Home ଖେଳ ଜାହିର ଖାନ୍ ନିଜର ପସନ୍ଦିତା ବିଶ୍ୱକପ ଟିମ୍ କଲେ ଘୋଷଣା

ଜାହିର ଖାନ୍ ନିଜର ପସନ୍ଦିତା ବିଶ୍ୱକପ ଟିମ୍ କଲେ ଘୋଷଣା

ନୂଆଦିଲ୍ଲୀ : ଭାରତକୁ ୨୦୧୧ରେ ବିଶ୍ୱ ଚମ୍ପିଆନ କରାଇବାରେ ପ୍ରମୁଖ ଭୂମିକା ନିଭାଇଥିବା ପୂର୍ବତନ ପେସର ଜାହିର ଖାନ୍ ଇଂଲଣ୍ଡରେ ହେବାକୁ ଥିବା ଆଗାମୀ ବିଶ୍ୱକପ୍ ପାଇଁ ନିଜ ପସନ୍ଦିତ ଭାରତୀୟ ଦଳ ଘୋଷଣା କରିଛନ୍ତି । ଏହି ଟିମରେ ସେ ଯୁବ ଉଇକେଟ ବ୍ୟାଟ୍ସମ୍ୟାନ୍ ରିଷିଭ ପନ୍ତକୁ ସାମିଲ କରିଛନ୍ତି । ଜାହିରଙ୍କ ଦଳରେ ଓପନର ଭାବେ ରୋହିତ ଓ ଶିଖର ଥିବା ବେଳେ ତୃତୀୟ ସ୍ଥାନ ପାଇଁ ବିରାଟ କୋହଲି ରହିଛନ୍ତି । ସେହିପରି ଅଭିଜ୍ଞ ଉଇକେଟ କିପର ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂ ଧୋନିଙ୍କୁ ୪ ନମ୍ବର ସ୍ଥାନ ପାଇଁ ରଖିଛନ୍ତି । ପଞ୍ଚମ ସ୍ଥାନ ପାଇଁ ରାୟୁଡୁ କିମ୍ବା ଦିନେଶ ଖେଳନ୍ତୁ ବୋଲି ଚାହାଁନ୍ତି । ଷଷ୍ଠ ସ୍ଥାନରେ କେଦାର ଯାଦବ ଓ ସପ୍ତନ ସ୍ଥାନରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ରଖିଛନ୍ତି । ସେହିପରି ସ୍ପିନର ଭାବରେ କୁଲଦୀପ ଯାଦବ ଓ ୟୁଜୁଭେନ୍ଦ୍ର ଚହଲ ରହିଛନ୍ତି । ବେକଅପ୍ ସ୍ପିନର ଭାବରେ ରବିନ୍ଦ୍ର ଜାଡେଜାଙ୍କୁ ସେ ତାଙ୍କ ଟିମରେ ସ୍ଥାନ ଦେଇଛନ୍ତି । ପେସର ଭାବରେ ଭୁବନେଶ୍ୱର କୁମାର, ଜସପ୍ରିତ ବୁମରା, ମହମ୍ମଦ ସାମି । ସେହିପରି ତାଙ୍କ ଦଳରେ କେ.ଏଲ୍ ରାହୁଲ କିମ୍ବା ଚତୁର୍ଥ ପେସର ଭାବେ ଜଣେ ଖେଳାଳି ରଖିବାଚୁ ଚାହାଁନ୍ତି ।
ଜାଜିରଙ୍କ ପସନ୍ଦିତ ବିଶ୍ୱକପ ଦଳ-ବିରାଟ କୋହଲି,(ଅଧିନାୟକ), ରୋହିତ ଶର୍ମା, ଶିଖର ଧାୱାନ, ମହେନ୍ଦ୍ର ସିଂ ଧୋନୀ, ଅମ୍ବାତି ରାୟୁଡୁ, ଦିନେଶ କାର୍ତ୍ତିକ, କେଦାର ଯାଦବ, ରିିଷିଭ୍ ପନ୍ତ, ଭୁବନେଶ୍ୱର କୁମାର, ଜସପ୍ରିତ ବୁମରା, ମହମ୍ମଦ ସାମି, ୟୁଜୁଭେନ୍ଦ୍ର ଚହଲ, କେ.ଏଲ୍ ରାହୁଲ/ଚତୁର୍ଥ ପେସର ।

