Sports

ସିରିଜ୍ ବରାବର କଲା ଭାରତ

  •  
  • 2
  •  
  •  
  •  
  •  
  •  
    2
    Shares

ଆକଲାଣ୍ଡ : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଇଡେନ ପାର୍କରେ ଚାଲିଥିବା ଦ୍ୱିତୀୟ ଟି-୨୦କୁ ଭାରତ ଜିତି ୩ ମ୍ୟାଚ୍ ସିରିଜକୁ ୧-୧ରେ ବରାବର କରିଛି । ଭାରତ ଦ୍ୱିତୀୟ ଇନିଂସରେ ଆରମ୍ଭରୁ ଆକ୍ରମଣାତ୍ମକ ଖେଳି ନ୍ୟୁଜିଲାଣ୍ଡ ବୋଲରମାନଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ । ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ଇନିଂସ (୨୯ ବଲରେ ୫୦) ଖେଳି ଭାରତ ବିଜୟରେ ପ୍ରମୁଖ ଭୂମିକା ନିଭାଇଥିଲେ । ଭାରତ ୧୯ ଓଭରର ପଞ୍ଚମ ବଲରେ ପନ୍ତ ଏକ ଚୌକା ମାରି ଦଳକୁ ଜିତାଇଥିଲେ । ନ୍ୟୁଜି ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରି ୮ ଉଇକେଟ୍ ହରାଇ ୧୫୯ ରନ୍ ଲକ୍ଷ୍ୟ ଭାରତକୁ ଦେଇଥିଲା । ଭାରତ ପକ୍ଷରୁ ଶିଖର ୩୦, ପନ୍ତ ୪୦ ଓ ଧୋନୀ ଅପରାଜିତ ୨୦ ରନ୍ କରିଥିଲେ । ନ୍ୟୁଜିଲାଣ୍ଡ ଟପ୍ ଅର୍ଡର ବ୍ୟାଟିଂକୁ ଧ୍ୱଂସ କରିଥିବା ସ୍ପିନର କୃଣାଲ ପାଣ୍ଡ୍ୟା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ ।

  •  
    2
    Shares
  •  
  • 2
  •  
  •  
  •  
  •  
Loading...

Join The Discussion

Loading...