ କପ ଜିତିଥିଲା।

୩୭ ବର୍ଷୀୟ ଗମ୍ଭୀର ୫୮ଟି ଟେଷ୍ଟରୁ ୪୧.୯୫ ହାରରେ ୪୧୪୫ ରନ ଓ ୧୪୭ଟି ଦିନିକିଆରୁ ୩୬.୯୮ ହାରରେ ୫୨୩୮ ରନ କରିଛନ୍ତି। ଟେଷ୍ଟରେ ସେ ନଅଟି ଶତକ ହାସଲ କରିଥିବା ବେଳେ ଦିନିକିଅାରେ 11ଟି ଶତକ ଅର୍ଜନ କରିଛନ୍ତି। ଦିନିକିଆରେ ତାଙ୍କର ସର୍ବଶ୍ରେଷ୍ଠ ସ୍କୋର ଅପରାଜିତ ୧୫୦ ରନ। ଗମ୍ଭୀରଙ୍କ ଅଧିନାୟକତ୍ଵରେ କୋଲକାତା ନାଇଟ ରାଇଡର୍ସ ଦୁଇ ଥର ଆଇପିଏଲ ଟ୍ରଫି ଜିତିଛି। ସେ ଗତ ଆଇପିଏଲ ସଂସ୍କରଣରେ ଦିଲ୍ଲୀ ଡେୟାର ଡେଭିଲ୍ସର ଅଧିନାୟକ ହୋଇଥିଲେ। ମାତ୍ର ସଂସ୍କରଣ ମଝିର ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ।

ଗମ୍ଭୀର ଟି-୨୦ ଅନ୍ତରାଷ୍ଟ୍ରୀୟରେ ମଧ୍ୟ ନିଜର ଛାପ ଛାଡ଼ିଛନ୍ତି। ସେ  ୩୭ଟି ମ୍ୟାଚରୁ ସାତୋଟି ଅର୍ଦ୍ଧଶତକୀୟ ପାଳି ବଳରେ ୯୩୨ ରନ କରିଥିଲେ।  ଗମ୍ଭୀର କହିଛନ୍ତି ଯେ ଦେଶ ପାଇଁ ୧୫ ବର୍ଷରୁ ଅଧିକ ସମୟ କ୍ରିକେଟ୍ ଖେଳିବା ପରେ ମୁଁ ଏହି ସୁନ୍ଦର ଖେଳକୁ ଅଲବିଦା କହିବାକୁ ଚାହୁଁଛି।

ରାଜ୍ୟର ଖବର

ବିଜେପି ରାଜ୍ୟରେ ଏକ ତରଫା ଭାବେ ସରକାର ଗଢିବ : ଅରୁଣ ସିଂ

ଭୁବନେଶ୍ୱର:ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ବିଜେପି ପ୍ରଭାରୀ ଅରୁଣ ସିଂହ ପ୍ରତିକ୍ରିୟା ଦେଇ ଚଳିତ ନିର୍ବାଚନରେ ବିଜେପି ଜିତି ସରକାର ଗଢିବ ବୋଲି କହିଛନ୍ତି ।ଭୁବନେଶ୍ୱରରେ  ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ...

ପାଟକୁରା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ

ଭୁବନେଶ୍ୱର: ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କର ଶନିବାର ପୂର୍ବାହ୍ନରେ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ...

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

ଦେଶ-ବିଦେଶ

ପୁଣି ଉଡାଇବେ ଯୁଦ୍ଧ ବିମାନ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଖୁବ୍‌ଶୀଘ୍ର ଯୁଦ୍ଧ ବିମାନ ଉଡାଇ ପାରିବେ ବୋଲି ସୂଚନା ମିଳିଛି। ଏଥିପାଇଁ ତାଙ୍କୁ ବେଙ୍ଗାଲୁରରେ ଥିବା ଇନଷ୍ଟିଚ୍ୟୁଟ ଅଫ୍‌ ଏରୋସ୍ପେଶ ମେଡିସିନ(ଆଇଏଏମ୍‌)ର...

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...