ରାଜ୍ୟର ଖବର

୬ ବୁଥ୍ ରେ ସାନି ମତଦାନ ପାଇଁ ସୁପାରିଶ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ସମୟରେ ୬ଟି ବୁଥରେ ପରି·ଳନାଗତ ତ୍ରୁଟି ଦେଖା ଦେଇଛି । ବଣାଇର ୧୨୯ ନଂ ବୁଥ୍ , ସୁନ୍ଦରଗଡର ୨୧୩ ନମ୍ବର...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ : ମେ ୨୩କୁ ଅପେକ୍ଷା

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ସନ୍ଧ୍ୟା ୫ଟା ସୁଦ୍ଧା ଓଡିଶାରେ ୬୪ ପ୍ରତିଶତ ମତଦାନ ହୋଇଛି । ତେବେ ସଂଧ୍ୟା ୬ଟା ସୁଦ୍ଧା ଯେଉଁମାନେ...

ମେ ୨୩ରେ ବିଜେପିର ମେନ୍ ଇଂଜିନ୍ ଲାଇନଚ୍ୟୁତ ହେବ: ନବୀନ

ଭୁବନେଶ୍ୱର : ବିଜେପିର ଡବଲ ଇଂଜିନ୍ ରୁ ୫ଟି ଇଂଜିନ୍ ଲାଇନ୍ଚ୍ୟୁତ ହୋଇଗଲାଣି । ମଧ୍ୟପ୍ରଦେଶ,ରାଜସ୍ଥାନ ,ଛତିଶଗଡ, ପଂଜାବ ଏବେ ସିଙ୍ଗଲ ଇଂଜିନ୍ । ମେ ୨୩ ତାରିଖରେ ବିଜେପିର ମେନ୍ ଇଂଜିନ୍...

ଦେଶ-ବିଦେଶ

ମୋଦିଙ୍କର ପତ୍ନୀ କି ପିଲା ନାହାନ୍ତି, ତେଣୁ ସେ ପରିବାରର ଗୁରୁତ୍ୱ ବୁଝି ପାରିବେ କେମିତି ?

ମୁମ୍ବାଇ :ଏନ୍ସିପି ମୁଖ୍ୟ ଶରଦ ପାଓ୍ଵାର ଏମିତି କିଛି କହିଛନ୍ତି ଯାହା ହୁଏତ ମୋଦି ପ୍ରେମୀଙ୍କୁ ବାଧି ପାରେ । ହେଲେ ପାଓ୍ଵାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖାଲି ଜବାବ ଦେଇଛନ୍ତି ।...

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ : ୯୭ ଲୋକସଭା ଆସନ ପାଇଁ ହେବ ଭୋଟ ଗ୍ରହଣ

ନୂଆଦିଲ୍ଲୀ: ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ମତଦାନ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୬ ଆସନରେ ଭୋଟଗ୍ରହଣ କରାଯିବ। ତାମିଲନାଡୁର ଭେଲୋର ଆସନକୁ...

ମୋତେ ଗାଳି କରିବା କଂଗ୍ରେସର ଏକ ଅଭ୍ୟାସରେ ପରିଣତ ହୋଇଛି : ମୋଦି

ସୋଲାପୁର: ଗତକାଲି ଓଡ଼ିଶାରେ ମାରାଥନ୍ ପ୍ରଚାର କରିବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରରେ ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭାରେ ଯୋଗ ଦେଇ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି...