Sports

“ହଲ୍ ଅଫ୍ ଫେମ୍’ରେ ଦ୍ରାବିଡ଼

  •  
  • 2
  •  
  •  
  •  
  •  
  •  
    2
    Shares

ଲଣ୍ଡନ: ଭାରତ ପାଇଁ ଆଉ ଏକ ଖୁସିର ଖବର । ଆଇସିସି “ହଲ୍ ଅଫ୍ ଫେମ୍’ରେ ଭାରତର ଅନ୍ୟତମ କିମ୍ବଦନ୍ତୀ କ୍ରିକେଟର ରାହୁଲ୍ ଦ୍ରାବିଡ଼୍ ସ୍ଥାନ ପାଇଛନ୍ତି । ଦ୍ରାବିଡ଼ଙ୍କୁ ମୁଖ୍ୟତଃ ବ୍ୟାଟିଂ ଲିଜେଣ୍ଡ ଭାବରେ ବିବେଚନା କରାଯାଇଥାଏ । ଏଭଳି ଜଣେ ମହାନ୍ କ୍ରିକେଟର ହଲ୍ ଅଫ୍ ଫେମ୍ରେ ସ୍ଥାନ ପାଇବା ସୌଭାଗ୍ୟର ବିଷୟ ବୋଲି କେତେକ ପୂର୍ବତନ କ୍ରିକେଟର ମତ ଦେଇଛନ୍ତି । ହଲ୍ ଅଫ୍ ଫେମ୍ରେ ଭାରତରୁ ସ୍ଥାନ ପାଇବାରେ ଦ୍ରାବିଡ଼ ହେଉଛନ୍ତି ପଞ୍ଚମ କ୍ରୀଡ଼ାବ୍ୟକ୍ତିତ୍ୱ । ଏହା ପୂର୍ବରୁ ବିଶନ୍ ସିଂ ବେଦୀ, ସୁନୀଲ୍ ଗାଭାସ୍କର ଓ କପିଲ ଦେବଙ୍କ ଭଳି ବ୍ୟକ୍ତିତ୍ୱ ହଲ୍ ଅଫ୍ ଫେମ୍ରେ ସ୍ଥାନୀତ ହୋଇସାରିଛନ୍ତି । ଏମାନେ ଏକ ସମୟରେ ୨୦୦୯ରେ ସାମିଲ୍ ହୋଇଥିବା ବେଳେ ୨୦୧୫ରେ ବୋଲିଂ ଲିଜେଣ୍ଡ ଅନୀଲ୍ କୁମ୍ବଲେ ସ୍ଥାନ ପାଇଥିଲେ । ଏହି ଖବର ପାଇବା ପରେ ସୋଶିଆଲ୍ ମିଡ଼ିଆରେ ଦ୍ରାବିଡ଼ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଆଇସିସି ହଲ୍ ଅଫ୍ ଫେମ୍ରେ ସ୍ଥାନ ପାଇବା ଏକ ସୌଭାଗ୍ୟର ବିଷୟ । ଏହାକୁ ସେ ଏକ ବଡ଼ ସମ୍ମାନ ବୋଲି ମନେ କରନ୍ତି । ଏହି ଅବସରରେ ସେ ତାଙ୍କର ପ୍ରିୟଜନ ଏବଂ ଖେଳାଳିମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ଯେଉଁମାନଙ୍କ ସହ ସେ କାର୍ଯ୍ୟ କରିଛନ୍ତି ସେମାନଙ୍କୁ ସେ ଅଶେଷ ଧନ୍ୟବାଦ ଜଣାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ୧୬୪ଟି ଟେଷ୍ଟ ଖେଳି ଦ୍ରାବିଡ଼ ୩୬ଟି ଶତକ ସହ ମୋଟ ୧୩,୨୮୮ ରନ୍ ସଂଗ୍ରହ କରିଥିବା ବେଳେ ୩୪୪ଟି ଦିନିକିଆ ଖେଳି ୧୨ଟି ଶତକ ସହ ୧୦,୮୮୯ ରନ୍ ସଂଗ୍ରହ କରିଛନ୍ତି । ୨୦୦୪ରେ ତାଙ୍କୁ ଆଇସିସି କ୍ରିକେଟର ଅଫ୍ ଦି ଇୟର ଏବଂ ଆଇସିସି ଟେଷ୍ଟ ପ୍ଲେୟାର ଅଫ୍ ଦି ଇୟର ପୁରସ୍କାରରେ ପୁରସ୍କୃତ କରାଯାଇଥିଲା । ଏହାଛଡ଼ା ତାଙ୍କୁ ଜଣେ ଶ୍ରେଷ୍ଠ ସ୍ଲିପ୍ ଫିଲ୍ଡରର ମାନ୍ୟତା ଦିଆଯାଇଛି । ୨୦୧୨ରେ ସେ ତାଙ୍କର ଟେଷ୍ଟ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ । ତାଙ୍କ ନାମରେ ୨୧୦ଟି କ୍ୟାଚ୍ ନେବାର ବିଶ୍ୱ ରେକର୍ଡ଼ ରହିଛି । ଯାହାକି ଏବେବି ଅନତିକ୍ରମ ହୋଇ ରହିଛି ।

  •  
    2
    Shares
  •  
  • 2
  •  
  •  
  •  
  •  
Loading...

Join The Discussion

Loading...