Sports

ବିଦେଶରେ ନୁହେଁ, ଦେଶରେ ହିଁ ହେବ ଆଇପିଏଲ : ଜାଣନ୍ତୁ କେତେ ତାରିଖରୁ ହେବ ଆରମ୍ଭ

  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ : ଚଳିତ ବର୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)  ପୂର୍ବବର୍ଷ ତୁଳନାରେ ଆଗୁଆ ଅର୍ଥାତ  ମାର୍ଚ୍ଚ ୨୩ରୁ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ସେ ସମୟରେ ଦେଶରେ ସାଧାରଣ ନିର୍ବାଚନ  ହେବାର ସମ୍ଭାବନା ରହିଛି। ତେଣୁ ଏହି ଟି୨୦ ମେଗାଇଭେଣ୍ଟର କିଛି ମ୍ୟାଚ ବିଦେଶରେ ଖେଳାଯିବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା।  ମାତ୍ର ସାଧାରଣ ନିର୍ବାଚନ ସତ୍ତ୍ୱେ ଆଇପିଏଲ ମ୍ୟାଚ ବିଦେଶରେ ଖେଳାଯିବ ନାହିଁ ବୋଲି ସ୍ପଷ୍ଟ ହୋଇଛି। ଚେୟାରମ୍ୟାନ ବିନୋଦ ରାୟ ଓ ପୂର୍ବତନ ମହିଳା ଅଧିନାୟିକା ଡାଏନା ଇଡୁଲ୍‌ଜୀଙ୍କୁ ନେଇ ଗଠିତ ପ୍ରଶାସକ କମିଟି ବୈଠକ ଏଠାରେ ମଙ୍ଗଳବାର ବସିଥିଲା। ଏଥିରେ ଟି୨୦ ଲିଗ୍‌ର ଭେନ୍ୟୁ ଓ ବିକଳ୍ପ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ତ୍ତୃପକ୍ଷ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ସହିତ ଆଲୋଚନା କରାଯିବ। ବିଶେଷ ସ୍ଥଳରେ ଭେନ୍ୟୁକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇପାରେ ବୋଲି ବୈଠକ ପରେ ରାୟ ସୂଚନା ଦେଇଛନ୍ତି।  ନିର୍ବାଚନ ଘୋଷଣା ପରେ କୌଣସି ରାଜ୍ୟରେ ଭୋଟ ଗ୍ରହଣ, ପୁନଃ ଭୋଟ ଗ୍ରହଣ ଅବା ପ୍ରଧାନମନ୍ତ୍ରୀଙ୍କ ରାଲି ହୁଏ ସେ କ୍ଷେତ୍ରରେ ବିକଳ୍ପ ଭେନ୍ୟୁକୁ ପ୍ରସ୍ତୁତ କରି ରଖାଯିବ ବୋଲି ରାୟ ସୂଚନା ଦେଇଛନ୍ତି।  ପୂର୍ବରୁ ଶେଷ ଥର ପାଇଁ ମାର୍ଚ୍ଚ ମାସରେ ଆଇପିଏଲ ୨୦୧୦ରେ ହୋଇଥିଲା। ଏହାପରଠାରୁ ଏହି ଲିଗ୍‌ ଏପ୍ରିଲ ପ୍ରଥମାର୍ଦ୍ଧରୁ ଅରମ୍ଭ ହୋଇ ମେ ମାସ ଶେଷ ଭାଗରେ ସମ୍ପନ୍ନ ହୋଇ ଆସୁଛି।  ମେ ୩୦ରୁ ଇଂଲଣ୍ଡରେ ଅନ୍ତର୍ଜାତୀୟ ଦିନିକିଆ ବିଶ୍ୱକପ୍‌ ଆରମ୍ଭ ହେଉଥିବାରୁ  ଚଳିତ ବର୍ଷ ଆଗୁଆ ଆଇପିଏଲ ଆୟୋଜନ କରାଯାଇଛି।  ସରକାରୀ ଏଜେନ୍ସିଗୁଡ଼ିକ ସହିତ ଆଲୋଚନା ପରେ ଭେନ୍ୟୁ ଓ ମ୍ୟାଚ ତାରିଖ ଘୋଷଣା କରାଯିବ ବୋଲି ରାୟ କହିଛନ୍ତି।  ଖବର ଅନୁସାରେ ଲୋକସଭା ନିର୍ବାଚନ ପର୍ଯ୍ୟାୟ କ୍ରମେ ଅନୁଷ୍ଠିତ ହେବାକୁଥିବାରୁ ଟୁର୍ନାମେଣ୍ଟର କାର୍ଯ୍ୟସୂଚୀରେ ପରିବର୍ତ୍ତନ ଆବଶ୍ୟକ ପଡ଼ିବ ନାହିଁ।

  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...