Sports

ଆମେରିକାରେ ଲାଗିପାରେ ଏମର୍ଜେନ୍ସି, ଟ୍ରମ୍ପଙ୍କ ଇସାରା

  •  
  • 1
  •  
  •  
  •  
  •  
  •  
    1
    Share

ୱାଶିଂଟନ: ଆମେରିକାର ଆଭ୍ୟନ୍ତରୀଣ ପରିସ୍ଥିତି ଦିନିକୁ ଦିନ ବିଗିଡ଼ିବାରେ ଲାଗିଛି । ଉଭୟ ଆର୍ଥିକ ଓ ରାଜନୈତିକ ପରିସ୍ଥିତି ଜଟିଳ ରୂପ ଧାରଣ କରୁଛି । ଯେକୌଣସି ମୁହୂର୍ତ୍ତରେ ଦେଶରେ ଏମର୍ଜେନ୍ସି ଘୋଷଣା ହୋଇପାରେ । ଏଭଳି ସଂକେତ ଦେଇଛନ୍ତି ଖୋଦ୍ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ମେକ୍ସିକୋ ସୀମାରେ ଚାଲିଥିବା ପ୍ରାଚୀର କାର୍ଯ୍ୟକୁ ନେଇ ଆମେରିକା ରାଷ୍ଟ୍ରପତି ଏବଂ ବିରୋଧୀ ଡେମୋକ୍ରାଟିକ୍ ପାର୍ଟି ମଧ୍ୟରେ ଜାରି ରହିଥିବା ଉତ୍ତେଜନା ଥମିବାର ନାଁ ଧରୁନି । ବିରୋଧୀମାନେ ପାଚେରୀ କାମକୁ ଦୃଢ଼ ବିରୋଧ କରୁଛନ୍ତି । କିନ୍ତୁ ଟ୍ରମ୍ପ ତାଙ୍କ ନିଷ୍ପତ୍ତିରେ ଅଟଳ ଅଛନ୍ତି । ଏଥିପାଇଁ ସେ ସ୍ୱତନ୍ତ୍ର ଖର୍ଚ୍ଚ ଅଟକଳ ମଧ୍ୟ ପ୍ରସ୍ତୁତ କରିଛନ୍ତି । ଯେଉଁଥିପାଇଁ ଆମେରିକାରେ ଆର୍ଥିକ ସଂକଟ ଦେଖାଦେଇଥିଲା । ରାଷ୍ଟ୍ରପତିଙ୍କର ଏହି ଉଚ୍ଚ ଆକାଂକ୍ଷା ଯୋଜନା ଯୋଗୁଁ ଦେଶ ଭିତରେ ନାହିଁ ନଥିବା ରାଜନୈତିକ ଅଚଳାବସ୍ଥା ଲାଗି ରହିଛି । ପରିସ୍ଥିତି ଏଭଳି ହୋଇଛି ଯେ, ଯେକୌଣସି ମୁହୂର୍ତ୍ତରେ ଜରୁରୀକାଳୀନ ପରିସ୍ଥିତି ବା ଏମର୍ଜେନ୍ସି ଘୋଷଣା ହୋଇପାରେ । ଆମେରିକା ରାଷ୍ଟ୍ରପତି ଅନୁପ୍ରବେଶକୁ ରୋକିବା ପାଇଁ ଦକ୍ଷିଣ ସୀମାରେ ଏକ ସୁଦୀର୍ଘ ଓ ସୁଉଚ୍ଚ ପ୍ରାଚୀର ନିମାଣ କରିବାକୁ ଚାହୁଁଛନ୍ତି । ଏହି ନିଷ୍ପତ୍ତିରୁ ସେ ନଛୋଡବନ୍ଧା ଅଛନ୍ତି । ଏପରିକି ବିରୋଧୀଙ୍କ ଚାପ ଆଗରେ ସେ ମୁଣ୍ଡ ନୁଆଁଇବାକୁ ମଧ୍ୟ ପ୍ରସ୍ତୁତ ନୁହଁନ୍ତି । କେବଳ ସେତିକି ନୁହେଁ, ଗଣମାଧ୍ୟମକୁ ସେ ସ୍ପଷ୍ଟ କରି କହିଛନ୍ତି ଯେ, ଦରକାର ପଡ଼ିଲେ ଏମର୍ଜେନ୍ସି ପଛକେ ଜାରି କରିବେ କିନ୍ତୁ ପାଚୀର ନିର୍ମାଣରୁ ହଟିବେ ନାହିଁ । ରାଷ୍ଟ୍ରପତିଙ୍କର ଏଭଳି ଜିଦ୍ଖୋର ମନୋଭାବ ନେଇ ବିରୋଧୀମାନେ ଉତକ୍ଷିପ୍ତ ହୋଇଛନ୍ତି । ସେମାନେ କହିଛନ୍ତି ଯେ, ଜଣେ ବ୍ୟକ୍ତିର ଜିଦ୍ଖୋର ମନୋବୃତ୍ତି ପାଇଁ ଦେଶ ଆର୍ଥିକ ଅରାଜକତା ଭିତରକୁ ଠେଲି ହୋଇଯାଉଛି । ତେବେ ଟ୍ରମ୍ପ କହିଛନ୍ତି ଯେ, ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ର ବାଚସ୍ପତି ଦେଶର ବିକାଶ ବିରୋଧରେ ଯାଉଛନ୍ତି ଫଳରେ ଅର୍ଥାଭାବ ଦେଖାଦେଉଛି । ତେଣୁ ଏଥିନିମନ୍ତେ ରାଷ୍ଟ୍ରୀୟ ଏମର୍ଜେନ୍ସି ଘୋଷଣା କରିବା ଏକମାତ୍ର ବିକଳ୍ପ । ଏଥିପାଇଁ ବାଚସ୍ପତି ହିଁ ଦାୟୀ ରହିବେ ବୋଲି ଟ୍ରମ୍ପ କହିଛନ୍ତି ।

  •  
    1
    Share
  •  
  • 1
  •  
  •  
  •  
  •  
Loading...

Join The Discussion

Loading...