Sports

ପୂଜାରା ବ୍ୟାଟିଂ ରାଜା

  •  
  • 1
  •  
  •  
  •  
  •  
  •  
    1
    Share

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ରେ ଚେତେଶ୍ୱର ପୂଜାରାଙ୍କ ବ୍ୟାଟିଂ ପ୍ରଶଂସକମାନଙ୍କୁ ଗଭୀର ଭାବରେ ପ୍ରଭାବିତ କରିଛି । ପୂଜାରାଙ୍କୁ ନେଇ ଅନ୍ଲାଇନ୍ରେ ଏକ ସର୍ଭେ କରାଯାଇଥିଲା । ବହୁ ପ୍ରଶଂସକ ତାଙ୍କ ସଂପର୍କରେ ଯେଭଳି ମତ ରଖିଥିଲେ , ତାହା ବାସ୍ତବିକ ଅଭୁତପୂର୍ବ । ପୂଜରା ବର୍ତ୍ତମାନର ବ୍ୟାଟିଂ ରାଜା ବା “କିଙ୍ଗ୍ ଅଫ୍ ବ୍ୟାଟିଂ’ ବୋଲି ପ୍ରଶଂସକମାନେ କହିଥିଲେ । ଅଷ୍ଟ୍ରେଲିଆରେ ଗୋଟିଏ ସିରିଜ୍ରେ ତିନୋଟି ଶତକ କରି ପୂଜାରା ସମୀକ୍ଷକମାନଙ୍କୁ ପ୍ରଭାବିତ କରିଛନ୍ତି । ଏପରିକି ଏ କ୍ଷେତ୍ରରେ ସେ ସୁନୀଲ୍ ଗାଭାସ୍କରଙ୍କ ସମକକ୍ଷ ହୋଇପାରିଛନ୍ତି । ୧୯୭୭-୭୮ ସିଜିନ୍ରେ ଗାଭାସ୍କର ଏଭଳି ଉପଲବ୍ôଧ ହାସଲ କରିଥିଲେ । ସାତୋଟି ଇଂନିସରୁ ସେ ୫୨୧ ରନ୍ ସଂଗ୍ରହ କରି ନିଜ ନାମରେ ଏକ ରେକର୍ଡ଼ ପ୍ରତିଷ୍ଠା କରିଛନ୍ତି । ଏଥିପାଇଁ ତାଙ୍କୁ ୧୨୫୮ ବଲର ସମ୍ମୁଖୀନ ହେବାକୁ ପଡ଼ିଛି । ସେହିପରି, ଏହି ବ୍ୟକ୍ତିଗତ ବିଶାଳ ସ୍କୋର ପାଇଁ ସେ ୧୮୬୭ ମିନିଟ୍ ସମୟ ନେଇଥିଲେ । ତାଙ୍କ ପ୍ରଦର୍ଶନକୁ ଅଷ୍ଟ୍ରେଲୀୟ କ୍ରିକେଟରମାନେ ମଧ୍ୟ ପ୍ରଶଂସା କରିଛନ୍ତି । ଏ ଦୃଷ୍ଟିରୁ ବର୍ତ୍ତମାନ ପୂଜାରା ଓ ବିରାଟ କୋହଲି ଅଷ୍ଟ୍ରେଲିଆର ମୁଖ୍ୟ ଟାର୍ଗେଟ୍ ହୋଇଛନ୍ତି । ବର୍ତ୍ତମାନ ଟେଷ୍ଟ ସିରିଜ୍ର ଗତି ଯେଭଳି ଭାବରେ ଚାଲିଛି, ସେ ଦୃଷ୍ଟିରୁ ଭାରତ ଇତିହାସ ରଚିବ ନିଶ୍ଚିତ ହୋଇଯାଇଛି । ଏହି ଇତିହାସ ସୃଷ୍ଟିରେ କୋହଲି ଓ ପୂଜାରାଙ୍କର ଅବଦାନ ଅବିସ୍ମରଣୀୟ ରହିବ ବୋଲି ଅଷ୍ଟ୍ରେଲିଆର ଜଣେ ପୂର୍ବତନ କ୍ରିକେଟର ସ୍ୱୀକାର କରିଛନ୍ତି । ପୂଜାରା କେବଳ ଅଷ୍ଟ୍ରେଲୀୟ ବୋଲରମାନଙ୍କୁ ଆଣ୍ଠେଇବାରେ ସଫଳ ହୋଇନାହାନ୍ତି, ବରଂ ସେ ସାଥୀ ଖେଳାଳିମାନଙ୍କୁ ମଧ୍ୟ ଉତ୍ସାହିତ କରିଛନ୍ତି । ଯେଉଁଥିପାଇଁ ଅଷ୍ଟ୍ରେଲୀୟ ବୋଲରମାନଙ୍କୁ ନାକେଦମ ହେବାକୁ ପଡ଼ିଥିଲା ।

  •  
    1
    Share
  •  
  • 1
  •  
  •  
  •  
  •  
Loading...

Join The Discussion

Loading...