Sports

ଟି-୨୦ରେ ଭାରତକୁ ୮୦ରନରେ ହରାଇଲା ନ୍ୟୁଜିଲାଣ୍ଡ

  •  
  •  
  •  
  •  
  •  
  •  
  •  

ୱିଲିଙ୍ଗଟନ୍: ଟେଷ୍ଟ ଓ ଏକଦିବସୀୟରେ ସିରିଜ୍ ପରାଜୟବରଣ କରିବା ପରେ ଆଜି ନ୍ୟୁଜିଲ୍ୟାଣ୍ଡ ପ୍ରତିଶୋଧ ପରାୟଣ ହୋଇଉଠିଛି । ଆଜିଠାରୁ ଏଠାରେ ଆରମ୍ଭ ହୋଇଥିବା ପ୍ରଥମ ଟି-୨୦ ମ୍ୟାଚ୍କୁ ଘରୋଇ ଦଳ ଭ୍ରମଣକାରୀ ଭାରତକୁ ୮୦ ରନ୍ରେ ପରାଜିତ କରି ସିରିଜ୍କୁ ୧-୦ରେ ଆଗୁଆ ରଖିବାରେ ସକ୍ଷମ ହୋଇଛି । ଖବରରୁ ପ୍ରକାଶ ଯେ, ଟସ୍ ଜିଣି ଭାରତୀୟ ଅଧିନାୟକ ରୋହିତ ଶର୍ମା ଫିଲ୍ମ କରିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଫିଲ୍ମ ନେବା ନିଷ୍ପତ୍ତି ଭାରତ ପାଇଁ ମହଙ୍ଗା ପଡ଼ିଥିଲା । ଟିମ୍ ସୈର୍ଫଟ (୮୪)ଙ୍କ ଧୂଆଁଧାର ବ୍ୟାଟିଂ ବଳରେ ନ୍ୟୁଜିଲ୍ୟାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ବିନିମୟରେ ୨୧୯ ରନ୍ କରିଥିଲା । ଅନ୍ୟମାନଙ୍କ ମଧ୍ୟରେ କୋଲିନ୍ ମୁର୍ଣ୍ଣୋ ୩୪, କେନ୍ ୱିଲିୟମସନ୍ ୩୪, ହାରେଲ୍ ମିଚେଲ୍ ୮, ରସ୍ ଟେଲର ୨୩, ସ୍କଟ୍ କଗ୍ଲିଗେନ୍ ୨୦ ରନ୍ କରିଥିଲେ । ବୋଲିଂରେ ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ଭୁବନେଶ୍ୱର କୁମାର, ଖଲ୍ଲିଲ ଅହମ୍ମଦ, କ୍ରୁନାଲ ପାଣ୍ଡ୍ୟା, ଚହଲ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଜବାବରେ ଭାରତ ୧୯.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୧୩୯ ରନ୍ କରିଥିଲା । ଦଳ ପକ୍ଷରୁ ମହେନ୍ଦ୍ର ସିଂ ଧୋନି ୫ଟି ଚୌକା ଓ ଗୋଟିଏ ଛକ୍କା ବଳରେ ସର୍ବାଧିକ ୩୯ ରନ୍ କରିଥିଲେ । ଭାରତୀୟ ଓପନର ତଥା ଅଧିନାୟକ ରୋହିତ ଶର୍ମା ମାତ୍ର ୧ ରନ୍ କରି ଶୀଘ୍ର ଆଉଟ୍ ହେବା ପରେ ଧାୱନଙ୍କ ଉପରେ ସମସ୍ତ ଚାପ ପଡ଼ିଥିଲା । ଧାୱନ ୨ଟି ଚୌକା ଓ ୩ଟି ଛକ୍କା ସହାୟତାରେ ୧୮ଟି ବଲରୁ ୨୯ ରନ୍ କରି ଫର୍ଗସନ୍ଙ୍କ ଦ୍ୱାରା ଶିକାର ହେବା ପରେ ଅନ୍ୟ ସମସ୍ତ ବ୍ୟାଟ୍ସମ୍ୟାନ୍ ଗୋଟିକ ପରେ ଗୋଟିଏ ଚାସ୍ ପତା ଭଳି ପଡ଼ି ଚାଲିଥିଲେ । ଫଳରେ ଭାରତକୁ ୮୦ ରନ୍ର ପରାଜୟ ବରଣ କରିବାକୁ ପଡ଼ିଥିଲା । ବୋଲିଂରେ ଟିମ୍ ସୌଦୀଙ୍କୁ ୩ଟି ୱିକେଟ୍ ମିଳିଥିଲା ବେଳେ ସୋଡି, ଫର୍ଗସନ୍, ସାଣ୍ଟର ପ୍ରତ୍ୟେକ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।

  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...